ETV Bharat / sports

ଇଣ୍ଡିଜକୁ ଦେଲା ମାତ୍‌, 2-1ରେ ସିରିଜ ହାତେଇଲା ଭାରତୀୟ ମହିଳା ଟିମ - କ୍ରିକେଟ ନ୍ୟୁଜ

ଅତିଥି ଦଳ ଭାରତୀୟ ମହିଳା କ୍ରିକେଟ ଟିମ ନିଜର ଦମ୍‌ଦାର ପ୍ରଦର୍ଶନରେ କାରବିୟାନ ମହିଳା ଦଳ ବିପକ୍ଷରେ ଦିନିକିଆ ସିରିଜକୁ 2-1ର ହାସଲ କରିଛନ୍ତି । ଏହାପରେ ଟିମ ଇଣ୍ଡିଆର ଲକ୍ଷ୍ୟ ଟି-20 ।

cricket
author img

By

Published : Nov 7, 2019, 11:49 AM IST

ଆଣ୍ଟିଗୁଆ: କାରବିୟାନ ଦଳକୁ 2-1ରେ ପରାସ୍ତ କରି ଦିନିକିଆ ସିରିଜକୁ କବଜା କରିଛି ମିତାଲି ବାହିନୀ । ଇଣ୍ଡିଜ ଗସ୍ତରେ ଯାଇଥିବା ଭାରତୀୟ ମହିଳା କ୍ରିକେଟ ଟିମ 2-1ରେ ଏହି ସିରିଜକୁ ହାତେଇଛି । 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ମିତାଲି ବାହିନୀ ଶେଷ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ମହିଳା ଦଳକୁ 6 ଓ୍ବିକେଟରେ ପରାସ୍ତ କରିଛି ।

ଦିନିକିଆ ସିରିଜର ଅନ୍ତିମ ମ୍ୟାଚରେ କାରବିୟାନ ମହିଳା ଦଳ ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ 50 ଓଭରରେ 194ରନରେ ଅଲଆଉଟ ହୋଇଯାଇଥିଲା । ଟିମ ଇଣ୍ଡିଆ ପକ୍ଷରୁ ଏହି ମ୍ୟାଚରେ ସର୍ବାଧିକ ଝୁଲଣ ଓ ପୁନମ 2ଟିଲେଖାଏଁ ଓ୍ବିକେଟ ହାସଲ କରିଛନ୍ତି । ସେହିପରି ସୀକ୍ଷା, ରାଜେଶ୍ବରୀ ଓ ଦୀପ୍ତି ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।

cricket
ଫଟୋ ସୌଜନ୍ୟ: ସୋସିଆଲମିଡିଆ@ICC

ତେବେ 195ରନ୍ ବିଜୟଲକ୍ଷ୍ୟକୁ ପିଛା କରି ଭାରତୀୟ ମହିଳା ଗ୍ରାଉଣ୍ଡକୁ ଓହ୍ଲାଇଥିଲା । ଦଳ ପକ୍ଷରୁ ଓପନିଂ ଯୋଡି ପ୍ରଥମ ଓ୍ବିକେଟ ପାଇଁ 141ରନ କରିଥିଲେ । ଜେମିମାହ 69(92ବଲ୍‌)ରନ୍‌ ଓ ସ୍ମିତି ମନନ୍ଧାନ 74(63ବଲ୍‌)ରନ୍‌ ହାସଲ କରିଛନ୍ତି । ଫଳରେ 42.1 ଓଭରରେ 4ଓ୍ବିକେଟ ବିନିମୟରେ 195ରନ୍‌ ହାସଲକରି 2-1ରେ ସିରିଜକୁ କବ୍ଜା କରିଛି ମହିଳା କ୍ରିକେଟ ଟିମ ।

ସୂଚନାଥାଉକି, ଆଣ୍ଟିଗୁଆ ସ୍ଥିତ ଭିଭିଆନ ରିଚାର୍ଡସ ଷ୍ଟାଡିୟମରେ ଖେଳାଯାଉଥିବା ଦିନିକିଆ ସିରିଜ ଶୃଙ୍ଖଳାରେ ପ୍ରଥମ ମ୍ୟାଚଟିକୁ ଇଣ୍ଡିଜ ଦଳ ନିଜ ନାଁରେ କରିଥିଲା । ଏହାପରେ 2ୟ ମ୍ୟାଚରେ ମିତାଲି ବାହିନୀ ବିପକ୍ଷ ଦଳକୁ 53ରନ୍‌ରେ ପରାସ୍ତ କରି ସିରିଜକୁ ବରାବରକୁ ଆଣିଥିଲା ।

ତେବେ ଏହି ଦିନିକିଆ ଶୃଙ୍ଖଳାକୁ ଭାରତୀୟ ମହିଳା ଦଳ ହାତେଇଲା ପରେ 9ନଭେମ୍ବରରୁ ଆରମ୍ଭ ହେବାକୁ ଥିବା 5ମ୍ୟାଚ ବିଶିଷ୍ଟ ଟି-20 ସିରିଜକୁ ହାତେଇବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.