ETV Bharat / sports

ହେଟମୟରଙ୍କ ଶତକ ରୋକିଲା ୱେଷ୍ଟଇଣ୍ଡିଜର ପରାଜୟ ଧାରା - Sports

ଏହି ବିଜୟ ସହ ଦିନିକିଆ କ୍ରିକେଟରେ ଇଂଲଣ୍ଡ ବିରୋଧରେ ୱେଷ୍ଟଇଣ୍ଡିଜ 10ଟି ମ୍ୟାଚର ପରାଜୟ ଧାରା ଭାଙ୍ଗିଛି । ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ ଲଗାତାର 10ଟି ମ୍ୟାଚରେ ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲା ।

ଫାଇଲ ଫଟୋ
author img

By

Published : Feb 24, 2019, 12:06 AM IST

ବାର୍ବାଡୋସ: ଶିମରନ ହେଟମୟରଙ୍କ ବିସ୍ଫୋରକ ଶତକ ବଳରେ ଘରୋଇ ୱେଷ୍ଟଇଣ୍ଡିଜ ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ବିଜୟ ହାସଲ କରିଛି । ଏହାସହ ସିରିଜକୁ 1-1ରେ ସମାନ କରିଛି କାରବିୟାନ ଦଳ । ପୂର୍ବରୁ ପ୍ରଥମ ଦିନିକିଆରେ ଘରୋଇ ଦଳକୁ ବ୍ରିଟିଶ ଟିମ ପରାସ୍ତ କରିଥିଲା ।

ଏହି ବିଜୟ ସହ ଦିନିକିଆ କ୍ରିକେଟରେ ଇଂଲଣ୍ଡ ବିରୋଧରେ ୱେଷ୍ଟଇଣ୍ଡିଜ 10ଟି ମ୍ୟାଚର ପରାଜୟ ଧାରା ଭାଙ୍ଗିଛି । ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ ଲଗାତାର 10ଟି ମ୍ୟାଚରେ ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲା । ଏଠାରେ ଚାଲିଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇଣ୍ଡିଜ ନିର୍ଦ୍ଧାରିତ 50 ଓଭରରେ 6 ୱିକେଟ ହରାଇ 289 ରନ ସଂଗ୍ରହ କରିଥିଲା । ପ୍ରଥମ ମ୍ୟାଚରେ ବିସ୍ଫୋରକ ଶତକ ମାରିଥିବା ଓପନର କ୍ରିସ ଗେଲ 63 ବଲରୁ 50 ରନ କରିଥିଲେ । ଅନ୍ୟତମ ଓପନର 22 ବର୍ଷିୟ ହେଟମୟର ନିଜର 4ର୍ଥ ଶତକ ହାସଲ କରିବା ସହ 83 ବଲରୁ 104 ରନ ସଂଗ୍ରହ କରିଥିଲେ ।

ଏହାର ଜବାବରେ ଭ୍ରମଣକାରୀ ଦଳ ଇଂଲଣ୍ଡ 263 ରନରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଅଧିନାୟକ ଇଓନ ମୋର୍ଗାନ 70, ବେନ ଷ୍ଟୋକ୍ସ 79 ଏବଂ ଜୋସ ବଟଲର 34 ରନ ସଂଗ୍ରହ କରିଥିଲେ । ଦଳ 10 ଓଭରରେ 62 ରନ ଆବଶ୍ୟକ କରୁଥିବାବେଳେ ହାତରେ 6 ୱିକେଟ ବାକି ଥିଲା । କିନ୍ତୁ ଘରୋଇ ଦଳର ଅଧିନାୟକ ଜେସନ ହୋଲଡରଙ୍କ 3ଟି ୱିକେଟ ଦଖଲ ପରେ ଦଳ ପରାଜୟ ମୁଖରେ ପଡିଥିଲା ।

undefined

କାରବିୟାନ ଦଳ ପକ୍ଷରୁ ବାମହାତୀ ପେସର ଶେଲଡନ କଟରେଲ 5ଟି ୱିକେଟ ହାସଲ କରି ଇଂଲଣ୍ଡକୁ ପରାଜୟର ସ୍ୱାଦ ଚଖାଇଥିଲେ । ଚତ୍ମକାର ପ୍ରଦର୍ଶନ ପାଇଁ ହେଟମୟର ମ୍ୟାନ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.