ହାଇଦ୍ରାବାଦ: ଆଗାମୀ ଭାରତ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଲାଗି ଓ୍ବେଷ୍ଟଇଣ୍ଡିଜର ୧୩ ଜଣିଆ ଦଳ ଘୋଷଣା ହୋଇଛି । ଏଥିରେ ସ୍ଥାନ ପାଇଛନ୍ତି ରକିମ କର୍ନଓ୍ବାଲ । ତେବେ ବିଶ୍ବର ସବୁଠୁ ଓଜନିଆ ଓ ବିଶାଳ କ୍ରିକେଟର ହେଉଛନ୍ତି କର୍ନଓ୍ବାଲ । ତାଙ୍କ ଲମ୍ବ 6ଫୁଟ୍ 6ଇଞ୍ଚ ଓ ଓଜନ 140 କେଜି ।
ତେବେ ୱେଷ୍ଟଇଣ୍ଡିଜ୍ ପାଇଁ ପୂର୍ବରୁ ଖେଳିସାରିଥିବା ଏହି ଖେଳାଳି ଜଣେ ଅଲରାଉଣ୍ଡର । ସେ ବ୍ୟାଟିଂ ସହିତ ଅଫ ସ୍ପିନ ବୋଲି୍ଂ ମଧ୍ୟ କରନ୍ତି । ସେ ପୂର୍ବରୁ ନିଜ ବିଚକ୍ଷଣ ବୋଲିଂ ମଧ୍ୟମରେ ବିରାଟ ଓ ରାହାଣେଙ୍କୁ ବହୁବାର ଆଉଟ କରି ସାରିଛନ୍ତି । ତେବେ ଆଗାମୀ ସିରିଜରେ ସେ ବିରାଟଙ୍କୁ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି ।
ତେବେ ବିଶ୍ବର ସବୁଠାରୁ ମୋଟା କ୍ରିକେଟର ତାଲିକାରେ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ୍ ହକ୍ (103କେଜି) ମଧ୍ୟ ରହିଛନ୍ତି । ସେହିପରି ଭାରତୀୟ କ୍ରିକେଟର ରମେଶ ପାୱାର ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି ।