ନୂଆଦିଲ୍ଲୀ: ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ପୁଣି ଥରେ ସଚିନ ତେନ୍ଦୁଲକରଙ୍କୁ ନିଜର ଆଦର୍ଶ ଓ ଶ୍ରେଷ୍ଠ ବୋଲି କହିଛନ୍ତି । ଫୁଟବଲ ଟିମ ଇଣ୍ଡିଆ କ୍ୟାପଟେନ ସୁନୀଲ ଛେତ୍ରୀଙ୍କ ସହ ଇନଷ୍ଟାଗ୍ରାମ ଚାଟରେ ଏହା କହିଛନ୍ତି କୋହଲି ।
ମହାମାରୀ କୋରୋନା ଭାଇରସ ଲକଡାଉନ କାରଣରୁ ସମସ୍ତ କ୍ରୀଡା ଉଭେଣ୍ଟ ବନ୍ଦ ରହିଛି । ଫଳରେ ଖେଳାଳିଙ୍କୁ ସୋସିଆଲ ମିଡିଆରେ ପରସ୍ପର ବାର୍ତ୍ତାଳାପରେ ସମୟ କାଟୁଛନ୍ତି ।
ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ଇଂନିସ ଯାହା ବିରାଟଙ୍କ ପାଇଁ ଖାସ୍ ବୋଲି ପ୍ରଶ୍ନ କରିଥିଲେ ସୁନୀଲ ଛେତ୍ରୀ । ଏହାର ଉତ୍ତରରେ ବର୍ଷ 1998ରେ ସଚିନଙ୍କ 131 ବଲରେ 143 ରନର ଇଂନିସକୁ ଖାସ ବୋଲି କହିଥିଲେ । କୋକାକୋଲା ଫାଇନାଲ ମ୍ୟାଚର ଅବସର ଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ସାରଜହାରେ ଏକାକି ସଚିନ ଭାରତୀୟ ଟିମକୁ ବିଜୟ ବଳିଷ୍ଠ ଇଂନିସ ଦ୍ବାରା ଭାରତକୁ ବିଜୟର ଦ୍ବାର ଦେଶରେ ପହଞ୍ଚାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ