ପର୍ଥ: ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ସିରିଜର 4ଟି ଟେଷ୍ଟ ଭେନ୍ୟୁ ମଧ୍ୟରୁ ବାଦ ପଡିଛି ପର୍ଥ । ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ କ୍ରିକେଟ ଆସୋସିଏସନ(WACA) ମୁଖ୍ୟ କାର୍ଯ୍ୟନିବାହୀ କ୍ରୀଷ୍ଟିନା ମାଥ୍ୟୁସ ଓ ଚେୟାରମ୍ୟାନ ଟେରି ୱାଲଡ୍ରନ ।
![WACA Chief fumes as Cricket Australia snubs perth for India tour](https://etvbharatimages.akamaized.net/etvbharat/prod-images/cricket-australia_2805newsroom_1590666653_925.jpg)
ଭାରତ ବିପକ୍ଷ ଟେଷ୍ଟ ସିରିଜ(ବର୍ଡର-ଗାଭାସ୍କର ଟ୍ରଫି) ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପକ୍ଷରୁ (ବ୍ରିସବେନ, ଆଡିଲେଡ, ମେଲବୋର୍ଣ୍ଣ, ସିଡନି) 4ଟି ଭେନ୍ୟୁ ଘୋଷଣା କରାଯାଇଛି । ଫଳରେ ପର୍ଥ ଗ୍ରାଉଣ୍ଡକୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି ।
![WACA Chief fumes as Cricket Australia snubs perth for India tour](https://etvbharatimages.akamaized.net/etvbharat/prod-images/ind-aus-test_2705newsroom_1590589835_555_2805newsroom_1590641881_453.jpg)
![WACA Chief fumes as Cricket Australia snubs perth for India tour](https://etvbharatimages.akamaized.net/etvbharat/prod-images/ezfax0pxyaaf_5e_2805newsroom_1590650947_943.jpg)
WACA କ୍ରିକେଟ ମୁଖ୍ୟଙ୍କ ଅନୁଯାୟୀ, ପ୍ରତ୍ୟେକ ବର୍ଷ ଶ୍ରେଷ୍ଠ ଟିମ ବିପକ୍ଷ ସିରିଜର ଏକ ଟେଷ୍ଟ ମ୍ୟାଚ ପର୍ଥରେ ଖେଳାଯିବ ନେଇ ପ୍ରତିଶ୍ରୁତି ଦିଆଯାଇଥିଲା । ଦେଶର ପ୍ରମୁଖ ଷ୍ଟାଡିୟମ ଭାବେ ପର୍ଥ ଷ୍ଟାଡିୟମ WACA ଗ୍ରାଉଣ୍ଡରେ ପରିବର୍ତ୍ତନ ହୋଇଛି । 2ୟ ଥର ପାଇଁ ଭାରତ ବିପକ୍ଷ ସିରିଜ ପାଇଁ ପ୍ରସ୍ତୁତ ହୋଇଥିବା ଭେନ୍ୟୁ ତାଲିକାରେ ପର୍ଥ ସ୍ଥାନ ପାଇନାହିଁ ବୋଲି ଏକ ପ୍ରମୁଖ କ୍ରିକେଟ ୱେବସାଇଟକୁ କହିଛନ୍ତି WACA ଅଧିକାରୀ ।
![WACA Chief fumes as Cricket Australia snubs perth for India tour](https://etvbharatimages.akamaized.net/etvbharat/prod-images/perth-stadium_2805newsroom_1590666653_755.jpg)
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ