ETV Bharat / sports

ସ୍ଲେଜିଂଠୁ ସର୍ଟ ପିଚ୍, ଅଷ୍ଟ୍ରେଲିଆକୁ କଡା ଜବାବ ଦେବ ଭାରତ: ଶୁଭମନ ଗିଲ୍ - ଭାରତୀୟ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ୍

ସ୍ଲେଜିଂଠୁ ନେଇ ସର୍ଟ ପିଚ୍ ବୋଲିଂ, ସବୁର କଡା ଜବାବ ଅଷ୍ଟ୍ରେଲିଆକୁ ଦେବ ଭାରତ ବୋଲି କହିଛନ୍ତି ଶୁଭମନ ଗିଲ୍ । ଅଧିକ ପଢନ୍ତୁ...

We've got plenty of moves in store to handle Aussie chin music: Shubman Gill
ସ୍ଲେଜିଂଠୁ ସର୍ଟ ପିଚ୍, ଅଷ୍ଟ୍ରେଲିଆକୁ କଡା ଜବାବ ଦେବ ଭାରତ: ଶୁଭମନ ଗିଲ୍
author img

By

Published : Dec 14, 2020, 4:35 PM IST

ସିଡନି: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ୍ ଙ୍କ ଦୃଢୋକ୍ତି । ଡିସେମ୍ବର 17ରୁ ଆରମ୍ଭ ହେବାକୁ ଥିବା ବହୁ ପ୍ରତିକ୍ଷୀତ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆ ଶ୍ରେଷ୍ଠ ପ୍ରଦର୍ଶନ ସହ କଡା ଟକ୍କର ଦେବ । ସ୍ଲେଜିଂଠୁ ନେଇ ସର୍ଟ ପିଚ୍ ବୋଲିଂ ସବୁର କଡା ଜବାବ ମିଳିବ ବୋଲି ଗିଲ୍ ଚେତାବନୀ ଦେଇଛନ୍ତି ।

ରବିବାର ଶେଷ ହୋଇଥିବା ଅଷ୍ଟ୍ରେଲିଆ ଏ ବିପକ୍ଷ ପିଙ୍କ୍ ବଲ ଅଭ୍ୟାସ ମ୍ୟାଚର ଦୁଇଟି ଇଂନିସରେ ଓପନର ଭାବେ 43 ଓ 65 ରନର ଇଂନିସ ଖେଳିଥିଲେ । 21 ବର୍ଷୀୟ ଗିଲ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳିଥିଲେ । ତେବେ ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ ଅପେକ୍ଷାରେ ରହିଛନ୍ତି ଶୁଭମନ ଗିଲ୍ ।

ବ୍ୟାଟ୍ସମ୍ୟାନ ଭାବେ ଅଷ୍ଟ୍ରେଲିଆ ପରିବେଶରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବା ଏକ ବୃହତ୍ତ ସୁଯୋଗ । ତେବେ ରନ ସଂଗ୍ରହ କରିବା ଆତ୍ମବିଶ୍ବାସ ବୃଦ୍ଧି କରିବାରେ ସହାୟକ ହେବ ।

ବିଗତ କିଛି ବର୍ଷ ଧରି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପଡିଆରେ କଡା ପ୍ରତିନ୍ଦ୍ବନ୍ଦୀତା ଦେଖିବାକୁ ମିଳିଛି । 2018-19ରେ ଶେଷ ଥର ପାଇଁ ଉଭୟ ଟିମ ଟେଷ୍ଟ ସିରିଜରେ ସାମ୍ନାସାମ୍ନି ହୋଇଥିଲେ । ଏହି ସିରିଜରେ 2-1ରେ ବିଜୟୀ ହୋଇଥିଲା ଭାରତ । ଏହା ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ସିରିଜ ବିଜୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.