ଚେନ୍ନାଇ: ମ୍ୟାଚ ଫିଟନେସ ହାସଲ କରିବାକୁ ଖେଳାଳିଙ୍କୁ ଦରକାର 4ସପ୍ତାହର ଅଭ୍ୟାସ । ଏହା କହିଛନ୍ତି ୱିକେଟ କିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ । ମହାମାରୀ କୋରୋନା ଭାଇରସ ଲକଡାଉନ କାରଣରୁ ବାହାରେ ଅଭ୍ୟାସ ସମ୍ଭବ ହୋଇପାରିନଥିଲା । ଫଳରେ ଶରୀରକୁ ପ୍ରସ୍ତୁତିର ଆବଶ୍ୟକ ରହିଛ । ଅଭ୍ୟାସ ଆରମ୍ଭ ପରେ ସମସ୍ତ କ୍ରିକେଟର ନିଜର ପୁରୁଣା ଲୟକୁ ଧୀରେଧୀରେ ଫେରିବାକୁ ଚେଷ୍ଟା କରିବେ ।
କାର୍ତ୍ତିକ ବର୍ତ୍ତମାନ ଚେନ୍ନାଇରେ ରହିଛନ୍ତି । ଲକଡାଉନ କଟକଣା ସାମାନ୍ୟ କୋହଳ ଓ ଷ୍ଟାଡିୟମ-ସ୍ପୋଟ୍ସ କମ୍ପ୍ଳେକ୍ସ ଗୁଡିକ ଖୋଲିବାକୁ ଅନୁମତି ରହିଛି । ଫଳରେ ଅନୁମତି ମିଳିବା ପରେ ଅଭ୍ୟାସ ଆରମ୍ଭ ପାଇଁ ପ୍ରସ୍ତୁତ କରିବେ ବୋଲି କାର୍ତ୍ତିକ କହିଛନ୍ତି ।
ପୂର୍ବରୁ ସ୍ପିଡଷ୍ଟାର ଶାର୍ଦ୍ଦୁଳ ଠାକୁର ନିଜ ହୋମଟାଉନର ମହାରାଷ୍ଟ୍ରପ ପାଲଘର ଜିଲ୍ଲାରେ ଘରୋଇ କ୍ରିକେଟରଙ୍କ ସହ ଅଭ୍ୟାସ ଆରମ୍ଭ କରୁଥିବାର ନଜର ଆସିଥିଲେ ।
ଟିମ ଇଣ୍ଡିଆ ବୋଲିଂ କୋଚ ଭାରତ ଅରୁଣ ମିଳିତ ଅଭ୍ୟାସ ଶିବିର ଆରମ୍ଭ ପୂର୍ବରୁ ନିଜ ଘରପାଖ ଗ୍ରାଉଣ୍ଡରେ ଅଭ୍ୟାସ ଆରମ୍ଭ କରିପାରିବେ ବୋଲି କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ