ETV Bharat / sports

ବିଦେଶ ମାଟିରେ ଭାରତୀୟ ମହିଳା କ୍ରିକେଟ ଦଳର କମାଲ - ଭାରତୀୟ ମହିଳା କ୍ରିକେଟ ଟିମ

କାରବିୟାନ ମାଟିରେ ଭାରତୀୟ ମହିଳା କ୍ରିକେଟ ଟିମର ସାନ୍‌ଦାର ପ୍ରଦର୍ଶନ । 5-0ରେ ଟି-20 ସିରିଜକୁ ହାତେଇଲା ଟିମ୍‌ ଇଣ୍ଡିଆ ।

ଭାରତୀୟ ମହିଳା କ୍ରିକେଟ ଦଳ
author img

By

Published : Nov 21, 2019, 2:04 PM IST

ଗୁଏନା: ବିଦେଶ ମାଟିରେ ଭାରତୀୟ ମହିଳା କ୍ରିକେଟ ଟିମର ସାନ୍‌ଦାର ପ୍ରଦର୍ଶନ । ଇଣ୍ଡିଜ ବିପକ୍ଷରେ ଦିନିକିଆ ମ୍ୟାଚ ହାତେଇଲାପରେ ଟି-20ସିରଜକୁ କ୍ଲିନ ସୁଇପ କରିଛି ଭାରତୀୟ ଦଳ । ଟି-20 ସିରିଜର ଅନ୍ତିମ ମ୍ୟାଚରେ ଭାରତୀୟ ମହିଳା ଦଳଙ୍କ ବୋଲିଂ ଯାଦୁରେ 61ରନ୍‌ରେ ଘରୋଇ ଟିମ କୁ ମାତ୍‌ ଦେଇଛି ।

5ମ୍ୟାଚ ବିଶିଷ୍ଟ ଟି-20 ସିରିଜର 5ମ ମ୍ୟାଚରେ ପ୍ରଥମେ ଭାରତୀୟ ଦଳ ଟସ୍‌ ଜିତି ବ୍ୟାଟିଂ କରିଥିଲା । ଦଳ ପକ୍ଷରୁ ଜେମାମଣି ଓ ବେଦା କ୍ରିଷ୍ଣାମୂର୍ତ୍ତି ଅର୍ଦ୍ଧଶତକ ପାଳି ଫଳରେ ନିର୍ଦ୍ଧାରିତ 20 ଓଭରରେ ଟିମ୍‌ ଇଣ୍ଡିଆ 3 ଓ୍ବିକେଟ ହରାଇ 134ରନ ହାସଲ କରିଥିଲା ।

india women cricket team
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@WomensCricZone
ତେବେ ବିପକ୍ଷ କାରବିୟାନ୍‌ ଦଳ 135ରନର ବିଜୟଲକ୍ଷ୍ୟକୁ ପିଛା କରି ଗ୍ରାଉଣ୍ଡକୁ ଓହ୍ଲାଇଥିଲେ । ମାତ୍ର ଟିମ୍‌ ଇଣ୍ଡିଆର ଚମତ୍କାର ବୋଲିଂ ଫଳରେ କ୍ରିଜ୍‌ରେ ବେଶୀ ସମୟ ରହି ପାରିନଥିଲେ ଇଣ୍ଡିଜ ଦଳ । ନିର୍ଦ୍ଧାରିତ ଓଭରରେ 7 ଓ୍ବିକେଟ ହାରଇ ମାତ୍ର 73ରନ କରିପାରିଥିଲା ଓ୍ବେଷ୍ଟଇଣ୍ଡିଜ ଟିମ ।

ଭାପତୀୟ ଦଳ ପକ୍ଷରୁ ସର୍ବାଧିକ 2ଟି ଓ୍ବିକେଟ ଅନୁଜା ହାସଲ କରିଥିଲେ । ସେହିପରି ରାଧା,ପୁନମ,ପୂଜା ଓ ହରଲୀନ ଗୋଟିଏ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରି ଦଳକୁ ସହଜ ବିଜୟ ଦେଇଥିଲେ ।

ସୂଚନାଥାଉକି, ପ୍ରଥମ ଟି-20 ମ୍ୟାଚରେ ଭାରତୀୟ ଦଳ 84ରନ୍‌ରେ ଇଣ୍ଡିଜକୁ ମାତ୍‌ ଦେଇଥିଲା । ସେହିପରି 2ୟ ମ୍ୟାଚରେ ଭାରତୀୟ ଦଳ ବିପକ୍ଷ ଦଳକୁ 10 ଓ୍ବିକେଟ୍‌ରେ ଓ 3ୟ ମ୍ୟାଚରେ 7ଓ୍ବିକେଟ୍‌ରେ ପରାସ୍ତ କରିଥିବା ବେଳେ 4ର୍ଥ ମ୍ୟାଚରେ 5ରନ୍‌ରେ ବିଜୟ ହାସଲ କରିଥିଲା ଟିମ ଇଣ୍ଡିଆ ।

Intro:Body:

sanhga

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.