ETV Bharat / sports

WI vs IND ପ୍ରଥମ ଟେଷ୍ଟ: ଟିମ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ - ଜେସନ ହୋଲ୍ଡର

ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଗୁରୁବାରଠୁ ପ୍ରଥମ ଚେଷ୍ଟ ମ୍ୟାଚ ଖେଳାଯାଉଛି । ତେବେ ଆରମ୍ଭରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ । ମାତ୍ର 25 ରନରେ 3 ୱିକେଟ ହରାଇ ସଂକଟରେ ଟିମ୍ ଇଣ୍ଡିଆ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@BCCI)
author img

By

Published : Aug 22, 2019, 9:39 PM IST

ଆଣ୍ଟିଗୁଆ: ଏଠାରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଗୁରୁବାରଠୁ ପ୍ରଥମ ଚେଷ୍ଟ ମ୍ୟାଚ ଆରମ୍ଭ ହୋଇଛି । ପ୍ରଥମେ ଟସ ଜିତି ୱେଷ୍ଟଇଣ୍ଡିଜ କ୍ୟାପଟେନ ଜେସନ ହୋଲ୍ଡର ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଫଳରେ ପ୍ରଥମ ଇଂନିସ ବ୍ୟାଟିଂ ଆରମ୍ଭ କରିଥିଲା ଭାରତ ।

ତେବେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଭାରତ । ମାତ୍ର 25 ରନରେ 3 ୱିକେଟ ହରାଇ ସଂକଟରେ ପଡିଛି ଟିମ ଇଣ୍ଡିଆ । ଓପନର ମୟଙ୍କ ଅଗ୍ରୱାଲ ମାତ୍ର 5 ରନ କରି ଦଳୀୟ ସ୍କୋର 5ଥିବା ବେଳେ କେମାର ରୋଚଙ୍କ ଶୀକାର ହୋଇଥିଲେ । ପରେ2ୟ ୱିକେଟ ଭାବେ ଚେତେଶ୍ବର ପୁଜାରା 2ରନ କରି ଆଉଟ ହୋଇଥିଲେ ।

ତେବେ ସବୁଠୁ ବଡ ଝଟକା କ୍ୟାପଟେନ ବିରାଟଙ୍କ ୱିକେଟ ଭାବରେ ଟିମ ଇଣ୍ଡିଆକୁ ଲାଗିଥିଲା । ଫର୍ମରେ ଥିବା ବିରାଟ ମାତ୍ର 9 ରନ କରି ଆଉଟ ହୋଇଥିଲେ । ଏହାପରେ ଭାରତୀୟ ପାଳିକୁ ସମ୍ଭାଳିଛନ୍ତି ରାହୁଲ ଓ ରାହେଣେ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.