ହାଇଦ୍ରାବାଦ: ଅତିଥି ଦଳ ଭାରତୀୟ ମହିଳା କ୍ରିକେଟ ଟିମ ବିଦେଶ ମାଟିରେ ଦମ୍ଦାର ପ୍ରଦର୍ଶନ ଜାରି ରଖିଛି । ଇଣ୍ଡିଜ ବିପକ୍ଷରେ ଟିମ୍ ଇଣ୍ଡିଆ 2-1ରେ ଦିନିକିଆ ସିରିଜ ହାତେଇବା ପରେ 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜର 1ମ ମ୍ୟାଚକୁ ବି ନିଜ ନାଁରେ କରିଛି ଭାରତୀୟ ଦଳ ।
5 ମ୍ୟାଚ ବିଶିଷ୍ଟ ଟି-20 ସିରିଜର 1ମ ମ୍ୟାଚରେ କାରବିୟାନ ଦଳ ଟସ୍ ଜିତି ପ୍ରଥମେ ଅତିଥି ଦଳ ଭାରତକୁ ବ୍ୟାଟଂ ନମନ୍ତେ ଆମନ୍ତ୍ରଣ କରିଥିଲା । ଦଳ ପକ୍ଷରୁ ସର୍ବାଧିକ ଶେଫାଲୀ ବର୍ମା 73(49ବଲ୍)ରନ୍ ଓ ମନନ୍ଧାନୀ 67(46ବଲ୍)ରନ୍ କରିଥିଲେ । ତେବେ ନିର୍ଦ୍ଧାରିତ 20ଓଭରରେ 4 ଓ୍ବିକେଟ ବିନିମୟରେ 185ରନ୍ ହାସଲ କରିଥିଲେ ।
186ରନ୍ର ବିଜୟଲକ୍ଷ୍ୟ ସହ ଇଣ୍ଡିଜ ମହିଳା ଦଳ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । କିନ୍ତୁ ଭାରତୀୟ ବୋଲରଙ୍କ ସାମ୍ନାରେ ଇଣ୍ଡିଜ ଦଳଙ୍କ ବ୍ୟାଟ ଚାଲିଥିଲା । ମାତ୍ର ନିର୍ଦ୍ଧାରିତ ଓଭରରେ 101ରନ କରି ପାରିଥିଲେ । ତେବେ ଭାରତୀୟ ଦଳ 84ରନ୍ରେ ଟି-20 ଶୃଙ୍ଖଳାର ପ୍ରଥମ ମ୍ୟାଚକୁ ନିଜ ନାଁରେ କରିଛି । ଟିମ୍ ଇଣ୍ଡିଆ ପକ୍ଷରୁ ପୁନମ, ରାଧା ଓ ସୀକ୍ଷା 2ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।
ତେବେ ଏହି ଶୃଙ୍ଖଳାର 2ୟ ମ୍ୟାଚ ଆଜି ଅର୍ଥାତ୍ ନଭେମ୍ବର10ରେ ଖେଳାଯିବ ।