ETV Bharat / sports

ସୋସିଆଲ ମିଡିଆରେ ବିରାଟଙ୍କ ରାଜ - Virat Kohli

ସୋସିଆଲ ମିଡିଆରେ ବିରାଟଙ୍କ ଫଲୋର୍ସ ସଂଖ୍ୟା 100 ମିଲିଅନ ଅର୍ଥାତ 10 କୋଟିରେ ପହଁଚି ଯାଇଛି । ଫେସବୁକ୍‌, ଟ୍ବିଟର ଓ ଇନଷ୍ଟାଗ୍ରାମରେ ବିରାଟ ସକ୍ରିୟ ରହିଛନ୍ତି । ତେବେ ଏହି 3ଟି ପ୍ଲାଟଫର୍ମରେ ବିରାଟଙ୍କ ଫଲୋର୍ସ ସଂଖ୍ୟା ମିଶିକରି 10 କୋଟିରେ ପହଁଚି ଯାଇଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : May 17, 2019, 5:02 PM IST

ହାଇଦ୍ରାବାଦ: ପଡିଆରେ ଯେ ଖାଲି ରନମେସି ବିରାଟ କୋହଲି ସୁପର ହିଟ୍ ତାହା ନୁହେଁ, ସୋସିଆଲ ମିଡିଆରେ ମଧ୍ୟ ବିରାଟ କୌଣସି ସେଲିବ୍ରିଟିଙ୍କ ଠାରୁ କମ ନୁହେଁ । କୋହଲିଙ୍କ ରନ ସ୍କୋରିଂ ରେକର୍ଡ ପାଇଁ ବର୍ତ୍ତମାନ ତାଙ୍କୁ ଜଣେ ମହାନ କ୍ରିକେଟର କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ସୋସିଆଲ ମିଡିଆରେ ମଧ୍ୟ ବର୍ତ୍ତମାନ ସମୟରେ ବିରାଟ କ୍ରେଜ ଦେଖିବାକୁ ମିଳୁଛି ।ବିରାଟଙ୍କ ଡ୍ରେସିଂ ସେନ୍ସ ଓ ଗେଟପ୍‌ ପାଇଁ ଯୁବପୀଢୀଙ୍କ ଆଇକନ ପାଲଟିଯାଇଛନ୍ତି । ଏହା ସହିତ ତାଙ୍କ ସମର୍ପିତ ଖେଳୁଆଡ ମନୋଭାବ ପାଇଁ ମଧ୍ୟ ସେ ଅନ୍ୟଙ୍କୁ ଆଟ୍ରାକ୍ଟ କରିଥାନ୍ତି । ତେବେ ବିରାଟଙ୍କ ଏହି କ୍ରେଜ ପାଇଁ ସେ ସୋସିଆଲ ମିଡିଆରେ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି ।

ସୋସିଆଲ ମିଡିଆରେ ତାଙ୍କର ଫଲୋର୍ସ ସଂଖ୍ୟା 100 ମିଲିଅନ ଅର୍ଥାତ 10କୋଟିରେ ପହଁଚି ଯାଇଛି । ତେବେ ସୋସିଆଲ ମିଡିଆ ଫେସବୁକ୍‌, ଟ୍ବିଟର ଓ ଇନଷ୍ଟାଗ୍ରାମରେ ବିରାଟ ସକ୍ରିୟ ଅଛନ୍ତି । ତେବେ ଏହି 3ଟି ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିରାଟଙ୍କ ଫଲୋର୍ସ ସଂଖ୍ୟା ମିଶିକରି 10କୋଟିରେ ପହଁଚି ଯାଇଛି ।

ଫେସବୁକରେ ତାଙ୍କ ଫଲୋର୍ସ ସଂଖ୍ୟା 37 ମିଲିଆନ ରହିଛି । ସେହିପରି ଇନଷ୍ଟାଗ୍ରାମରେ 33.5 ମିଲିଅନ ଓ ଟ୍ବିଟରରେ ତାଙ୍କ ଫଲୋର୍ସ ସଂଖ୍ୟା 29.5 ମିଲିଅନ ରହିଛି ।

ତେବେ ଆଗାମୀ ବିଶ୍ବକପରେ ବିରାଟଙ୍କ ନେତୃତ୍ବରେ ଭାରତ ଖେଳିବାକୁ ଯାଉଛି । ତେଣୁ ବିଶ୍ବକପକୁ ନଜରରେ ରଖି ବିରାଟଙ୍କ ଫଲୋର୍ସ ସଂଖ୍ୟା ବଢୁଥିବାର ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

gfgf

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.