ETV Bharat / sports

ମହିଳା ଟି20 ପ୍ରଦର୍ଶନୀ ମ୍ୟାଚ: ଆଇପିଏଲ ପ୍ଲେ ଅଫ ସହିତ ଖେଳାଯିବ ମ୍ୟାଚ - cricket

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମହିଳା କ୍ରିକେଟରଙ୍କ ଏକ ପ୍ରଦର୍ଶନୀ ଟି-20 ମ୍ୟାଚ ଆୟୋଜନ କରୁଛି । ଯାହାକି ଆଇପିଏଲର ପ୍ଲେ ଅଫ ମ୍ୟାଚ ଗୁଡିକ ସହିତ ଖେଳାଯିବ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Apr 9, 2019, 11:15 AM IST

ଚେନ୍ନାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମହିଳା କ୍ରିକେଟରଙ୍କ ଏକ ପ୍ରଦର୍ଶନୀ ଟି-20 ମ୍ୟାଚ ଆୟୋଜନ କରୁଛି । ଯାହାକି ଆଇପିଏଲର ପ୍ଲେ ଅଫ ମ୍ୟାଚ ଗୁଡିକ ସହିତ ଖେଳାଯିବ । ଏଥିରେ ବିଭିନ୍ନ 6ଟି ଦେଶର ଖେଳାଳି ସାମିଲ ହେବେ । ଗତବର୍ଷ ମଧ୍ୟ ଆଇପିଏଲ ସମୟରେ ଏହି ପ୍ରଦର୍ଶନୀ ମ୍ୟାଚ ମୁମ୍ବାଇରେ ଆୟୋଜନ କରାଯାଇଥିଲା ।

ଅଧିକ ପଢନ୍ତୁ: ଭାରତୀୟ ପୁରୁଷ ହକିଦଳର ମୁଖ୍ୟ କୋଚ୍‌ ହେଲେ ଗ୍ରାହମ ରୀଡ

ତେବେ ଆପଣ ଏହାକୁ ମହିଳା କ୍ରିକେଟର ଆଇପିଏଲ କହିପାରିବେ । କାରଣ ମହିଳା କ୍ରିକେଟ ପାଇଁ ଆଇପିଏଲ ଭଳି କିଛି ଏଣ୍ଟରଟେନିଂ ଘରୋଇ କ୍ରିକେଟ ଲିଗ ଖେଳାଯାଉ ନଥିବା ବେଳେ ବିସିସିଆଇ ଏଭଳି ପ୍ରଦର୍ଶନୀ ମ୍ୟାଚର ଆୟୋଜନ କରୁଛି । ସୂଚନା ମୁତାବକ ଏହା ଏକ ତ୍ରିକୋଣୀୟ ଲଢେଇ ହେବ । ଗତବର୍ଷ ଏହି ପ୍ରଦର୍ଶନୀ ମ୍ୟାଚ ଟ୍ରାଏଲବ୍ଲେଜର୍ସ ଓ ସୁପରନୋଭାସ ମଧ୍ୟରେ ହୋଇଥିଲା । ହରମାନପ୍ରୀତ୍ କୌର ଟ୍ରାଏଲବ୍ଲେଜର୍ସର ଅଧିନାୟକ ହୋଇଥିବା ବେଳେ ସୁପରନୋଭାସର ଅଧିନାୟକ ଥିଲେ ସ୍ମୃତି ମାନ୍ଧାନା । ଏହି ମୁକାବିଲାରେ କୌରଙ୍କ ଟ୍ରଏଲବ୍ଲେଜର୍ସ ମଦ୍ଦାନାଙ୍କ ସୁପରନୋଭାସକୁ 3 ୱିକେଟରେ ପରାସ୍ତ କରିଥିଲା ।

ଅଧିକ ପଢନ୍ତୁ: ମାଲେସିଆ ବିପକ୍ଷ ମହିଳା ହକି ସିରିଜ: 3ୟ ମ୍ୟାଚ 4-4ରେ ଡ୍ର

ତେବେ ଚଳିତ ବର୍ଷ ଏଥିରେ ତିନୋଟି ଦଳ ଭାଗ ନେବାକୁ ଯାଉଛନ୍ତି । ଏହି ଦଳ ଗୁଡିକରେ ବିଭିନ୍ନ 6ଟି ଦେଶର ଟପ ମହିଳା ଖେଳାଳି ସାମିଲ ହେବେ । ଏହାର ଫାଇନାଲ ମ୍ୟାଚ ଚେନ୍ନାଇରେ ଖେଳାଯିବ, ଯେଉଁଠାରେ ଆଇପିଏଲର ଫାଇନାଲ ଅନୁଷ୍ଠିତ ହେବାକୁ ଯାଉଛି ।

Intro:Body:

AD

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.