ETV Bharat / sports

WI vs IND: ବିଜୟରୁ ଯାତ୍ରା ଆରମ୍ଭ କଲା ଭାରତ

ବିଶ୍ବକପ ପରେ ବିରାଟସେନାର ପ୍ରଥମ ମ୍ୟାଚରେ ପ୍ରଥମ ବିଜୟ ହାସଲ । ଆଜି ଟି-20 ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନୀ ଦେଖିବାକୁ ମିଳିଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 3, 2019, 11:35 PM IST

Updated : Aug 3, 2019, 11:48 PM IST

ଫ୍ଲୋରିଡା: ଇଣ୍ଡିଜ ଗସ୍ତର ପ୍ରଥମ ପରୀକ୍ଷାରେ ଭାରତର ପ୍ରଥମ ବିଜୟ । ସେଣ୍ଟ୍ରାଲ ବୋର୍ଡ ରିଜିଓନାଲ ପାର୍କ ଟ୍ରୁଫ୍‌ ଗ୍ରାଉଣ୍ଡରେ ପ୍ରଥମ ଟି-20 ମ୍ୟାଚରେ ବିଜୟ ଲକ୍ଷ୍ୟକୁ ପିଛା କରି 4 ଓ୍ବିକେଟରେ ବିଜୟ ହାସଲ କଲା ଟିମ୍‌ ଇଣ୍ଡିଆ ।

WI vs IND
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ICC

ଭାରତୀୟ ବୋଲରଙ୍କ ଦମ୍‌ଦାର ବୋଲିଂ ଫଳରେ ନିର୍ଦ୍ଧାରିତ ଓଭରରେ 95ରନ୍‌ କରିଥିଲା କାରବିଆନ ଟିମ୍‌ । ତେବେ ସର୍ବାଧିକ 3ଟି ଓ୍ବିକେଟ ନବଦୀପ ସାଇନି ହାସଲ କରିଥିଲେ । ସେହିପରି ଭୁବନେଶ୍ବର କୁମାର 2ଟି ଓ୍ବିକେଟ, ୱାଶିଂଟନ୍ ସୁନ୍ଦର, କେ ଖଲୀଲ ଅହମ୍ମଦ, ରବୀନ୍ଦ୍ର ଜାଡେଜା, କୃଣାଲ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ହାସଲ କରିଥିଲେ।

won
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@BCCI

2ୟ ଇନିଂସରେ ଭାରତ ବ୍ୟାଟିଂ କରିବାକୁ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । ମାତ୍ର ଟିମ୍‌ର କୌଣସି ଖେଳାଳୀ ବ୍ୟାଟରୁ ରନ୍‌ର ବର୍ଷା ଦେଖିବାକୁ ମିଳିନଥିଲା । ଏହି ମ୍ୟାଚରେ ରୋହିତ ଶର୍ମା ସର୍ବାଧିକ 24ରନ ହାସଲ କରିଛନ୍ତି । ଆଜିର ମ୍ୟାଚରେ ଦମଦାର ପ୍ରଦର୍ଶନ ପାଇଁ ନବଦୀପ ସାଇନିଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ ପୁରସ୍କାର ମିଳିଛି ।

ତେବେ ଉଭୟ ଦଳ ମଧ୍ୟରେ 2ୟ ମ୍ୟାଚ ରବିବାର ଫ୍ଲୋରିଡାରେ ଖେଳାଯିବ ।

sample description
Last Updated : Aug 3, 2019, 11:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.