ETV Bharat / sports

AFG vs WI: ଦିନିକିଆ ସିରିଜରେ ଇଣ୍ଡିଜର କ୍ଲିନ ସୁଇପ - କ୍ରିକେଟ ନ୍ୟୁଜ

ଆଫଗାନିସ୍ତାନ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା 3ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ 3-0ରେ ହାତେଇଛି ଅତିଥି ଦଳ ଇଣ୍ଡିଜ । ନଭେମ୍ବର 14ରୁ ଉଭୟ ଦଳ ମଧ୍ୟରେ ଆରମ୍ଭ ହେବ 3ମ୍ୟାଚ ବିଶିଷ୍ଟ ଟି-20 ସିରିଜ ।

cricket
author img

By

Published : Nov 12, 2019, 9:43 AM IST

ଲକ୍ଷ୍ନୌ: ଘରୋଇ ଦଳ ଆଫଗାନିସ୍ତାନ ଉପରେ ଓ୍ବେଷ୍ଟଇଣ୍ଡିଜ ଟିମର ବାଜିମାତ୍‌ । ଲକ୍ଷ୍ନୌ ଗ୍ରାଉଣ୍ଡରେ ଖେଳାଯାଉଥିବା 3ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ 3-0ରେ ହାତେଇଛି କାରବିୟାନ ଦଳ ।

cricket
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ICC

ଗତକାଲି ଅନ୍ତିମ ମ୍ୟାଚରେ ଅତିଥି ଦଳ ଓ୍ବେଷ୍ଟଇଣ୍ଡିଜ ଟସ୍‌ ଜିତି ଘରୋଇ ଟିମ ଆଫଗାନିସ୍ତାନକୁ ପ୍ରଥମେ ବ୍ୟାଟିଂର ଆମନ୍ତ୍ରଣ ଦେଇଥିଲା । ଟିମ ପକ୍ଷରୁ ସର୍ବାଧିକ ରନ ଅସଗର 86(85ବଲ୍‌)ରନ ହାସଲ କରିଥିଲେ । ଏଥିସହ ହଜରତଉହ୍ଲା ଓ ମହମ୍ମଦ ନବୀଙ୍କ ଅର୍ଦ୍ଧଶତକ ପାଳି ଖେଳିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ଓଭରରେ 7 ଓ୍ବିକେଟ ବିନିମୟରେ 249ରନ ହାସଲ କରିଥିଲା ।

ଇଣ୍ଡିଜ ପକ୍ଷରୁ ସର୍ବାଧିକ ଓ୍ବିକେଟ କିମୋ ପଲ ନାଁରେ ରହିଥିଲା । ସେ 10 ଓଭରରେ 44ରନ ଦେଇ 3 ଓ୍ବିକେଟ ହାସଲ କରିଥିଲେ । ସେହିପରି ଅଲଜାରୀ ଜୋସେଫ 2ଟି ଓ୍ବିକେଟ ହାସଲ କରିଥିଲେ ।ତେବେ 250ରନର ବିଜୟ ଲକ୍ଷ୍ୟର ପିଛା କରି ଇଣ୍ଡିଜ ଦଳ 48.4 ଓଭରରେ 5 ଓ୍ବିକେଟ ବିନିମୟରେ 253 ରନ୍‌ ହାସଲ କରି ମ୍ୟାଚକୁ ନିଜ ନାଁରେ କରିଥିଲା । ତେବେ ଦଳ ପକ୍ଷରୁ ସାଇ ହୋପ ଶତକୀୟ ପାଳି ଖେଳିଥିଲେ । ତେବେ ଏହି ଶୃଙ୍ଖଳାର 3ୟ ମ୍ୟାଚକୁ 5 ଓ୍ବିକେ୍ଟରେ ଅତିଥି ଦଳ ଇଣ୍ଡିଜ ଜିତିଲା ପରେ ଏହି ଦିନିକିଆ ସିରିଜକୁ 3-0ରେ ହାତେଇଛି ।

ସୂଚନାଥାଉକି ଏହି ଦିନିକିଆ ସିରିଜର ପ୍ରଥମ ମ୍ୟାଚକୁ ଇଣ୍ଡିଜ ଦଳ 7 ଓ୍ବିକେଟରେ ଜିତିଥିବା ବେଳେ 2ୟମ୍ୟାଚକୁ 47ରନ୍‌ରେ ଜିତିଥିଲା ଇଣ୍ଡିଜ । ତେବେ ଏହି ଦିନିକିଆ ଶୃଙ୍ଖଳା ପରେ ଆଫଗାନିସ୍ତାନ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ 3ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଲକ୍ଷ୍ନୌ ସ୍ଥିତ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଏଥିସହ ଉଭୟ ଦଳ ଗୋଟି ଟେଷ୍ଟ ମ୍ୟାଚ ଖେଳିବେ ।

କାର୍ଯ୍ୟସୂଚୀ:

  • ନଭେମ୍ବର 14:- ଆଫଗାନିସ୍ତାନ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟି-20 ମ୍ୟାଚ
  • ନଭେମ୍ବର16:- 2ୟ ଟି-20 ମ୍ୟାଚ
  • ନଭେମ୍ବର 17:- 3ୟ ଟି-20 ମ୍ୟାଚ
  • ନଭେମ୍ବର 27-ଡିସେମ୍ବର 01:- ଟେଷ୍ଟ ମ୍ୟାଚ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.