ETV Bharat / sports

ଜାଣନ୍ତୁ ସୁପର ଓଭରରେ କଣ ରହିଥାଏ ନିୟମ... - ପ୍ରଥମ ସୁପର ଓଭର

ଏକ ମ୍ୟାଚ ଆନୁଷ୍ଠାନିକ ଭାବେ ଅମୀମାଂସିତ ଘୋଷଣା ହେଲେ ସୁପର ଓଭରରେ ଅଧିକ ରନ କରିଥିବା ଟିମ ବିଜେତା ହୁଅନ୍ତି । ଅଧିକ ପଢନ୍ତୁ...

What are the rules of Super Over?
ଜାଣନ୍ତୁ ସୁପର ଓଭରରେ କଣ ରହିଥାଏ ନିୟମ
author img

By

Published : Sep 22, 2020, 6:27 PM IST

ଦୁବାଇ: ଆଇପିଏଲର 13ତମ ସଂସ୍କରଣରେ ପ୍ରଥମ ସୁପର ଓଭରର ମଜା ଉଠାଇ ସାରିଛନ୍ତି ଦର୍ଶକ । ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଲୋକେଶ ରାହୁଲଙ୍କ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ପରାସ୍ତ କରିଛି । ତେବେ ଏହି ସୁପର ଓଭର ମୁକାବିଲା ଏକତରଫା ହୋଇଥିଲା । ଦିଲ୍ଲୀର ଦକ୍ଷିଣ ଆଫ୍ରିକୀୟ ସ୍ପିଡଷ୍ଟାର କାଗିସୋ ରବାଡା ଦୁଇଟି ବଲରେ ଦୁଇଟି ୱିକେଟ ହାସଲ କରିବା ସହ 3 ରନ ବ୍ୟୟ କରିଥିଲେ । ପରେ ଦିଲ୍ଲୀ କ୍ୟାପିଟାଲ୍ସ ଷ୍ଟାର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଦୁଇଟି ବଲରେ ମ୍ୟାଚ ଶେଷ କରିଦେଇଥିଲେ ।

What are the rules of Super Over?
ଜାଣନ୍ତୁ ସୁପର ଓଭରରେ କଣ ରହିଥାଏ ନିୟମ

ମାତ୍ର କ୍ରିକେଟ ଫ୍ୟାନ୍ସ ଏକ ଚିତାକର୍ଷକ ମ୍ୟାଚ ଅପେକ୍ଷାରେ ଥିଲେ । ତେବେ ନଜର ପକାନ୍ତୁ କଣ ରହିଛି ସୁପର ଓଭରରେ ନିୟମାବଳୀ ..

ସୁପର ଓଭର କଣ ?

ନିର୍ଦ୍ଧାରିତ ଓଭର ଠାରୁ ଅଧିକ ଏକ ଓଭରକୁ ସୁପର ଓଭର କୁହାଯାଏ । ମ୍ୟାଚ ଶେଷରେ ଉଭୟ ଟିମର ରନ ସମାନ ରହିଲେ ଅଧିକ ଗୋଟିଏ ଓଭର(6ଟି ବଲ୍) ବିଜେତା ଚୟନକୁ ସୁପର ଓଭର କୁହାଯାଏ ।

ଏକ ମ୍ୟାଚ ଆନୁଷ୍ଠାନିକ ଭାବେ ଅମୀମାଂସିତ ଘୋଷଣା ହେଲେ ସୁପର ଓଭରରେ ଅଧିକ ରନ କରିଥିବା ଟିମ ବିଜେତା ହୁଅନ୍ତି । ଯଦି ସୁପର ଓଭରରେ ମଧ୍ୟ ପୁନର୍ବାର ଉଭୟ ଟିମ ସମାନ ରନରେ ରୁହନ୍ତି ତେବେ ଗୋଟିଏ ଟିମ ବିଜେତା ହେବା ପର୍ଯ୍ୟନ୍ତ ଆଉ ଏକ ସୁପର ଓଭର ଖେଳାଯିବାର ନିୟମ ରହିଛି ।

What are the rules of Super Over?
ଜାଣନ୍ତୁ ସୁପର ଓଭରରେ କଣ ରହିଥାଏ ନିୟମ

ସୁପର ଓଭରର ଇତିହାସ

ବର୍ଷ 2008ରେ ପ୍ରଥମେ ଟି-20ରେ ସୁପର ଓଭରର ପ୍ରଚଳନ ହୋଇଥିଲା । ପୂର୍ବରୁ 6ଟି ବଲ ବିନା ବ୍ୟାଟ୍ସମ୍ୟାନରେ ଷ୍ଟମ୍ପକୁ ବୋଲିଂ କରିବାକୁ ପଡୁଥିଲା(ବୋଲ ଆଉଟ୍) । 6ଟି ବଲରେ ଅଧିକ ଥର ଷ୍ଟମ୍ପ ଭାଙ୍ଗିଥିବା ଦଳ ବିଜୟୀ ହେଉଥିଲା । ତେବେ ଏହି ନିୟମ ବଦଳରେ ସୁପର ଓଭରର ଆରମ୍ଭ ହୋଇଥିଲା ।

2011 ଦିନିକିଆ କ୍ରିକେଟ ବିଶ୍ବକପର ନକଆଉଟ ପର୍ଯ୍ୟାୟରେ ଦିନିକିଆ କ୍ରିକେଟରେ ସୁପର ଓଭରର ଲାଗୁ ହୋଇଥିଲା । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ସୁପର ଓଭରର ଆବଶ୍ୟକତା ପଡିନଥିଲା । କାରଣ କେବଳ ଫାଇନାଲ ମ୍ୟାଚରେ ସୁପର ଓଭରରେ ବିଜେତା ଚୟନ ପାଇଁ ଯୋଜନା ରହିଥିଲା ।

ପରେ ବର୍ଷ 2017ରେ ସମସ୍ତ ନକଆଉଟ ପର୍ଯ୍ୟାୟର ମ୍ୟାଚ ଓ ସେହିବର୍ଷ କ୍ରିକେଟ ବିଶ୍ବକପ ଓ ଚମ୍ପିଆନ୍ସ ଟ୍ରଫିରେ ଆଇସିସି ସୁପର ଓଭର ଲାଗୁ କରିଥିଲା ।

What are the rules of Super Over?
ଜାଣନ୍ତୁ ସୁପର ଓଭରରେ କଣ ରହିଥାଏ ନିୟମ

ତେବେ 2019 କ୍ରିକେଟ ବିଶ୍ବକପ ଫାଇନାଲ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଇତିହାସରେ ପ୍ରଥମ ଦିନିକିଆରେ ମ୍ୟାଚରେ ସୁପର ଓଭର ଖେଳାଯାଇଥିଲା । ତେବେ ସୁପର ଓଭରରେ ମଧ୍ୟ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ସମାନ ସ୍କୋର ରହିଥିଲା । ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଇଂଲଣ୍ଡକୁ ବିବାଦୀୟ ବାଉଣ୍ଡ୍ରୀ ସଂଖ୍ୟା ଆଧାରରେ ବିଜେତା ଘୋଷଣା କରାଯାଇଥିଲା ।

What are the rules of Super Over?
ଜାଣନ୍ତୁ ସୁପର ଓଭରରେ କଣ ରହିଥାଏ ନିୟମ

ସୁପର ଓଭର ନିୟମ କଣ ?

ସୁପର ଓଭର ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଅନ୍ତର୍ଜାତୀୟ ଟି-20 ମ୍ୟାଚ ପାଇଁ ନିୟମ ନିର୍ଦ୍ଧାରଣ କରିଛି ।

ପ୍ରତ୍ୟେକ ଟିମ 3 ଜଣ ବ୍ୟାଟ୍ସମ୍ୟାନଙ୍କୁ ଚୟନ କରିବେ ଓ ସୁପର ଓଭରରେ ସେମାନଙ୍କୁ ଦୁଇଟି ୱିକେଟ ଦେବେ ।

ଦ୍ବିତୀୟରେ ବ୍ୟାଟିଂ କରିଥିବା ଟିମ ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରିବ । ବୋଲିଂ ଟିମ ବୋଲିଂ କରିବ ।

ଯଦି ମ୍ୟାଚ ସମୟରେ ଡକୱାର୍ଥ-ଲିୱିସ ନିୟମ ବ୍ୟବହାର ହୋଇଥାଏ, ତେବେ ସୁପର ଓଭର କାଉଣ୍ଟ-ବ୍ୟାକ୍ ମାନଦଣ୍ଡ ଅନୁଯାୟୀ ସ୍ଥିର ହେବ ।

What are the rules of Super Over?
ଜାଣନ୍ତୁ ସୁପର ଓଭରରେ କଣ ରହିଥାଏ ନିୟମ

ଏକ ଟୁର୍ଣ୍ଣାମେଣ୍ଟର ଗ୍ରୁପ ପର୍ଯ୍ୟାୟର ସୁପର ଓଭର ମ୍ୟାଚ ଯଦି ଅମୀମାଂସିତ ରୁହେ, ତେବେ ଏହା ଅମୀମାଂସିତ ଘୋଷଣା ହେବ । କିନ୍ତୁ ନକଆଉଟ ମ୍ୟାଚ ହେଇଥିଲେ ଗୋଟିଏ ଟିମ ବିଜେତା ନହେବା ପର୍ଯ୍ୟନ୍ତ ସୁପର ଓଭର ପରେ ଏକାଧିକ ସୁପର ଓପର ଖେଳାଯିବାର ନିୟମ ରହିଛି ।

ଦ୍ବିପାକ୍ଷିକ ସିରିଜର କୌଣସି ମ୍ୟାଚରେ ସୁପର ଓପର ଖେଳାଗଲେ, ବିଜେତା ଚୟନ ପର୍ଯ୍ୟନ୍ତ ସୁପର ଓଭର ଖେଳାଯିବ ।

କେବେ ଖେଳାଯାଇଥିଲା ପ୍ରଥମ ସୁପର ଓଭର ?

ପ୍ରଥମ ସୁପର ଓଭର 26 ଡିସେମ୍ବର 2008ରେ ୱେଷ୍ଟଇଣ୍ଡିଜ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଏକ ଟି-20 ମ୍ୟାଚରେ ଖେଳାଯାଇଥିଲା । ୱେଷ୍ଟଇଣ୍ଡିଜ ସୁପର ଓଭରରେ 25/1 ରନ କରିଥିଲା । ଜବାବରେ ନ୍ୟୁଜିଲାଣ୍ଡ 15/2 ରନ କରିପାରିଥିଲା ।

What are the rules of Super Over?
ଜାଣନ୍ତୁ ସୁପର ଓଭରରେ କଣ ରହିଥାଏ ନିୟମ

ସୁପର ଓଭର ସ୍କୋର ସମାନ ରହିଲେ କଣ ହେବ ?

ଅକ୍ଟୋବର 2019ରେ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ତାର ନିୟମରେ ଆଇସିସି ଇଭେଣ୍ଟ ପାଇଁ କିଛି ପରିବର୍ତ୍ତନ କରିଥିଲା । ଗ୍ରୁପ୍ ପର୍ଯ୍ୟାୟର ସୁପର ଓଭର ମ୍ୟାଚ ଅମୀମାଂସିତ ରହିଲେ, ଏହା ଅମୀଂମାସିତ ଘୋଷଣା ହେବ । ମାତ୍ର ସେମିଫାଇନାଲ, ଫାଇନାଲ ମୁକାବିଲା ହୋଇଥିଲେ ସୁପର ଓଭର ସେ ପର୍ଯ୍ୟନ୍ତ ଜାରି ରହିବ ଯେପର୍ଯ୍ୟନ୍ତ ଜଣେ ବିଜେତା ନ ହୋଇଛନ୍ତି ।

What are the rules of Super Over?
ଜାଣନ୍ତୁ ସୁପର ଓଭରରେ କଣ ରହିଥାଏ ନିୟମ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.