ETV Bharat / sports

ବାରବାଟୀରେ ବିରାଟ ବାହିନୀର ପଲ୍ଲା ଭାରୀ - ବିରାଟ ବାହିନୀର ପଲ୍ଲା ଭାରୀ

ବାରବାଟୀ ଗ୍ରାଉଣ୍ଡର ରେକର୍ଡ ଟିମ ଇଣ୍ଡିଆ ସପକ୍ଷରେ ଯାଉଛି । ତେବେ ନଜର ପକାନ୍ତୁ କଣ କହୁଛି ରେକର୍ଡ ।

What is the record count of barabati stadium
ବାରବାଟୀରେ ବିରାଟ ବାହିନୀର ପଲ୍ଲା ଭାରୀ
author img

By

Published : Dec 22, 2019, 2:42 PM IST

କଟକ: ଆରମ୍ଭ ହୋଇଛି ଐତିହାସିକ ବାରବାଟୀ ମ୍ୟାଚ । ବାରବାଟୀରେ ହେବ ଇଣ୍ଡିଆ-ଇଣ୍ଡିଜ ଟ୍ରଫି ଟକ୍କର । ମ୍ୟାଚ ଜିତି ସିରିଜ କବଜା ଲକ୍ଷରେ ଉଭୟ ଦଳ । ଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ 1-1ରେ ବରାବର ରହିଛି । ଫଳରେ ଉଭୟ ଦଳ ପାଇଁ ଏହା କର ବା ମର ମ୍ୟାଚ ହୋଇଛି । ମାତ୍ର ବାରବାଟୀ ଗ୍ରାଉଣ୍ଡର ରେକର୍ଡ ଟିମ ଇଣ୍ଡିଆ ସପକ୍ଷରେ ଯାଉଛି । ତେବେ ନଜର ପକାନ୍ତୁ କଣ କହୁଛି ରେକର୍ଡ ।

What is the record count of barabati stadium
ବାରବାଟୀରେ ବିରାଟ ବାହିନୀର ପଲ୍ଲା ଭାରୀ

ଦୀର୍ଘ ଅଢେଇ ବର୍ଷରେ ପରେ ବାରବାଟୀରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ । 2017ରେ ଶେଷ ଥର ପାଇଁ ବାରବାଟୀ ମୁକସାକ୍ଷୀ ଥିଲା ଇଂଲଣ୍ଡ ବିପକ୍ଷ ଧୋନିଙ୍କ 138ରନର ଲମ୍ବା ପାଳ । ତେବେ ଏହି ଷ୍ଟାଡିୟମରେ ମୋଟ 20 ମ୍ୟାଚ ଖେଳାଯାଇଛି । ଯେଉଁଥିରୁ 12ଟି ମ୍ୟାଚ ଭାରତ ଜିତିଛି ଓ 4ଟି ମ୍ୟାଚ ହାରିଛି । ଅନ୍ୟ ଦୁଇଟି ମ୍ୟାଚ ଅନ୍ୟ ଦଳ ଖେଳିଛନ୍ତି ଓ ଦୁଇଟି ମ୍ୟାଚ ବାତିଲ ହୋଇଛି ।

ସେହିପରି ଯଦି ଦୁଇ ଦଳର ହେଡ-ଟୁ-ହେଡ ରେକର୍ଡ ଦେଖିବା । ଦୁଇଟି ଦଳ ସମାନ ସଂଖ୍ୟକ 63ଟି ମ୍ୟାଚ ଜିତିଛନ୍ତି ଓ ଦୁଇଟି ମ୍ୟାଚ ଡ୍ର ରହିଛି । ଅନ୍ୟପଟେ ଯଦି ଆଜି ୱେଷ୍ଟଇଣ୍ଡିଜ ମ୍ୟାଚ ଜିତିଯାଉଛି, ତେବେ ଦୀର୍ଘ 17 ବର୍ଷ ପରେ କାରବିଆନ ବାହିନୀ ଭାରତରେ କୌଣସି ଦିନିକିଆ ସିରିଜ ଜିତିବାରେ ସଫଳ ହେବ । ସେହିପରି ଯଦି ଭାରତ ମ୍ୟାଚରେ ବିଜୟ ହୋଇଛି, ତେବେ ଘରୋଇ ଦଳ କାରବିଆନ ଦଳ ବିପକ୍ଷରେ ଲଗାତାର 10ଟି ଦ୍ବିପାକ୍ଷିକ ସିରିଜ ବିଜୟୀ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.