ନୂଆଦିଲ୍ଲୀ: ଚଳିତ ସଂସ୍କରଣର ବିଜୟ ହଜାରେ ଟ୍ରଫି ଫାଇନାଲ ଉତ୍ତର ପ୍ରଦେଶ ଓ ମୁମ୍ବାଇ ମଧ୍ୟରେ ଖେଳାଯିବ । ମୁମ୍ବାଇ ଓପନର ବ୍ୟାଟ୍ସମ୍ୟାନ ପୃଥୀ ଶ ଚଳିତ ସଂସ୍କରଣରେ 754 ରନ ସଂଗ୍ରହ କରିସାରିଛନ୍ତି । ଅପରାଜିତ 105, ଅରାଜିତ 227, ଅପରାଜିତ 165, ଅପରାଜିତ 185 ଏଥିରେ ସାମିଲ ରହିଛି । ଇଂଲଣ୍ଡ ବିପକ୍ଷ ପ୍ରଥମ ଟି20ରେ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିଲା । ତେବେ ଆଗାମୀ ଦିନିକିଆ ସିରିଜରେ ରୋହିତ ଉପଲବ୍ଧ ନହେଲେ ପୃଥ୍ବୀଙ୍କୁ ସୁଯୋଗ ମିଳିବାର ସମ୍ଭାବନା ରହିଛି ।
-
Set your reminder! ⌚️
— BCCI Domestic (@BCCIdomestic) March 13, 2021 " class="align-text-top noRightClick twitterSection" data="
The @Paytm #VijayHazareTrophy summit clash is around the corner! 👏👏
Let's get ready for the #UPvMUM #Final. 😎😎 pic.twitter.com/cbKl3qbslX
">Set your reminder! ⌚️
— BCCI Domestic (@BCCIdomestic) March 13, 2021
The @Paytm #VijayHazareTrophy summit clash is around the corner! 👏👏
Let's get ready for the #UPvMUM #Final. 😎😎 pic.twitter.com/cbKl3qbslXSet your reminder! ⌚️
— BCCI Domestic (@BCCIdomestic) March 13, 2021
The @Paytm #VijayHazareTrophy summit clash is around the corner! 👏👏
Let's get ready for the #UPvMUM #Final. 😎😎 pic.twitter.com/cbKl3qbslX
ମାତ୍ର 21 ବର୍ଷୀୟ ଶଙ୍କ କ୍ରିକେଟ କ୍ୟାରିୟରରେ ଜାତୀୟ ଦଳରେ ଏକାଧିକ ଥର ବାଦ ପଡିବା ଓ ସାମିଲ ହେବା ଘଟଣା ଘଟିସାରିଛି । ତେବେ ଜାତୀୟ ଏକଦିବସୀୟ ଚମ୍ପିଆନସିପରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଏପରି ସ୍ଥିତିରେ ଜାତୀୟ ଦଳର ଚୟନକର୍ତ୍ତା ତାଙ୍କୁ ଅଧିକ ସମୟ ଅଣଦେଖା କରିପାରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି ।
ଅନ୍ୟପଟେ ଗୁଜୁରାଟକୁ 5 ୱିକେଟରେ ହରାଇ ତୃତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଉତ୍ତରପ୍ରଦେଶ । ୱିକେଟ କିପର ଉପେନ୍ଦ୍ର ଯାଦବ ଓ ଅଭିଜ୍ଞ ଅକ୍ଷଦୀପ ନାଥଙ୍କ ପ୍ରଦର୍ଶନ ଦଳର ବିଜୟ ପାଇଁ ପ୍ରମୁଖ ହେବ । ମୁମ୍ବାଇ 3ଥର ଟାଇଟେଲ ବିଜେତା ରହିସାରିଥିବାବେଳେ ଶେଷଥର 2018-19ରେ ଜିତିଥିଲା ।
ରବିବାର ସକାଳ 9.00ରୁ ମ୍ୟାଚ ଆରମ୍ଭ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ