ETV Bharat / sports

ଇଣ୍ଡିଜ ଟିମ୍‌କୁ ଭାରି ପଡିଲେ ଭାରତୀୟ ଓପନର ଯୋଡି, 10ଓ୍ବିକେଟରେ ବାଜିମାତ୍‌

5ମ୍ୟାଚ ବିଶିଷ୍ଟ ଟି-20 ସିରିଜର 2ୟମ୍ୟାଚରେ ଭାରତୀୟ ମହିଳା ଦଳଙ୍କ କମାଲ । ଟିମ୍‌ ଇଣ୍ଡିଆ ଗ୍ରାଉଣ୍ଡରେ ସମସ୍ତ ବିଭାଗରେ ଚମତ୍କାର ପ୍ରଦର୍ଶନ କରି ସିରିଜକୁ 2-0ରେ ଅଗ୍ରଣୀ ।

cricket
author img

By

Published : Nov 11, 2019, 8:36 AM IST

ହାଇଦ୍ରାବାଦ: ଅତିଥି ଦଳ ଭାରତୀୟ ମହିଳା କ୍ରିକେଟ ଟିମ ବିଦେଶ ମାଟିରେ ନିଜର ସାନଦାର ପ୍ରଦର୍ଶନ ଜାରି ରଖିଛି । 5ମ୍ୟାଚ ବିଶିଷ୍ଟ ଟି-20 ସିରିଜର 2ୟମ୍ୟାଚରେ କାରବିୟାନ ମହିଳା ଦଳ ଉପରେ ଭାରତାୟ ମହିଳା ଓପନୋର ଭାରି ପଡିଛନ୍ତି ।

cricket
ଫଟୋ ସୌଜନ୍ୟ: ସୋସିଆଲମିଡିଆ@BCCIWomen

ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜ ମହିଳା ଦଳ ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ 20 ଓଭରରେ 7 ଓ୍ବିକେଟ ବିନିମୟରେ 103ରନ ହାସଲ କରିଥିଲା । ଭାରତୀୟ ଦଳ ପକ୍ଷରୁ ଦୀପ୍ତି ଶର୍ମା କମାଲ ବୋଲିଂ କରିଥିଲେ । ଦୀପ୍ତି ମାତ୍ର10ରନ୍‌ ଦେଇ 4ଟି ଓ୍ବିକେଟ ହାସଲ କରିଥିଲେ ।

ତେବେ 104ରନର ବିଜୟ ଲକ୍ଷ୍ୟ ପିଛା କରି ଭାରତୀୟ ମହିଳା ଦଳର ଓପନର ଯୋଡି ଶେଫାଲୀ ଓ ମନନ୍ଧାନୀ ଭାରତକୁ ଆଉ ଏକ ବିଜୟ ଦେଇଛନ୍ତି । ଶେଫାଲୀ 69(35ବଲ୍‌)ରନ୍‌ ଓ ସ୍ମିତି ମନନ୍ଧାନୀ 30(28ବଲ୍‌)ରନ ବଳରେ ମାତ୍ର10 ଓଭର3ବଲ୍‌ରେ 104ରନ୍‌ ହାସଲ କରିଥିଲେ । ଟି-20 ସିରିଜର 2ଟି ମ୍ୟାଚରେ ଇଣ୍ଡିଜକୁ ମାତ୍‌ ଦେଇ ଭାରତୀୟ ଟିମ 2-0ରେ ଅଗ୍ରଣୀ ରହିଛି ।

Intro:Body:

TEST

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.