ETV Bharat / sports

'ବାର୍ଥ ଡେ ବୟ' ୱାର୍ଣ୍ଣରଙ୍କ ଶତକ, ଅଷ୍ଟ୍ରେଲିଆର ବୃହତ ବିଜୟ

ଜନ୍ମ ଦିନରେ ୱାର୍ଣ୍ଣରଙ୍କ ଶତକ ସହାୟତାରେ ଶ୍ରୀଲଙ୍କା ବିପକ୍ଷ ଟି20ରେ, ଅଷ୍ଟ୍ରେଲିଆ 134 ରନର ବଡ ବ୍ୟବଧାନରେ ବିଜୟୀ ହୋଇଛି।

author img

By

Published : Oct 27, 2019, 6:31 PM IST

ଡେଭିଡ ୱାର୍ଣ୍ଣର

ଆଡିଲେଡ: ଶ୍ରୀଲଙ୍କା ବିପକ୍ଷ ଟି20ରେ ଅଷ୍ଟ୍ରେଲିଆ 134 ରନର ବଡ ବ୍ୟବଧାନରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ୱାର୍ଣ୍ଣରଙ୍କ ଶତକ ସହାୟତାରେ ଅଷ୍ଟ୍ରେଲିଆ 233 ରନର ବିରାଟ ସ୍କୋର କରିଥିଲା । ଏହି ସ୍କୋର ଅଷ୍ଟ୍ରେଲିଆ ପାଇଁ ନିଜ ମାଟିରେ ସର୍ବାଧିକ ଦଳୀୟ ଟି20 ସ୍କୋର ।

ବାସନ୍ଦାଦେଶ ପରେ ଅଷ୍ଟ୍ରେଲିଆ ପାଇଁ ପ୍ରଥମ ଟି20 ଖେଳମ୍ୟାଚ ଖେଳିଥିଲେ ୱାର୍ଣ୍ଣର । ତେବେ 33 ତମ ଜନ୍ମ ଦିନରେ ଟି20ରେ ପ୍ରଥମ ଶତକ ହାସଲ କରିଥିଲେ। ମାତ୍ର 56 ବଲରୁ 4ଟି ଛକା ଓ 10 ଚୌକା ସହାୟତାରେ ନିଜର ଶତକ ପୂରଣ କରିଥିଲେ ।

Warner's maiden ton
ଡେଭିଡ ୱାର୍ଣ୍ଣର

ଦଳ ପକ୍ଷରୁ ୱାର୍ଣ୍ଣରଙ୍କ ଅପରାଜିତ ଶତକ ସହ କ୍ୟାପଟେନ ଆରୋନ ଫିଞ୍ଚ ଓ ମାକ୍ସୱେଲଙ୍କ ମଧ୍ୟରେ ଶତକୀୟ ପାର୍ଟନରସିପ ହୋଇଥିଲା । ମାକ୍ସୱେଲ ମାତ୍ର 28 ବଲରୁ ଧୁଆଁଧାର 62 ରନର ପାଳି ଖେଳିଥିଲେ । ସେଥିରେ 3ଟି ଛକା ଓ 7ଟି ଚୌକା ସାମିଲ ରହିଛି । କ୍ୟାପଟେନ ଫିଞ୍ଚ 36 ବଲରେ 3 ଛକା ଓ 8ଚୌକା ସହାୟତାରେ 64 ରନ କରିଥିଲେ।

ତେବେ ଶ୍ରୀଲଙ୍କା 234 ରନର ବଡ ବିଡୟ ଲକ୍ଷ୍ୟକୁ ପିଛା କରି ମାତ୍ର 99/9 ରେ ସୀମିତ ରହିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ସ୍ପିନର ଆଡାମ ଜାମ୍ପା 3ଟି ୱିକେଟ ଅକ୍ତିଆର କରିଥିଲେ ।

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.