ETV Bharat / sports

ଷ୍ଟୋକ୍ସଙ୍କ ଦୃଢୋକ୍ତି, ଦ୍ବିତୀୟ ଦିନିକିଆରେ କମବ୍ୟାକ୍‌ କରିବ ଇଂଲଣ୍ଡ - ଅଲରାଉଣ୍ଡର ବେନ ଷ୍ଟୋକ୍ସ

ଭାରତ ଠାରୁ ପ୍ରଥମ ଦିନିକିଆରେ ପରାସ୍ତ ହେବାପରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ 0-1ରେ ପଛୁଆ ରହିଛି ଇଂଲଣ୍ଡ । ଅଧିକ ପଢନ୍ତୁ...

Watch: Ben Stokes confident of England's comeback in 2nd ODI
ଷ୍ଟୋକ୍ସଙ୍କ ଦୃଢୋକ୍ତି, ଦ୍ବିତୀୟ ଦିନିକିଆରେ କମବ୍ୟାକ୍‌ କରିବ ଇଂଲଣ୍ଡ
author img

By

Published : Mar 25, 2021, 10:09 PM IST

ପୁନେ: ଭାରତ ଠାରୁ ପ୍ରଥମ ଦିନିକିଆରେ ପରାସ୍ତ ହେବାପରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ 0-1ରେ ପଛୁଆ ରହିଛି ଇଂଲଣ୍ଡ । ପ୍ରଥମ ଦିନିକିଆକୁ 66 ରନରେ ଜିତି ନେଇଥିଲା ଘରୋଇ ଦଳ । ତେବେ ଶୁକ୍ରବାର ଖେଳାଯିବାକୁ ଥିବା ସିରିଜର ଦ୍ବିତୀୟ ମ୍ୟାଚରେ ଇଂଲଣ୍ଡ କମବ୍ୟାକ୍‌ କରିବ ବୋଲି ଦୃଢୋକ୍ତି କରିଛନ୍ତି ଅଲରାଉଣ୍ଡର ବେନ ଷ୍ଟୋକ୍ସ ।

ଷ୍ଟୋକ୍ସଙ୍କ ଦୃଢୋକ୍ତି, ଦ୍ବିତୀୟ ଦିନିକିଆରେ କମବ୍ୟାକ୍‌ କରିବ ଇଂଲଣ୍ଡ

ପୂର୍ବରୁ ଟେଷ୍ଟ ଓ ଟି20 ସିରିଜ ହରାଇସାରିଛି ଭ୍ରମଣକାରୀ ଦଳ । ଶୁକ୍ରବାର ଖେଳାଯିବାକୁ ଥିବା ମ୍ୟାଚ ହାତଛଡା ହେବାପରେ ଦିନିକିଆ ସିରିଜ ମଧ୍ୟ କବ୍ଜା କରିବ ବିରାଟ ବାହିନୀ ।

ତେବେ ଆଇସିସି ଦିନିକିଆ ମାନ୍ୟତାରେ 1 ନମ୍ବର ସ୍ଥାନରେ ରହିଛି ଇଂଲଣ୍ଡ । ସୀମିତ ଓଭର କ୍ରିକେଟରେ ଇଂଲଣ୍ଡ ବେଶ ଶକ୍ତିଶାଳୀ ଟିମ । ଏପରିକି ପ୍ରଥମ ଦିନିକିଆ ମ୍ୟାଚର ପ୍ରଥମ 15 ଓଭରରେ ଦଳର ପଲ୍ଲା ଭାରୀ ରହିଥିଲା । ଉଭୟ ଓପନରଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ହୋଇଥିଲା । ମାତ୍ର ପରେ ଭାରତୀୟ ବୋଲର କମାଲ କରିଥିଲେ ଓ ନିୟମିତ ବ୍ୟବଧାନରେ ୱିକେଟ ଅକ୍ତିଆର କରିବା ସହ କଞ୍ଜୁସି ବୋଲିଂ କରିଥିଲେ । ଫଳରେ ବିଜୟ ଲକ୍ଷ୍ୟ ଠାରୁ 66 ରନ ପୂର୍ବରୁ ଶେଷ ହୋଇଯାଇଥିଲା ଇଂଲଣ୍ଡ ଇଂନିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.