ETV Bharat / sports

ତ୍ରିରଙ୍ଗା ସର୍ବୋପରି, କୃଷକ ଆନ୍ଦୋଳନର ଶୀଘ୍ର ସମାଧାନ ହେଉ: କପିଳ ଦେବ

author img

By

Published : Feb 5, 2021, 6:17 AM IST

ନୂତନ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ କୃଷକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ନେଇ ମୁହଁ ଖୋଲିଛନ୍ତି କିମ୍ବଦନ୍ତୀ କ୍ରିକେଟର କପିଳ ଦେବ । ଅଧିକ ପଢନ୍ତୁ...

Wish tiff between farmers, govt gets resolved as soon as possible: Kapil Dev
ତ୍ରୀରଙ୍ଗା ସର୍ବୋପରି, କୃଷକ ଆନ୍ଦୋଳନର ଶୀଘ୍ର ସମାଧାନ ହେଉ: କପିଳ ଦେବ

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ଚାଷୀ ଆନ୍ଦୋଳନକୁ ନେଇ କ୍ରିକେଟ ଜଗତରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ନୂତନ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ କୃଷକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ନେଇ ମୁହଁ ଖୋଲିଛନ୍ତି କିମ୍ବଦନ୍ତୀ କ୍ରିକେଟର କପିଳ ଦେବ । ବିଶେଷଜ୍ଞ କମିଟି ବିଚାର କରିବା ସହ ଯଥାଶୀଘ୍ର ସମ୍ଭବ ଏହି ସମସ୍ୟାର ସମାଧାନ ସରକାର କରିବା ଉଚିତ ବୋଲି କହିଛନ୍ତି କପିଳ ଦେବ।

  • I simply love India , I wish the tiff between Farmers and Govt gets resolved ASAP.
    Let the experts take a call.
    One thing for sure 🇮🇳is supreme

    ALSO I WISH MY INDIAN CRICKET TEAM A GRAND SUCCESS IN THE UPCOMING SERIES AGAINST ENGLAND
    Jai Hind

    — Kapil Dev (@therealkapildev) February 4, 2021 " class="align-text-top noRightClick twitterSection" data=" ">

ଟ୍ବିଟରେ ଭାରତର ଏହି ବିଶ୍ବବିଜୟୀ କ୍ୟାପଟେନ ଲେଖିଛନ୍ତି, "ମୁଁ ଭାରତକୁ ଭଲପାଏ, ଖୁବଶୀଘ୍ର କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦର ସମାଧାନ ହେବା ଉଚିତ । ତ୍ରିରଙ୍ଗା ସର୍ବୋପରି । ବିଶେଷଜ୍ଞ କମିଟି ଡାକି ତୁରନ୍ତ ସମାଧାନର ରାସ୍ତା ବାହାର କରିବା ଉଚିତ ।" ଏଥିସହ ଇଂଲଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ ପାଇଁ ଟିମ ଇଣ୍ଡିଆର ସଫଳ କାମନା କରିଛନ୍ତି ଓ ଶେଷରେ ଜୟ ହିନ୍ଦ୍‌ ଲେଖିଛନ୍ତି ।

ପୂର୍ବରୁ ଭାରତୀୟ କ୍ୟାପଟେନ ବିରାଟ କୋହଲି, ଟିମ ମିଟିଂରେ ଚାଷୀ ଆନ୍ଦୋଳନ ନେଇ ଚର୍ଚ୍ଚା ହୋଇଥିବା କହିଥିଲେ କ୍ୟାପେଟନ ବିରାଟ କୋହଲି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.