ETV Bharat / sports

ତେଲୁଗୁ ପରେ ପରିବାର ସହ ପଞ୍ଜାବୀ ଗୀତରେ ଝୁମିଲେ ୱାର୍ନର

author img

By

Published : May 19, 2020, 7:16 PM IST

ପୁଣି ଅଷ୍ଟ୍ରେଲିଆ ଖେଳାଳି ଡେଭିଡ ୱାର୍ନରଙ୍କ ଟିକଟକ ଭିଡିଓ ଭାଇରାଲ । ଗୁରୁ ରନ୍ଧାୱା ଗାଇଥିବା ଲୋକପ୍ରିୟ ପଞ୍ଜାବୀ ଗୀତ “ସ୍ଲୋଲି ସ୍ଲୋଲି”ରେ ସପରିବାର କରୁଛନ୍ତି ଡାନ୍ସ । ଅଧିକ ପଢ଼ନ୍ତୁ...

Warner and family, dance to Punjabi song Slowly Slowly, guru randhawa, devid warner, ଡେଭିଡ ୱାର୍ନର, ଟିକଟକ ଭିଡିଓ ଭାଇରାଲ,  ପଞ୍ଜାବୀ ଗୀତରେ ଝୁମିଲେ ୱାର୍ନର
ତେଲୁଗୁ ପରେ ପରିବାର ସହ ପଞ୍ଜାବୀ ଗୀତରେ ଝୁମିଲେ ୱାର୍ନର

ହାଇଦ୍ରବାଦ: ଟିକଟକରେ ଏବେ ବେଶ ସମୟ ବିତାଉଛନ୍ତି ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ ୱାର୍ନର । ଆଉ ମଜା କଥା ହେଲା ସେ ଓ ତାଙ୍କ ପରିବାର ଭାରତୀୟ ଗୀତରେ ନାଚୁଥିବାର ଦେଖିବାକୁ ମିଳେ । ପୂର୍ବରୁ ଭାଇରାଲ ହୋଇଥିବା ଭିଡିଓରେ ୱାର୍ନର ଓ ତାଙ୍କ ପରିବାର ତେଲୁଗୁ ଗୀତ ଓ ବଲିଉଡର ଅନ୍ୟ ଗୀତରେ ନାଚୁଥିଲେ । ତେବେ ମଙ୍ଗଳବାର ୱାର୍ନର ଇନଷ୍ଟାଗ୍ରାମରେ ଏକ ଭିଡିଓରେ ଡେଭିଡ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅ ଏକ ପଞ୍ଜାବୀ ଗୀତରେ ନାଚୁଥିବାର ଦେଖିବାକୁ ମିଳିଛି ।

ଏହି ଟିକଟକ ଭିଡିଓରେ ୱାର୍ନର ତାଙ୍କ ପତ୍ନୀ କାଣ୍ଡିସ ଏବଂ ତାଙ୍କର ଦୁଇ ଝିଅ ଗୁରୁ ରନ୍ଧାୱା ଗାଇଥିବା ଲୋକପ୍ରିୟ ପଞ୍ଜାବୀ ଗୀତ “ସ୍ଲୋଲି ସ୍ଲୋଲି”ରେ ଝୁମିଛନ୍ତି ।

“ହଁ ଆମେ ବର୍ତ୍ତମାନ ଏହାକୁ ହରାଇଛୁ । ଅନ୍ଧାର ରାତିରେ ଆଲୁଅ,” ୱାର୍ଣ୍ଣର ଇନଷ୍ଟାଗ୍ରାମ ପୋଷ୍ଟର ଏହି କ୍ୟାପସନ ଦେଇଛନ୍ତି ।

ଗତ ସପ୍ତାହରେ, ଏହି ଅଷ୍ଟ୍ରେଲୀୟ ଓପନର ଏବଂ ତାଙ୍କ ପତ୍ନୀ 90 ଦଶକରୁ ସୁପରହିଟ ବଲିଉଡ ଗୀତ ମୁକାବଲାର ହୁକ୍ ଷ୍ଟେପ୍ କରୁଥିଲେ ।

ତାଙ୍କ ପୋଷ୍ଟରେ ଶିଳ୍ପା ଶେଟ୍ଟୀ କୁନ୍ଦ୍ରାଙ୍କୁ ଟ୍ୟାଗ୍ କରି ୱାର୍ନର ଫ୍ୟାନ୍ସ ମାନଙ୍କୁ ସେ, ତାଙ୍କ ପତ୍ନୀ ଏବଂ ବଲିଉଡ ଅଭିନେତ୍ରୀଙ୍କ ମଧ୍ୟରେ କିଏ ଭଲ ଡ୍ୟାନ୍ସର ବୋଲି ପଚାରିଥିଲେ । ୱାର୍ନର ଭିଡିଓ କ୍ୟାପସନରେ ଲେଖିଥିଲେ, “କ୍ୟାଣ୍ଡିସ୍ ୱାର୍ଣ୍ଣର ଏବଂ ମୁଁ କିମ୍ବା ଶିଳ୍ପା ଶେଟ୍ଟୀ ଏବଂ ପ୍ରଭୁ ଦେବା କିଏ ଭଲ ଡାନ୍ସ କରିଛନ୍ତି।’’

ଏହାପୂର୍ବରୁ ୱାର୍ନର ଏବଂ ତାଙ୍କ ପରିବାର ଟେଲିଗୁ ଚଳଚ୍ଚିତ୍ର ‘ଆଲା ବୈକୁଣ୍ଠପୁରମୁଲୁ’ର ରାମୁଲୁ ରାମୁଲା ’ଏବଂ ‘ବୁଟ ବୋମ୍ମା’ ଗୀତରେ ନାଚିଥିଲେ ।

ସେ ତାଙ୍କ ଝିଅ ସହିତ ବଲିଉଡ ଆଇଟମ ନମ୍ବର ‘ଶିଲା କି ଜୱାନୀ’ରେ ମଧ୍ୟ ଝୁମିଥିଲେ ।

କୋରୋନା ମହାମାରୀ ଯୋଗୁଁ ୱାର୍ନରେ ଏବେ ଅଧିକାଂଶ ସମୟ ନିଜ ପରିବାର ସହ ଅତିବାହିତ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.