ମେଲବୋର୍ଣ୍ଣ: ଆଇସିସି ମହିଳା ଟି-20 ବିଶ୍ବକପ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ପ୍ରଦର୍ଶନ ଓ ଖେଳାଳିଙ୍କ ଫର୍ମ ଦୃଷ୍ଟିରୁ ଦୁଇ ଦଳ ବେଶ ଶକ୍ତିଶାଳୀ ରହିଛନ୍ତି । ଏପରି ସ୍ଥିତିରେ ଫାଇନାଲରେ କଡା ମୁକାବିଲା ହେବା ନେଇ ଅନୁମାନ କରାଯାଉଛି ।

ତେବେ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଖେଳାଳି ନିଜର ପାରମ୍ପରିକ ରଣନୀତି ମାଇଣ୍ଡ ଗେମକୁ ଆପଣାଇଛନ୍ତି । ଅଷ୍ଟ୍ରେଲିଆ ବୋଲର ମେଗାନ ସ୍କଟ ଭାରତ ବିପକ୍ଷରେ ବୋଲିଂ କରିବା କଷ୍ଟକର ବୋଲି କହିଛନ୍ତି । ବିଶେଷ କରି ଦମଦାର ଫର୍ମରେ ଥିବା ଦୁଇ ଭାରତୀୟ ଓପନର ଶେଫାଳି ବର୍ମା ଓ ସ୍ମୃତି ମାନ୍ଧନାଙ୍କୁ ବୋଲିଂ କରିବାକୁ ସେ ଭୟଭୀତ ବୋଲି କହିଛନ୍ତି ସ୍କଟ ।


ଗ୍ରୁପ ପର୍ଯ୍ୟାୟରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ହରାଇଥିଲା । ଏହି ମ୍ୟାଚରେ ସ୍କଟ, ମହଙ୍ଗା ସାବ୍ୟସ୍ତ ହେବା ସହ ୱିକେଟ ଶୂନ୍ୟ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ