ETV Bharat / sports

ବିଶ୍ବକପ: ଧୋନିଙ୍କ ସପକ୍ଷରେ କୋହଲି

ଧୋନି ଚେଷ୍ଟା କରିଥିଲେ ମାତ୍ର ଗେମ ଆଉ ତାଙ୍କ ହାତରେ ନଥିଲା ବୋଲି ବିରାଟ ପ୍ରତିକ୍ରିୟା ରଖିଛନ୍ତି ।

author img

By

Published : Jul 1, 2019, 3:34 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ବର୍ମିଂହାମ: ରବିବାର ଇଂଲଣ୍ଡଠାରୁ 31 ରନରେ ପରାସ୍ତ ହୋଇଛି ଭାରତ । ଭାଙ୍ଗିଯାଇଛି ବିରାଟ ବାହୀନିର ବିଶ୍ବକପରେ ଅପରାଜେୟ ଧାରା । ଏହି ବିଜୟ ଫଳରେ ଘରୋଇ ଦଳର ସେମିଫାଇନାଲ ଖେଳିବା ଆଶା ଉଜ୍ଜୀବିତ ରହିଛି । ତେବେ ଏହି ପରାଜୟ କାରଣ ଧୋନିଙ୍କ ଧିମା ବ୍ୟାଟିଂ ବୋଲି କ୍ରିକେଟ ସମାଲୋଚକମାନେ କହୁଛନ୍ତି । ମାତ୍ର ଏହାର ବିପକ୍ଷରେ କହିଛନ୍ତି କ୍ୟାପେଟନ କୋହଲି । ଧୋନି ଚେଷ୍ଟା କରିଥିଲେ ମାତ୍ର ଗେମ ଆଉ ତାଙ୍କ ହାତରେ ନଥିଲା ବୋଲି ବିରାଟ ପ୍ରତିକ୍ରିୟା ରଖିଛନ୍ତି ।

ତେବେ ମ୍ୟାଚ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଧୋନି ଓ କେଦାରଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନ କରାଯାଇଥିଲା । ତେବେ ଉତ୍ତରରେ ବିରାଟ କହିଛନ୍ତି, "ଯେତେବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଋଷଭ ପନ୍ତ ବ୍ୟାଟିଂ କରୁଥିଲେ, ସେତେବେଳେ ଭାରତର ବିଜୟ ସମ୍ଭାବନା ରହିଥିଲା । ମାତ୍ର ଏହି ଦୁଇ ୱିକେଟ ପରେ ଆମ ହାତରୁ ମ୍ୟାଚ ଏକ ପ୍ରକାର ଖସିଯାଇଥିଲା । ଧୋନି ବଡ ସର୍ଟ ଖେଳିବାକୁ ପ୍ରୟାସ କରିଥଲେ । ମାତ୍ର ସେ ସଫଳ ହୋଇପାରିନଥିଲା । କାରଣ ଇଂଲଣ୍ଡ ବୋଲର ଆଟାକିଂ ବୋଲିଂ କରୁଥିଲେ । "

ବର୍ତ୍ତମାନ ଟିମ୍ ଆଲୋଚନା କରିବ ଦଳର ଭୁଲ କେଉଁଠି ରହୁଛି । ଯାହାକୁ ଆଗାମୀ ଦିନରେ ଦୂର କରାଯିବ ବିରାଟ ବୋଲି କହିଛନ୍ତି ।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.