ଦୁବାଇ: ଇଣ୍ଡିଜର ଓ୍ବିକେଟକିପର ତଥା ବ୍ୟାଟ୍ସମ୍ୟାନ ନିକୋଲାସ ପୁରନଙ୍କ ନାଁରେ ଆସିଛି ବଲ୍ ଟ୍ୟାମ୍ପରିଂ ମାମଲା । ଏନେଇ ଆଇସିସି 4ଟିମ୍ୟାଚରୁ ତାଙ୍କୁ ନିଲମ୍ବିତ କରିଛି । ତେବେ ବଲ୍ ଟ୍ୟାମ୍ପରିଂ କରିଥିବା ପୁରନ ସ୍ବୀକାର କରିଛନ୍ତି ।
ସୂଚନାଥାଉକି, ଆଇସିସି କହିଛି ଯେ, ଖେଳାଳି ଓ ସ୍ପୋର୍ଟ୍ସ ଷ୍ଟାଫ ସମ୍ବନ୍ଧିତ ଆଇସିସି ଆଚାର ସଂହିତାର ଲେଭଲ-3ର ଉଲ୍ଲଘଂନର ସ୍ବୀକାର କରିଛନ୍ତି ନିକୋଲାସ । ଏନେଇ ତାଙ୍କୁ 4ଟି ମ୍ୟାଚରୁ ବାସନ୍ଦ କରାଯାଇଛି ।
-
Hmm... 🤔#MeninMaroon #AFGvWI #AfgvsWI #WIvAFG @ACBofficials @windiescricket pic.twitter.com/my9MNjTkQI
— Paulami Chakraborty (@Polotwitts) November 11, 2019 " class="align-text-top noRightClick twitterSection" data="
">Hmm... 🤔#MeninMaroon #AFGvWI #AfgvsWI #WIvAFG @ACBofficials @windiescricket pic.twitter.com/my9MNjTkQI
— Paulami Chakraborty (@Polotwitts) November 11, 2019Hmm... 🤔#MeninMaroon #AFGvWI #AfgvsWI #WIvAFG @ACBofficials @windiescricket pic.twitter.com/my9MNjTkQI
— Paulami Chakraborty (@Polotwitts) November 11, 2019
ଗତ ସୋମବାର ଖେଳାଯାଇଥିବା ଆଫଗାନିସ୍ତାନ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ 3ୟ ଦିନିକିଆ ମ୍ୟାଚର ଭିଡିଓ ଫୁଟେଜରେ ଦେଖିବାକୁ ମିଳିଛି ଯେ, କ୍ରିକେଟର ପୁରନ ବୁଢା ଆଙ୍ଗୁଠି ନଖରେ ବଲ୍ର ଉପର ସ୍ତରକୁ ଛିଣ୍ଡେଇବାକୁ ପ୍ରୟାସ କରିଥିଲେ । ଏହାପରେ ଆଇସିସି ପୁରନଙ୍କ ଉପରେ ସଂହିତାର ନିୟମ 2.14ର ଉଲ୍ଲଘଂନର ଆରୋପ ଲଗାଯାଇଥିଲା ।
ତେବେ ପୁରନ ମଙ୍ଗଳବାର ନିଜର ଅପରାଧ ସ୍ବୀକାର କରିବା ସହ ଆଇସିସି ଦେଇଥିବା ଦଣ୍ଡକୁ ସ୍ବୀକାର କରିଥିବା କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଯେ, ମୁଁ ସମସ୍ତଙ୍କୁ ଆଶ୍ବସ୍ତ ପ୍ରଦାନ କରୁଛି ଯେ ଏପରି 2ୟ ଥର କରିବି ନାହିଁ । ଲକ୍ଷ୍ନୌରେ ସୋମବାର ଦିନ ଖେଳ ଗ୍ରାଉଣ୍ଡରେ ଯାହା ହେଲା, ଏଥିପାଇଁ ମୋ ଟିମର ସାଥି, ସମର୍ଥକ ଓ ଆଫଗାନିସ୍ତାନ ଟିମ ପାଖରେ କ୍ଷମା ପ୍ରାର୍ଥନା କରୁଛି ।