ETV Bharat / sports

'ସଚିନଙ୍କ ଏମିତି ଏକ ରେକର୍ଡ କେହିବି ଭାଙ୍ଗି ପାରିବେନି, କୋହଲି ବି ନୁହଁନ୍ତି' - ବିରେନ୍ଦ୍ର ସେହୱାଗ

ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକରଙ୍କ ଏମିତି ଏକ ରେକର୍ଡ ରହିଛି ଯାହାକୁ ବିରାଟ କୋହଲି ମଧ୍ୟ ଭାଙ୍ଗିପାରିବେ ନାହିଁ । ଏହା କହିଛନ୍ତି ଭାରତୀୟ ଦଳର ପୂର୍ବତନ ଓପନର ବିରେନ୍ଦ୍ର ସେହୱାଗ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 24, 2019, 1:41 AM IST

ନୂଆଦିଲ୍ଲୀ: ବିଶ୍ବ କ୍ରିକେଟରେ ସଚିନ ତେନ୍ଦୁଲକର ଏକ ଚର୍ଚ୍ଚିତ ନାମ । ସଚିନଙ୍କ ନାଁରେ ରହିଛି ଏକାଧିକ ବିରଳ ରେକର୍ଡ । ତେବେ ବର୍ତ୍ତମାନ ଭାରତୀୟ ଦଳର କ୍ୟାପଟେନ ବିରାଟ କୋହଲି ସଚିନଙ୍କ ଅଧିକାଂଶ ରେକର୍ଡକୁ ଅତିକ୍ରମ କରିବେ ବାଲି ଚର୍ଚ୍ଚା ହେଉଛି । ମାତ୍ର ସଚିଙ୍କ ଏମିତି ଏକ ରେକର୍ଡ ଅଛି ଯାହାକୁ କେହି ବି ଭାଙ୍ଗି ପାରିବେ ନାହିଁ । ଏମିତିକି ବିରାଟ ବି ନୁହଁନ୍ତି । ଏହା କହିଛନ୍ତି ଭାରତୀୟ ଦଳର ପୂର୍ବତନ ଓପନର ବିରେନ୍ଦ୍ର ସେହୱାଗ ।

କ୍ରିକେଟର ଭଗବାନ ତଥା ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟ ଜଗତରେ ଅନେକ କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ଟେଷ୍ଟ କ୍ରିକେଟରେ ସଚିନ 200ଟି ମ୍ୟାଚ ଖେଳିଛନ୍ତି । ସେଥିମଧ୍ୟରୁ 51 ଟି ଶତକ ରହିଛି । ଏହି ତାଲିକାର 2ୟ ରେ ଅଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ ରିକି ପଏଣ୍ଟିଂ । 168ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ପଏଣ୍ଟିଂ । ସଚିନଙ୍କ ଏହି ରେକର୍ଡକୁ କେହିବି ଅତିକ୍ରମ କରିପାରିବେ ନାହିଁ ବୋଲି ସେହୱାଗ କହିଛନ୍ତି । ସେହୱାଗ କହିଛନ୍ତି ବିରାଟ ବର୍ତ୍ତମାନ ସମୟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ । ବିରାଟ ସଚିନଙ୍କ ସମସ୍ତ ରେକର୍ଡକୁ ଅତିକ୍ରମ କରିପାରନ୍ତି । ମାତ୍ର ଏହି ରେକର୍ଡକୁ ଅତିକ୍ରମ କରିପାରିବେ ନାହିଁ ।

ବିରାଟ ଏଯାବତ 77ଟି ଟେଷ୍ଟ ଖେଳିଛନ୍ତି । ସେଥିମଧ୍ୟରୁ 25 ଶତକ ସହ 6,613 ରନ ସଂଗ୍ରହ କରିଛନ୍ତି । ତେବେ ସଚିନଙ୍କର 49ଟି ଅନ୍ତଜାର୍ତୀୟ ଶତକର ନିକଟବର୍ତ୍ତୀ ହୋଇଛନ୍ତି କ୍ୟାପଟେନ କୋହଲି । କୋହଲି 43ଟି ଶତକ ହାସଲ କରିସାରିଲେଣି । ନିକଟ ଭବିଷ୍ୟତରେ ସଚିନଙ୍କ ଶତକ ରେକର୍ଡକୁ ଅତିକ୍ରମ କରିପାରନ୍ତି କୋହଲି ।

Intro:Body:

BLANK FOR NEWS

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.