ETV Bharat / sports

ହିଟମ୍ୟାନଙ୍କ ପ୍ରଶଂସାରେ କ୍ୟାପ୍ଟେନ କୋହଲି - Virat kohli praise Rohit sharma

ଭାରତର ବିଜୟରେ ମୁଖ୍ୟ ଭୂମିକା ବହନ କରିଥିବା ରୋହିତ୍ ଶର୍ମାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି କ୍ୟାପ୍ଟେନ କୋହଲି।

ହିଟମ୍ୟାନଙ୍କ ପ୍ରଶଂସାରେ କ୍ୟାପ୍ଟେନ କୋହଲି
author img

By

Published : Oct 23, 2019, 3:15 PM IST

ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜକୁ ଭାରତ କ୍ଲିନସୁଇପ୍ କରିଛି । ଭାରତର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ରୋହିତ୍ ଶର୍ମାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି କ୍ୟାପ୍ଟେନ କୋହଲି । ରୋହିତ ସିରିଜରେ ମୋଟ 529ରନ କରିଛନ୍ତି । ପ୍ରାରମ୍ଭିକ ଟେଷ୍ଟ କ୍ୟାରିଅରରେ ଶତକ ଓ ଦ୍ବିଶତକ ଯୋଡିଥିବାରୁ ତାଙ୍କୁ 'ମ୍ୟାନ ଅଫ ଦ ସିରିଜ' ଓ 3ୟ ମ୍ୟାଚ ପାଇଁ 'ମ୍ୟାନ ଅଫ ଦ ମ୍ୟାଚ' ଭାବେ ବିବେଚିତ କରାଯାଇଛି।

ବିରାଟ କହିଛନ୍ତି, "ଦିନିକିଆ କ୍ରିକେଟରେ ତ ରୋହିତ ଜଲୱା ମଚାଇଛନ୍ତି । ମାତ୍ର ଟେଷ୍ଟ କ୍ରିକେଟରେ ମଧ୍ୟ ସେ ସଫଳ ହେଲେ । ରୋହିତଙ୍କ ଓପନିଂ କଥାକୁ ନେଇ ଆମେ ବହୁତ ଚିନ୍ତା କରିଥିଲୁ । ଅନ୍ୟପଟେ ସିରିଜରେ ରୋହିତଙ୍କ ଦମଦାର ପ୍ରଦର୍ଶନ ବଳରେ ଆମ ପାଇଁ ବିଜୟ ସହଜ ହୋଇଛି । "

ସେହିପରି ଟେଷ୍ଟ ସିରିଜ୍ କ୍ଲିନସୁଇପ୍ କରିବାର ଶ୍ରେୟ ପୂରା ଟିମକୁ ଦେଇଛନ୍ତି। କୋହଲି କହିଛନ୍ତି, "ଆମେ ବିଶ୍ୱର କୌଣସି ସ୍ଥାନରେ ଜିତିପାରିବୁ । ମ୍ୟାଚର ଫଳାଫଳ ମାଇଣ୍ଡସେଟ୍ ଏବଂ ପରିଶ୍ରମ ଉପରେ ନିର୍ଭର କରେ । ବିଶ୍ୱର ସର୍ବଶ୍ରେଷ୍ଠ ଟିମ୍ ହେବା ପାଇଁ ଆମକୁ ସବୁ ବିଭାଗରେ ବେଷ୍ଟ ହେବାକୁ ପଡ଼ିବ । ଏଠାରେ ଆମକୁ ଯେଉଁ ବିଜୟ ମିଳିଛି, ତାହା ଚମତ୍କାର। ଏକ ଟିମ୍ ଭାବେ ଆମେ ଯେଉଁଭଳି ପ୍ରଦର୍ଶନ କଲୁ, ସେଥିରେ ଆମେ ଗର୍ବିତ ।"

Intro:
ସିବିଏସ୍.ଇ ର ଜୋନାଲ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରି ଜାତୀୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ପାଇଁ ଚୟନ ହୋଇଥିବା ବିଦ୍ୟାର୍ଥୀ ଙ୍କୁ ସମ୍ୱର୍ଦ୍ଧନା । ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ନିକଟସ୍ଥ ଭାରତୀୟ ବିରଳ ମୂର୍ତ୍ତିକା କାରଖାନା ପରିସରରେ ରହିଥିବା ଅଟୋମିକ୍ ଏନର୍ଜି କେନ୍ଦ୍ରୀୟ ବିଦ୍ୟାଳୟର ବିଦ୍ୟାର୍ଥୀ ମାନେ କଲିକତା ଠାରେ ଆୟୋଜିତ ହୋଇଥିବା ଏହି ଜୋନାଲ ପ୍ରତିଯୋଗିତାରେ ଭାଗ ନେଇ ଫେରିବା ପରେ ସ୍ଥାନୀୟ ବାସିନ୍ଦା ଙ୍କ ଠାରୁ ଆରମ୍ଭ କରି ଅଭିଭାବକ ଏବଂ ବିଦ୍ୟାଳୟ ପକ୍ଷରୁ ରେଳଷ୍ଟେସନ ସମୁଖରେ ବାଜା ବଜାଇ , ଫୁଲମାଳ ଦିଆଯାଇ ମିଠା ଖୁଆଇ ଏହି ବିଦ୍ୟାର୍ଥୀ ଙ୍କୁ ସ୍ୱାଗତ କରିଥିଲେ । ଅଣ୍ଡର ୧୭ ରେ ଭାଗ ନେଇଥିବା ଏହି ବିଦ୍ୟାର୍ଥୀ ମାନେ ରନର୍ସ ଅଫି ହୋଇ ଫେରିଥିବା ବେଳେ ଜାତୀୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ପାଇଁ ଚୟନ ହୋଇଥିବା ବିଦ୍ୟାର୍ଥୀ ଙ୍କ ମଧ୍ୟରେ ବେଶ ଖୁସିର ମାହୋଲ ଦେଖାଯାଇଥିଲା । କଲିକତାରୁ ଫେରିଥିବା ଏହି ବିଦ୍ୟାର୍ଥୀଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ୱାଦଦାତା...

Body:walkthough
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ ..

ଭିଜୁଆଲ ମୋଜୋ ରେ ଯାଇଛି ...Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.