ETV Bharat / sports

WI vs Ind: ଟେଷ୍ଟରେ ବୁମରାଙ୍କ ଦ୍ରୁତତମ 50 ୱିକେଟ

author img

By

Published : Aug 25, 2019, 2:49 AM IST

ଭାରତୀୟ ପେସ ବୋଲର ଭାବେ ଜଶପ୍ରୀତ ବୁମ୍ରା ଟେଷ୍ଟ କ୍ରିକେଟରେ 50 ୱିକେଟ ହାସଲ କରିଛନ୍ତି । ଏହି ସଫଳତା ହାସଲ କରିବାରେ ବୁମ୍ରା ଦ୍ରୁତତମ ଭାରତୀୟ ପେସ ବୋଲର ହୋଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@BCCI)

ଆଣ୍ଟିଗୁଆ: ଭାରତୀୟ ପେସ ବୋଲର ଜଶପ୍ରୀତ ବୁମ୍ରା ଏକ ନୂଆ କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ଆଇିସିସି ଦିନିକିଆ ମାନ୍ୟତାର ଶ୍ରେଷ୍ଠ ବୋଲର ବୁମରା ଟେଷ୍ଟ କ୍ରିକେଟରେ ନିଜର ଯାଦୁ ଦେଖାଇଛନ୍ତି ।

ବୁମ୍ରା ଟେଷ୍ଟ କ୍ରିକେଟରେ 50 ୱିକେଟ ହାସଲ କରିଛନ୍ତି । ତେବେ ବୁମ୍ରା ଜଣେ ଭାରତୀୟ ପେସ ବୋଲର ଭାବେ, ସବୁଠୁ କମ ସମୟରେ ଏହି ସଫଳତା ହାସଲ କରିଛନ୍ତି । ତେବେ 9ଟି ମ୍ୟାଚରୁ ଭାରତୀୟ ସ୍ପିନର ଓ 10ଟି ମ୍ୟାଚରୁ ଅନ୍ୟତମ ଭାରତୀୟ ସ୍ପିନର ଅନିଲ କୁମ୍ବଲେ 50 ୱିକେଟ ଅକ୍ତିଆର କରିଛନ୍ତି ।

ଇଣ୍ଡିଜ ଇଂନିସର 30 ତମ ଓଭରରେ ଡାରେନ ବ୍ରାଭୋଙ୍କୁ ଆଉଟ କରି ବୁମ୍ରା 50ତମ ୱିକେଟ ପୁରା କରିଥିଲେ । 25 ବର୍ଷିୟ ବୁମ୍ରା ମାତ୍ର 11ତମ ଟେଷ୍ଟ ମ୍ୟାଚରେ ଏହି ମାଇଲଷ୍ଟୋନ ଅତିକ୍ରମ କରିଛନ୍ତି । ଏହା କରିବାରେ ବୁମ୍ରା, ଭେଙ୍କଟସ ପ୍ରସାଦ ଓ ମହମ୍ମଦ ସାମିଙ୍କୁ ପଛରେ ପକାଇଛନ୍ତି । ପ୍ରସାଦ 13ଟି ମ୍ୟାଚରୁ 50 ୱିକେଟ ହାସଲ କରିଥିଲେ। ସାମି ମଧ୍ୟ ସମାନ 13 ମ୍ୟାଚରୁ 50 ୱିକେଟ ଅକ୍ତିଆର କରିଥିଲେ ।

ଏହି ତାଲିକାରେ ଇର୍ଫାନ ଫଠାନ ଓ ଏସ ଶ୍ରୀସନ୍ଥ ରହିଛନ୍ତି । ଉଭୟ 14 ମ୍ୟାଚରୁ ଏହି ସଫଳତାକୁ ପାର କରିଥିଲେ । ପରେ କପିଲ ଦେବ ଓ କରନ ଘବ୍ରି 16ଟି ମ୍ୟାଚରୁ 50 ୱିକେଟ ଅକ୍ତିଆର କରି ତାଲିକାର 4ର୍ଥ ସ୍ଥାନରେ ଭାରତୀୟ ବୋଲର ଭାବେ ରହିଛନ୍ତି । ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.