ETV Bharat / sports

‘7-8 ବର୍ଷରେ ସଚିନଙ୍କ 100 ଶତକର ରେକର୍ଡ ଭାଙ୍ଗିବେ କୋହଲି’ - ସଚିନଙ୍କ ରେକର୍ଡ ଭାଙ୍ଗିବେ କୋହଲି

କୋହଲିଙ୍କ ପାଖରେ ସାମର୍ଥ୍ୟ ରହିଛି । 7-8 ବର୍ଷ ମଧ୍ୟରେ ସେ ସଚିନଙ୍କ 100 ଶତକର ରେକର୍ଡ ଭାଙ୍ଗିଦେଇ ପାରିବେ ବୋଲି କହିଛନ୍ତି ବ୍ରେଟ ଲି । ଅଧିକ ପଢ଼ନ୍ତୁ...

virat kohli can break sachin's record, Brett Lee, Sachin Tendulkar's 100 tons record, ସଚିନଙ୍କ 100 ଶତକର ରେକର୍ଡ, ସଚିନଙ୍କ ରେକର୍ଡ ଭାଙ୍ଗିବେ କୋହଲି, ବ୍ରେଟ ଲି
7-8 ବର୍ଷରେ ସଚିନଙ୍କ 100 ଶତକର ରେକର୍ଡ ଭାଙ୍ଗିବେ କୋହଲି
author img

By

Published : Apr 25, 2020, 7:02 PM IST

ହାଇଦ୍ରାବାଦ: ପୂର୍ବତନ ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ବ୍ରେଟ ଲି କହିଛନ୍ତି ଯେ, ଯଦି ଆଗାମୀ 7-8 ବର୍ଷ ପର୍ଯ୍ୟନ୍ତ କୋହଲି ଏହିଭଳି ରନ ବର୍ଷା କରନ୍ତି ତେବେ ସେ ସଚିନଙ୍କ 100 ଅନ୍ତର୍ଜାତୀୟ ଶତକର ରେକର୍ଡ ଭାଙ୍ଗିଦେବେ ।

ମହାନ ଖେଳାଳି ସଚିନ ତେନ୍ଦୁଲକର 49ଟି ଶତକ ସହ ସର୍ବାଧିକ ଏକଦିବସୀୟ ଶତକ ହାସଲ କରିବାର ରେକର୍ଡ କରିଥିବା ବେଳେ କୋହଲି 43ଟି ଶତକ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

ଟେଷ୍ଟରେ ମଧ୍ୟ ସଚିନ 51ଟି ଶତକ ସହ ତାଲିକାର ଶୀର୍ଷରେ ରହିଛନ୍ତି । କୋହଲି 86ଟି ମ୍ୟାଚ ଖେଳି ଏପର୍ଯ୍ୟନ୍ତ 27ଟି ଶତକ କରିଛନ୍ତି ।

ତିନୋଟି ଜିନିଷ ଥିଲେ ଏହା ସମ୍ଭବ ହୋଇ ପାରିବ ବୋଲି ଲି କହିଛନ୍ତି । ସେବୁଡିକ ହେଲା ପ୍ରତିଭା, ଫିଟନେସ, ମାନସିକ ଶକ୍ତି- କୋହଲିଙ୍କ ପାଖରେ ଏସମସ୍ତ ଗୁଣ ଅଛି ବୋଲି କହିଛନ୍ତି ଲି ।

‘‘ଏହି ତିନୋଟି ଜିନିଷ ମଧ୍ୟରୁ ମୁଁ ଗୋଟିଏକୁ ହଟାଇ ଦେବା ପାଇଁ ଚାହୁଛି । ତାହା ହେଉଛି ବ୍ୟାଟିଂ କରିବାର ପ୍ରତିଭା । ଯାହା କୋହଲିଙ୍କ ପାଖରେ ନିଶ୍ଚିତ ଭାବରେ ରହିଛି । ଦ୍ବିତୀୟ କଥା ହେଉଛି ଫିଟନେସ । ତାହା ମଧ୍ୟ କୋହଲିଙ୍କ ପାଖରେ ରହିଛି । କାରଣ ମୋ ପାଇଁ ଫିଟନେସ ସବୁଠାରୁ ଜରୁରୀ ।’’

‘‘ଶେଷରେ ହେଉଛି ମାନସିକ ଶକ୍ତି ଆଉ ଘରୁ ଦୂରରେ ରହି କଠିନ ମ୍ୟାଚ ଗୁଡିକରେ ଭଲ ପ୍ରଦର୍ଶନ କରିବାର କ୍ଷମତା,’’ ବୋଲି ଲି କହିଛନ୍ତି ।

“ମୋର ବିଶ୍ବାସ ଯେ ସଚିନଙ୍କୁ ଅତିକ୍ରମ କରିବାକୁ ତାଙ୍କର ଏହି ତିନୋଟି ଗୁଣ ରହିଛି । କିନ୍ତୁ ଆମେ ସଚିନଙ୍କ ବିଷୟରେ କହୁଛୁ ଏବଂ କେହି ଜଣେ ଭଗବାନଙ୍କୁ କେମିତି ଅତିକ୍ରମ କରିପାରିବ । ତେଣୁ ଆମକୁ କେବଳ ଅପେକ୍ଷା କରିବାକୁ ପଡ଼ିବ ।”

24 ବର୍ଷର ଗୌରବମୟ କ୍ୟାରିୟର ପରେ ତେନ୍ଦୁଲକର 2013 ରେ ଅବସର ନେଇଥିଲେ । 24 ବର୍ଷ ମଧ୍ୟରେ ସେ ବ୍ୟାଟିଂରେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି। ସେବେଠାରୁ କୋହଲି ତେନ୍ଦୁଲକରଙ୍କ ଭୂମିକାରେ ନଜର ଆସୁଛନ୍ତି ଏବଂ ସାରା ବିଶ୍ବର ଯେକୌଣସି ସ୍ଥାନରେ ରନ ସ୍କୋର କରୁଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.