ETV Bharat / sports

ବିରାଟଙ୍କ ଶତକୀୟ ପାଳିର ପୂର୍ବାନୁମାନ, 75-80 କହିଲେ ୱାସିଙ୍ଗ ଜାଫର - ଶତକ ପୂର୍ବାନୁମାନ

ବିରାଟ କୋହଲିଙ୍କ ଦିନିକିଆ ଶତକ ନେଇ ଆକଳନ ଆରମ୍ଭ ହୋଇଛି । ବିରାଟ ଦିନିକିଆରେ 75-80ଟି ଶତକ କରିବେ ବୋଲି ପୂର୍ବାନୁମାନ କରିଛନ୍ତି ପୂର୍ବତନ ଭାରତୀୟ ଓପନର ୱାସିମ ଜାଫର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)
author img

By

Published : Aug 13, 2019, 4:11 AM IST

Updated : Aug 13, 2019, 4:41 AM IST

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଦିନିକିଆ ଶତକ ନେଇ ଆକଳନ ଆରମ୍ଭ ହୋଇଛି । ବିରାଟ ଦିନିକିଆରେ 75-80ଟି ଶତକ କରିବେ ବୋଲି ପୂର୍ବାନୁମାନ କରିଛନ୍ତି ପୂର୍ବତନ ଭାରତୀୟ ଓପନର ୱାସିମ ଜାଫର । ଜାଫର ଭାରତର ଅନ୍ୟତମ ସଫଳ ଟେଷ୍ଟ ଓପନର । ସେ ଭାରତ ପାଇଁ 31 ଟେଷ୍ଟ ଖେଳିଛନ୍ତି ।

ୱେଷ୍ଟଇଣ୍ଡିଜ ବିପକ୍ଷ 2ୟ ଦିନିକିଆ ମ୍ୟାଚରେ ବିରାଟ ଦିନିକିଆ କ୍ୟାରିୟରର 42ତମ ଶତକ ହାସଲ କରିଛନ୍ତି । ତେବେ ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ନାମରେ ରହିଛି ଦିନିକିଆରେ 49ଟି ଶତକ । ସଚିନଙ୍କ ରେକର୍ଡକୁ ଅତିକ୍ରମ କରିବାକୁ ବିରାଟ ଆଉ ମାତ୍ର 7ଟି ଶତକ ଆବଶ୍ୟକ କରୁଛନ୍ତି ।

Wasim Jaffer
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@Wasimjaffer14)

ତେବେ ଟିମ ଇଣ୍ଡିଆର ୱେଷ୍ଟଇଣ୍ଡିଜ ଗସ୍ତ ପରେ ଘରୋଇ ସିଜିନ ଆରମ୍ଭ ହେବ । ପ୍ରାୟ 5ଟି ଦେଶ ସହ ଭାରତର ଘରୋଇ ସିଜିନ ପାଇଁ ସାରଣୀ ପ୍ରସ୍ତୁତ ହୋଇଛି । ତେଣୁ ଘରୋଇ ପରିବେଶରେ ବିରାଟ ସଚିନଙ୍କ ରେକର୍ଡକୁ ଚଳିତ ବର୍ଷ ହିଁ ଅତିକ୍ରମ କରିବା ନେଇ ଚର୍ଚ୍ଚା ହେଉଛି । ଇତି ମଧ୍ୟରେ ବିରାଟ, ସୌରଭ ଗାଙ୍ଗୁଲିଙ୍କ 11,363 ରନକୁ ମଧ୍ୟ ଅତିକ୍ରମ କରିସାରିଛନ୍ତି । ବର୍ତ୍ତମାନ କୋହଲି ଦିନିକିଆରେ 59.91 ଆଭରେଜରେ 238 ଦିନିକିଆରୁ 11,406 ରନ କରିସାରିଛନ୍ତି । ସଚିନଙ୍କ ନାମରେ 463 ମ୍ୟାଚରୁ 18,426 ରନ ରହିଛି ।

Intro:Body:

BLANK

Conclusion:
Last Updated : Aug 13, 2019, 4:41 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.