ETV Bharat / sports

ଭଲ ପିଚ୍‌ର ସଂଜ୍ଞା ‌କଣ ? ପିଚ୍‌ ସମାଲୋଚକଙ୍କୁ ଅଶ୍ବିନଙ୍କ ପାଲଟା ପ୍ରଶ୍ନ

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ପିଙ୍କ୍‌ ବଲ୍‌ ଟେଷ୍ଟର ପିଚ୍‌କୁ ପ୍ରଶ୍ନ ଉଠାଇଥିବା ଲୋକଙ୍କୁ ଅଶ୍ବିନଙ୍କ କଡା ଜବାବ । ଅଧିକ ପଢନ୍ତୁ...

author img

By

Published : Feb 28, 2021, 5:03 PM IST

Who defines what a good surface is? Ashwin lashes out at pitch critics
ଭଲ ପିଚ୍‌ର ସଜ୍ଞା କଣ ? ପିଚ୍‌ ସମାଲୋଚକଙ୍କୁ ଅଶ୍ବିନଙ୍କ ପାଲଟା ପ୍ରଶ୍ନ

ଅହମ୍ମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ, ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ଜିତିବାକୁ ପ୍ରାୟ 3 ଦିନ ବିତିଲାଣି । ମାତ୍ର ଏବେବି ପିଚ୍‌କୁ ନେଇ ଚର୍ଚ୍ଚା ଥମିବାର ନା ନେଉନି ।

ଇଂଲଣ୍ଡ ବିପକ୍ଷ ସିରିଜର ଦିବାରାତ୍ର ଟେଷ୍ଟକୁ 10 ୱିକେଟରେ ଜିତିବା ସହ 4 ମ୍ୟାଚ ବିଶିଷ୍ଟ ସିରିଜରେ 2-1ରେ ଆଗୁଆ ରହିଛି ।

ସିରିଜର ପ୍ରଥମ ମ୍ୟାଚରେ ବଡ ପରାଜୟ ମିଳିବା ପରେ ପରବର୍ତ୍ତୀ ଦୁଇଟି ଟେଷ୍ଟ ଜିତି ଜୋରଦାର କମବ୍ୟାକ କରିଛି ବିରାଟ ବାହିନୀ । ତେବେ ତୃତୀୟ ଟେଷ୍ଟ ଖେଳାଯାଇଥିବା ମୋଟେରା ପିଚ୍‌କୁ ନେଇ ଚର୍ଚ୍ଚା ଥମୁନି । ମାତ୍ର ଦୁଇ ଦିନ ମଧ୍ୟରେ ଏହି ମ୍ୟାଚ ଶେଷ ହୋଇଥିବାରୁ ପିଚ୍‌କୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି । ଏକାଧିକ ପୂର୍ବତନ ଇଂଲଣ୍ଡ କ୍ରିକେଟର ପିଚ୍‌କୁ ନେଇ କଟାକ୍ଷ କରିଥିବାବେଳେ, ଖେଳାଳିଙ୍କ ପ୍ରଦର୍ଶନ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପଟେ ଭାରତୀୟ କ୍ରିକେଟର ଓ ପୂର୍ବତନ କ୍ରିକେଟର ପିଚ୍‌ ସପକ୍ଷରେ ଯୁକ୍ତି ବାଢିଛନ୍ତି ଓ ଭାରତ ପିଙ୍କ୍‌ ବଲରେ ଖେଳିଥିବା 3ଟି ଟେଷ୍ଟ 3 ଦିନ ମଧ୍ୟରେ ଶେଷ ହୋଇଛି ।

  • Products are sold using various marketing strategies and that’s an accepted practice! We now live in an era where ideas are also being sold to us and it’s a classic example of “outbound marketing”, however I would like to add that buying ideas being sold to us is like telling us

    — Ashwin 🇮🇳 (@ashwinravi99) February 26, 2021 " class="align-text-top noRightClick twitterSection" data=" ">

ମୋଟେରା ପିଚ୍‌ ସ୍ପିନରଙ୍କ ପାଇଁ ଭୂସ୍ବର୍ଗ ପାଲଟିଥିଲା । ଭେଟେରାନ ଭାରତୀୟ ସ୍ପିନର ଅଶ୍ବିନ କିନ୍ତୁ ପିଚ୍‌କୁ ନେଇ ପ୍ରଶ୍ନ ଉଠାଇଥିବା ଲୋକଙ୍କୁ କଡା ଜବାବ ଦେଇଛନ୍ତି । ଅଶ୍ବିନଙ୍କୁ ପ୍ରଶ୍ନଥିଲା "ମୋଟେରା ପିଚ୍‌ ଟେଷ୍ଟ କ୍ରିକେଟ ପାଇଁ ଉତ୍ତର ବାତାବରଣ କି ? ଅଶ୍ବିନ କହିଛନ୍ତି, "ଏହି ପ୍ରଶ୍ନର ଉତ୍ତରରେ ପାଲଟା ପ୍ରଶ୍ନ କରିବାକୁ ଚାହୁଁଛି, ଉତ୍ତମ କ୍ରିକେଟ ବାତାବରଣ କଣ ? କିଏ ଏହାର ସଂଜ୍ଞା ନିରୁପଣ କରେ ?

ପରେ ଏହା ଏକ ଭଲ କ୍ରିକେଟ ମ୍ୟାଚ ଥିଲା କି ? ବୋଲି ଅଶ୍ବିନଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ଅଶ୍ବିନ କହିଥିଲେ , ହଁ ନିଶ୍ଚିତ, ବୋଲରଙ୍କ ପାଇଁ ଅନୁକୂଳ ଥିଲା, ମାତ୍ର ବ୍ୟାଟ୍ସମ୍ୟାନଙ୍କୁ ରନ ସଂଗ୍ରହ ପାଇଁ ଭଲ ଖେଳିବା ଆବଶ୍ୟକ ଥିଲା । କୌଣସି ଜଣେ ଇଂଲଣ୍ଡ ଖେଳାଳିଙ୍କ ଟାରେ ବାତାବରଣ ନେଇ କୌଣସି ସମସ୍ୟା ଲକ୍ଷ୍ୟ କରିନାହିଁ । ସେମାନେ ଭଲ ପ୍ରଦର୍ଶନ ପାଇଁ ଚେଷ୍ଟିତ । ସେମାନେ ପ୍ରତିଦ୍ବନ୍ଦ୍ବିତା ଚାହାଁନ୍ତି । କାରଣ ଆମେ(ଭାରତୀୟ ଟିମ) କେବେ କୌଣସି ସ୍ଥାନରେ ପିଚ୍‌କୁ ନେଇ ଅସନ୍ତୋଷ ବ୍ୟକ୍ତ କରିନାହୁଁ । ଯେଉଁମାନେ ପିଚ୍‌କୁ ନେଇ ପ୍ରଶ୍ନ କରୁଛନ୍ତି, ସେମାନେ ଚାହାନ୍ତି କି ତାଙ୍କର ଖେଳାଳି ପିଚ୍‌କୁ ନେଇ ଅଭିଯୋଗ କରନ୍ତୁ ?

ମ୍ୟାଚ ଦୁଇ ଦିନରେ ଶେଷ ହୋଇଗଲା, ମାତ୍ର ଭାରତ ପୂର୍ବରୁ ଖେଳିଥିବା ପିଙ୍କ୍‌ ବଲ ଟେଷ୍ଟ ମଦ୍ୟ 3 ଦିନ ମଧ୍ୟରେ ଶେଷ ହୋଇଛି । ଯେଉଁମାନେ ପିଚ୍‌କୁ ନେଇ ପ୍ରଶ୍ନ କରୁଛନ୍ତି, ଏହା ଦୁର୍ଭାଗ୍ୟର ବିଷୟ ଯେ ସେମାନେ ପିଙ୍କ୍‌ ବଲରେ ଖେଳିନାହାନ୍ତି । ସେଥିପାଇଁ ପିଙ୍କ୍‌ବଲ ମ୍ୟାଚର ପରିଣାମକୁ ବୁଝିବାରେ ହୁଏତ ଅସମର୍ଥ ହେଉଛନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.