ମାଞ୍ଚେଷ୍ଟର: ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ବିଜୟ ଧାର ବଜାୟ ରଖିଛି ଭାରତ । ସୁପର ସଣ୍ଡେ ଫାଇଟରେ ପାକିସ୍ତାନ ବିପକ୍ଷ ମହାଲଢେଇରେ ଦମଦାର ବାଜିମାତ୍ କରିଛି ବିରାଟ ସେନା । DLS ନିୟମ ଅନୁସାରେ 89 ରନରେ ଭାରତ ବିଜୟୀ ହୋଇଛି । ତେବେ ମ୍ୟାଚ ମଧ୍ୟରାତ୍ରୀରେ ଶେଷ ହୋଇଥିଲେ ମଧ୍ୟ ସାରା ଭାରତରେ କ୍ରିକେଟପ୍ରେମୀଙ୍କ ଉତ୍ସାହ କମିନଥିଲା ।
![word cup](https://etvbharatimages.akamaized.net/etvbharat/prod-images/3580826_bcv-4.jpg)
![word cup](https://etvbharatimages.akamaized.net/etvbharat/prod-images/3580826_bcv-1.jpg)
ତେବେ ବିଜୟ ପାଇଁ କେବଳ ଇଂଲଣ୍ଡରେ ଖୁସି ମନାଯାଇନଥିଲା । ବରଂ ସାରା ଭାରତ ବର୍ଷରେ ମଧ୍ୟ ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ପଞ୍ଜାବର ଅମୃତସରଠାରେ ଟିମ ଇଣ୍ଡିଆର ବିଜୟ ପରେ ମହୋତ୍ସବ ପାଳନ କରାଯାଇଛି । ସେହିପରି ଉତ୍ତର ପ୍ରଦେଶର ଲକ୍ଷ୍ନୌ, କାନପୁର, କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ, ମୁମ୍ବାଇ, ମଧ୍ୟପ୍ରଦେଶରେ ମଧ୍ୟ ଟିମ ଇଣ୍ଡିଆର ବିଜୟରେ ପ୍ରଶଂସକ ଭାରତୀୟ ଜାତୀୟ ପତାକା ଧରି ଉତ୍ସାହିତ ଦେଖାଯାଇଥିଲେ । କିଛି ପ୍ରଶଂସକ ଜାତୀୟ ରାଜଧାନୀ ଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ ସମ୍ମୁଖରେ ଭାରତର ବିଜୟରେ ଖୁସି ପାଳନ କରିଥିଲେ ।
![word cup](https://etvbharatimages.akamaized.net/etvbharat/prod-images/3580826_bcv-3.jpg)