ETV Bharat / sports

ୱାର୍ଣ୍ଣରଙ୍କ କୁନିଝିଅକୁ କୋହଲିଙ୍କ ଜର୍ସି ଉପହାର

author img

By

Published : Jan 30, 2021, 8:47 PM IST

ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ ୱାର୍ଣ୍ଣରଙ୍କ କୁନିଝିଅକୁ ବିରାଟ କୋହଲିଙ୍କ ଜର୍ସି ଉପହାର । ଅଧିକ ପଢନ୍ତୁ...

Virat Kohli gives his signed jersey to David Warner s daughter Indi Rae
ୱାର୍ଣ୍ଣରଙ୍କ କୁନିଝିଅକୁ କୋହଲିଙ୍କ ଜର୍ସି ଉପହାର

ସିଡନୀ: ସୋସିଆଲ ମିଡିଆରେ ସକ୍ରିୟ ଥିବା ଖେଳାଳିଙ୍କ ମଧ୍ୟରେ ଅନ୍ୟତମ ରହିଛନ୍ତି ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ ୱାର୍ଣ୍ଣର । ନିଜର ଟିକଟକ ଭିଡିଓକୁ ନେଇ ଚର୍ଚ୍ଚାରେ ରହିଥିବା ୱାର୍ଣ୍ଣର ଫେସ ସ୍ବାପ ଭିଡିଓ ମଧ୍ୟ ବନାଇଛନ୍ତି । ଏକାଧିକ ମଜାଦାର ଫଟୋ ଓ ଭିଡିଓ ସେୟାର କରଥାନ୍ତି । ୱାର୍ଣ୍ଣରଙ୍କ ପ୍ରଫାଇଲ ତାଙ୍କର ଝିଅ ଓ ପତ୍ନୀ କେଣ୍ଡିସ ୱାର୍ଣ୍ଣରଙ୍କ ଫଟୋରେ ଭରପୁର ରହିଛି । ତେବେ ୱାର୍ଣ୍ଣରଙ୍କ ଏକ ସଦ୍ୟତମ ପୋଷ୍ଟ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ପୋଷ୍ଟରେ ସେ, ଭାରତୀୟ କ୍ୟାପଟେନ ବିରାଟ କୋହଲିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୱାର୍ଣ୍ଣରଙ୍କ ଝିଅ ଇଣ୍ଡିଙ୍କୁ ବିରାଟ ନିଜର ଟେଷ୍ଟ ଜର୍ସି ଉପହାର ସ୍ବରୂପ ଭେଟିଦେଇଛନ୍ତି । ଭାରତୀୟ ଟିମ ଅଷ୍ଟ୍ରେଲିଆ ବିପକ୍ଷରେ ଟି-20 ଓ ଟେଷ୍ଟ ସିରିଜ ଜିତିଛି । ବିରାଟ ଇଣ୍ଡିଙ୍କୁ ଦେଇଥିବା ଟେଷ୍ଟ ଜର୍ସି ଉପହାରକୁ ୱାର୍ଣ୍ଣର ଏବେ ସେୟାର କରିଛନ୍ତି ।

ୱାର୍ଣ୍ଣର ଏହା ମଧ୍ୟ କହିଛନ୍ତି ଯେ, ଇଣ୍ଡିଙ୍କ ପସନ୍ଦର କ୍ରିକେଟର ୱାର୍ଣ୍ଣର ଓ ଆରୋନ ଫିଞ୍ଚ ତ ରହିଛନ୍ତି । ମାତ୍ର ବିରାଟ କୋହଲିଙ୍କୁ ସେ ବହୁତ ପସନ୍ଦ କରନ୍ତି । ୱାର୍ଣ୍ଣର ଲେଖିଛନ୍ତି, "ଆମେ ସିରିଜ ହାରିଛୁ, ମାତ୍ର ଏଠାରେ ଜଣେ ଛୋଟ ଝିଅ ବହୁତ ଖୁସି । ଆପଣଙ୍କ ଜର୍ସି ପାଇଁ ଧନ୍ୟବାଦ ବିରାଟ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.