ETV Bharat / sports

ଋଷଭ ପନ୍ତଙ୍କ ଫିଟନେସ ଖରାପ ଫର୍ମର କାରଣ: ଟମ ମୁଡି

author img

By

Published : Nov 1, 2020, 10:54 PM IST

ରନ ପାଇଁ ସଂଘର୍ଷ କରିବାର କାରଣ ଋଷଭ ପନ୍ତଙ୍କ ଫିଟନେସ ବୋଲି କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଟମ ମୁଡି । ଅଧିକ ପଢନ୍ତୁ...

wicketkeeper batsman rishabh pant struggled in ipl-13 because of how he arrived says former australia all rounder tom moody
ଋଷଭ ପନ୍ତଙ୍କ ଫିଟନେସ ଖରାପ ଫର୍ମର କାରଣ: ଟମ ମୁଡି

ଦୁବାଇ: ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ ପ୍ରଦର୍ଶନକୁ ନେଇ ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଟମ ମୁଡିଙ୍କ ବଡ ବୟାନ । ଚଳିତ ଆଇପିଏଲ ସଂସ୍କରଣରେ ପନ୍ତ ପ୍ରଭାବୀ ପ୍ରଦର୍ଶନ କରିପାରିନାହାନ୍ତି । ରନ ପାଇଁ ସଂଘର୍ଷ କରୁଥିବା ନଜର ଆସିଛନ୍ତି । ତେବେ ରନ ପାଇଁ ସଂଘର୍ଷ କରିବାର କାରଣ ପନ୍ତଙ୍କ ଫିଟନେସ ବୋଲି କହିଛନ୍ତି ଟମ ମୁଡି ।

ଏଯାବତ ପନ୍ତ, ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ 10 ମ୍ୟାଚ ଖେଳିଛନ୍ତି । 30.44 ହାରରେ 112.29 ଷ୍ଟ୍ରାଇକରେଟ ସହ 274 ରନ ସଂଗ୍ରହ କରିଛନ୍ତି ।

"ଲକଡାଉନରେ ସମସ୍ତେ ରହିଥିଲେ ଓ ସମସ୍ତଙ୍କ ଉପରେ ଏହାର ପ୍ରଭାବ ପଡିଛି । ପନ୍ତ ଯେଉଁ ଫିଟନେସ ସହ ୟୁଏଇ ପହଞ୍ଚିଥିଲେ ତାହା ଠିକ ନଥିଲା । ଫିଟନେସ ହିସାବରେ ଏହା ଖରାପ ଥିଲା । 70କିମ୍ବା 80 ଦଶକରେ ଆମେ ଖେଳୁନାହେଁ ।" ସେଥିପାଇଁ କୌଣସି ବାହାନା ଗ୍ରହଣୀୟ ହେବନାହିଁ ବୋଲି ମୁଡି ଏକ କ୍ରିକେଟ କାର୍ଯ୍ୟକ୍ରମରେ କହିଛନ୍ତି । ଏଥିସହ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ଠାରୁ ବାକି ଖେଳାଳି ଫିଟନେସ ନେଇ ଶିକ୍ଷା ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି ।

ଭାରତୀୟ ଟିମରେ ବିରାଟ କୋହଲିଙ୍କ ପରି ଫିଟନେସର ମାନଦଣ୍ଡକୁ ବୃଦ୍ଧି କରିଥିବା ଭଳି ଖେଳାଳି ରହିଛନ୍ତି । ଖରାପ ପ୍ରଦର୍ଶନ କେବଳ ଶାରିରୀକ ସ୍ତରରେ ନୁହେଁ ବରଂ ମାନସିକ ସ୍ତରରେ ମଧ୍ୟ ପ୍ରଭାବ ପକାଇଥାଏ । ଅନ୍ୟପଟେ ଋଷଭ ପନ୍ତ ଟିମ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ ପାଇଁ ସୀମିତ ଓଭର ଦଳରୁ ବାଦ ପଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.