ETV Bharat / sports

ଇଂଲଣ୍ଡ ଗସ୍ତରେ ୱେଷ୍ଟଇଣ୍ଡିଜ ଟିମ: ମିଶନ ୱିସଡେନ ଟ୍ରଫି

ଇଂଲଣ୍ଡରେ ୱିସଡେନ ଟ୍ରଫି ବିଜୟ ପାଇଁ ୱେଷ୍ଟଇଣ୍ଡିଜ ଟିମ ଗସ୍ତ କରିଛି । ଏହି ଗସ୍ତ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡର ଅନୁରୋଧ ରକ୍ଷାକରିବା ଉଦ୍ଦେଶ୍ୟରେ ନୁହେଁ ବୋଲି କହିଛନ୍ତି ଜନ୍ନି ଗ୍ରେଭ ।

we're going to England to win, says CWI CEO Jonny Grave
ଇଂଲଣ୍ଡ ଗସ୍ତରେ ୱେଷ୍ଟଇଣ୍ଡିଜ ଟିମ: ମିଶନ ୱିସଡେନ ଟ୍ରଫି
author img

By

Published : Jun 9, 2020, 11:19 AM IST

ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ସିଇଓ ଜନ୍ନି ଗ୍ରେଭଙ୍କ ବଡ ବୟାନ । ଇଂଲଣ୍ଡରେ ୱିସଡେନ ଟ୍ରଫି ବିଜୟ ପାଇଁ ୱେଷ୍ଟଇଣ୍ଡିଜ ଟିମ ଗସ୍ତ କରିଛି । ଏହି ଗସ୍ତ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡର ଅନୁରୋଧ ରକ୍ଷାକରିବା ଉଦ୍ଦେଶ୍ୟରେ ନୁହେଁ ବୋଲି କହିଛନ୍ତି ଜନ୍ନି ଗ୍ରେଭ ।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ୱେଷ୍ଟଇଣ୍ଡିଜ ଟିମ ଉଡାଣ ଭରି ସାରିଛି । ଇଂଲଣ୍ଡ ଗସ୍ତରେ ଯିବା ପୂର୍ବରୁ ସମସ୍ତ ଖେଳାଳିଙ୍କ କୋଭିଡ-19 ଟେଷ୍ଟ କରାଯାଇଥିଲା । ସମସ୍ତ ଖେଳାଳିଙ୍କ ରିପୋର୍ଟ ନେଗେଟିଭ ରହିଛି । ଇଂଲଣ୍ଡରେ ଆଗାମୀ ଗୁରୁବାର ଠାରୁ ଅଭ୍ୟାସ ଆରମ୍ଭ କରିବ ଜେସନ ହୋଲ୍ଡରଙ୍କ ଟିମ ।

3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଜୁଲାଇ 8ରୁ ଆରମ୍ଭ ହେବ ।

ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ଏହି ସିରିଜ ପାଇଁ 25 ଜଣିଆ ଟିମ ଘୋଷଣା କରିଥିଲା । ଏଥିମଧ୍ୟରୁ 11ଜଣ ଖେଳାଳି ରିଜର୍ଭ ରରହିଛନ୍ତି । ତେବେ ଡାରେନ ବ୍ରାଭୋ, ସିମ୍ରନ ହେଟମେୟର ଓ କିମୋ ପଲ ଇଂଲଣ୍ଡ ଗସ୍ତରୁ ଓହରିଯାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.