ନୂଆଦିଲ୍ଲୀ: ପୂର୍ବତନ ୱେଷ୍ଟଇଣ୍ଡିଜ କ୍ୟାପଟେନ ଡାରେନ ସାମି ଏକ ଭିଡିଓ ଜାରି କରିଛନ୍ତି । ଏହି ଭିଡିଓରେ ଆଇପିଏଲ ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦ କ୍ୟାମ୍ପରେ ଥିବାବେଳେ, ସେ ବର୍ଣ୍ଣବୈଷମ୍ୟର ଶିକାର ହୋଇଥିଲେ ବୋଲି ଅଭିଯୋଗ କରିଛନ୍ତି ।
ଆଇପିଏଲରେ ଖେଳିଥିବା ସମୟରେ ତାଙ୍କୁ 'କାଲୁ' ବୋଲି ସମ୍ବୋଧନ କରାଯାଇଥିବା ଗତ ସପ୍ତାହରେ ଅଭିଯୋଗ ଆଣିଥିଲେ ସାମି । କାଲୁ ଏକ ହିନ୍ଦି ଶବ୍ଦ ଓ ଏହାର ଇଂରାଜି ଅର୍ଥ ବ୍ଳାକ୍ ମ୍ୟାନ ବୋଲି ସେ ପରେ ଜାଣିଲେ ବୋଲି କହିଛନ୍ତି ।
କେବଳ ସେ ନୁହଁନ୍ତି, ଶ୍ରୀଲଙ୍କା ଅଲରାଉଣ୍ଡର ଥିସାରା ପେରେରାଙ୍କ ପ୍ରତି ମଧ୍ୟ ସମାନ ଆକ୍ଷେପ କରାଯାଇଥିଲା ବୋଲି ସାମି ଅଭିଯୋଗ କରିଛନ୍ତି ।
ଆମେରିକାରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ପ୍ଳୋଏଡଙ୍କ ମୃତ୍ୟୁ ପୋଲିସ ହେପାଜତରେ ହେବାପରେ, ଆମେରିକାରେ ବର୍ଣ୍ଣବୈଷମ୍ୟ ବିରୋଧରେ ବଡ ଧରଣର ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହି ଆନ୍ଦୋଳନକୁ ଏକାଧିକ କ୍ରୀଡାବିତ ମଧ୍ୟ ସମର୍ଥନ କରିଥିଲେ । ଆଇସିସି ମଧ୍ୟ ବିବିଧତା ବିନା କ୍ରିକେଟ ଅସ୍ଥିତ୍ବହୀନ ବୋଲି ଭିଡିଓ ପୋଷ୍ଟ କରିଥିଲା ।
ବ୍ୟୁରୋ ରିୁପୋର୍ଟ, ଇଟିଭି ଭାରତ