ଖ୍ରୀଷ୍ଟଚର୍ଚ୍ଚ: ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ 2ୟ ଟେଷ୍ଟର 2ୟ ଦିନରେ ଫିଲ୍ଡିଂରେ ନିଜର ବୀରତ୍ବ ପ୍ରଦର୍ଶନ କରିଛନ୍ତି ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ଘରୋଇ ନ୍ୟୁଜିଲାଣ୍ଡ ଦଳର ପ୍ରଥମ ପାଳିର 72 ଓଭରରେ ଘଟିଛି ଏହି ଅଦ୍ଭୁତ ଦୃଶ୍ୟ ।
ମଧ୍ୟାହ୍ନ ଭୋଜନରେ କିୱି ଦଳର ସ୍କୋର 142/5 ଥିବା ବେଳେ କ୍ରିଜରେ ଥିଲେ ଦଳର ବ୍ୟାଟ୍ସମ୍ୟାନ କାଇଲ୍ ଜାମିସନ୍ (49) ଏବଂ ନିଲ୍ ୱାଗନର୍ (21) । ସେମାନେ 9ମ ୱିକେଟ୍ ପାଇଁ 51ରନ୍ ଭାଗିଦାରୀ କରୁଥିଲେ । ଏହି ସମୟରେ ମହମ୍ମଦ ଶାମୀଙ୍କ ବଲକୁ ନିଲ୍ ୱାଗନର୍ ସ୍କୋୟାର ଲେଗ ଆଡକୁ ଏକ ନିଲ୍ ୱାଗନର୍ ସର୍ଟ ମାରିଥିଲେ । ଯାହାକୁ କ୍ୟାଚ କରିବାକୁ ଖୁବ ଉଚ୍ଚତାକୁ ଡେଇଁ ପଡିଥିଲେ ଜାଡେଜା ।
-
Name : Jadeja
— TCH 2.0™ (@TCH_Army) March 1, 2020 " class="align-text-top noRightClick twitterSection" data="
Job : Grabbing a Stunner on the field 😵🔥 pic.twitter.com/ZJwddO4zfV
">Name : Jadeja
— TCH 2.0™ (@TCH_Army) March 1, 2020
Job : Grabbing a Stunner on the field 😵🔥 pic.twitter.com/ZJwddO4zfVName : Jadeja
— TCH 2.0™ (@TCH_Army) March 1, 2020
Job : Grabbing a Stunner on the field 😵🔥 pic.twitter.com/ZJwddO4zfV
ତେବେ ଏହି ଚମତ୍କାର କ୍ୟାଚ୍ ନେବା ପରେ ସାଥି ଖେଳାଳି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଜାଡେଜାଙ୍କୁ ଚାହିଁ ରହିଥିଲେ । ସେହିପରି ଜାଡେଜାଙ୍କ କ୍ୟାଚ ନେବା ଶୈଳୀ ୱାଗନଙ୍କୁ ମଧ୍ୟ ଚକିତ କରିଦେଇଥିଲା । ତେବେ ପ୍ରଥମ ବିରତି ବେଳେ ଜାଡେଜା କହିଛନ୍ତି, ‘‘ମୁଁ ଆଶା କରୁଥିଲି ଯେ ସେ (ୱାଗନର୍) ସ୍କୋୟାର ଲେଗ ଆଡକୁ ସର୍ଟ ଖେଳିବେ । ମାତ୍ର ମୁଁ ଏହା ଆଶା କରି ନଥିଲି ଯେ ବଲ୍ ସେହି ବେଗରେ ଆସିବ । ପବନ ସହ ଏତେ ଶୀଘ୍ର ଆସିଲା ଏବଂ ମୁଁ କେବଳ ହାତ ବନ୍ଦ କରିଦେଲି । ମୁଁ ଜାଣି ନଥିଲି ଯେତେବେଳେ ମୁଁ କ୍ୟାଚ୍ ନେଇଥିଲି ।’’