ଦୁବାଇ: ମହିଳା ଟି-20 ବିଶ୍ବକପ ପାଇଁ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ । ମାର୍ଚ୍ଚ 8ତାରିଖ ମହିଳା ଦିବସରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଏହି ହାଇଭୋଲଟେଜ ମୁକାବିଲା । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଫାଇନାଲ ମ୍ୟାଚ ପାଇଁ ଅମ୍ପାୟାର ନିଯୁକ୍ତ କରିଛି ।
କିମ କଟନ ଓ ଆହସନ ରାଜା ଫାଇନାଲ ମ୍ୟାଚରେ ଫିଲ୍ଡ ଅମ୍ପାୟାର ରହିଛନ୍ତି । ନ୍ୟୁଜିଲାଣ୍ଡର କଟନ କ୍ୟାରିୟରର ପ୍ରଥମ ଟି-20 ବିଶ୍ବକପ ଫାଇନାଲରେ ମ୍ୟାଚ ଅମ୍ପାୟାରିଂ କରିବେ । 42 ବର୍ଷିୟା କଟନ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଅମ୍ପାୟାରିଂ କରିଥିଲେ । ଅନ୍ୟପଟେ ପାକିସ୍ତାନର ଆହସନ ରାଜା ମଧ୍ୟ କ୍ୟାରିୟରର ପ୍ରଥମ ମହିଳା ଟି-20 ବିଶ୍ବକପ ଫାଇନାଲରେ ଅମ୍ପାୟାରିଂ କରିବେ ।
ୱେଷ୍ଟଇଣ୍ଡିଜର ଗ୍ରେଗୋରୀ ବ୍ରାଥୱେଟ ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ହେବାକୁ ଥିବା ଏହି ଐତିହାସିକ ମୁକାବିଲାରେ ଟିଭି ଅମ୍ପାୟାରର ଦାୟିତ୍ବ ତୁଲାଇବେ । ଜିମ୍ବାୱେର ଲଙ୍ଗଟନ ରସରେ 4ର୍ଥ ଅମ୍ପାୟାର ଓ ଇଂଲଣ୍ଡର କ୍ରିସ ବ୍ରଡ ଫାଇନାଲ ମ୍ୟାଚ ରେଫରି ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ