ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ପକ୍ଷରୁ ଖେଳିବାକୁ ଆଶାବାଦୀ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଳେନ ମାକ୍ସୱେଲ । ଆଗାମୀ ସଂସ୍କରଣର ଆଇପିଏଲରେ ବିରାଟ କୋହଲିଙ୍କ ଅଧିନାୟକତ୍ବରେ ଖେଳିବାକୁ ଚାହାଁନ୍ତି ଓ 'ଆଦର୍ଶ' ଏବି ଡି ଭିଲିୟର୍ସଙ୍କ ସହ ବ୍ୟାଟିଂ କରିବାକୁ ଚାହାଁନ୍ତି କହିଛନ୍ତି ମାକ୍ସୱେଲ ।
କିଙ୍ଗ୍ସ ଏକାଦଶ ପଞ୍ଜାବ ଫ୍ରାଞ୍ଚାଇଜ ମାକ୍ସୱେଲଙ୍କୁ ରିଲିଜ କରିବା ପରେ, ଫେବ୍ରୁଆରୀ 18ରେ ହେବାକୁ ଥିବା ଆଇପିଏଲ ନିଲାମ ପ୍ରକ୍ରିୟାରେ ସାମିଲ ହେବେ ।

ତେବେ ଏହି ମେଗା ଆଇପିଏଲ ନିଲାମ ପୂର୍ବରୁ ମାକ୍ସୱେଲ ଆରସିବି କ୍ୟାମ୍ପରେ ସାମିଲ ହେବାକୁ ଇଚ୍ଛାବ୍ୟକ୍ତ କରିଛନ୍ତି । ମାକ୍ସୱେଲଙ୍କ ସମେତ ଏକାଧିକ ଷ୍ଟାର ଖେଳାଳିଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ଚେନ୍ନାଇରେ ଗୁରୁବାର ହେବାକୁ ଥିବା ମିନି ନିଲାମ କାର୍ଯ୍ୟକ୍ରମ ।

ଆଇପିଏଲରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାକ୍ସୱେଲ ଅନ୍ୟତମ ଲୋକପ୍ରିୟ ଖେଳାଳି ରହିଛନ୍ତି । ତେବେ କୋରୋନା ଯୋଗୁଁ ୟୁଏଇରେ ଖେଳାଯାଇଥିବା ଗତ ଆଇପିଏଲ ସଂସ୍କରଣରେ ପ୍ରଦର୍ଶନ ଆଶାନୁରୂପ ନଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ