ETV Bharat / sports

ଶ'ଙ୍କ ବିସ୍ଫୋରକ ଶତକ, ବିଜୟ ହଜାରେ ସେମିରେ ମୁମ୍ବାଇ

ବିଜୟ ହଜାରେ ଟ୍ରଫିର କ୍ବାର୍ଟର-ଫାଇନାଲ ମୁକାବିଲାରେ ମଙ୍ଗଳବାର, ସୌରାଷ୍ଟ୍ର ବିପକ୍ଷରେ 123 ବଲରୁ ମାରାଥନ 185 ରନର ଇଂନିସ ଖେଳିଛନ୍ତି ପୃଥୀ ଶ । ଅଧିକ ପଢନ୍ତୁ...

author img

By

Published : Mar 9, 2021, 7:09 PM IST

Vijay Hazare Trophy: Prithvi Shaw hits 185 as Mumbai thrash Saurashtra in quarters
ଶ'ଙ୍କ ବିସ୍ଫୋରକ ଶତକ, ବିଜୟ ହଜାରେ ସେମିରେ ମୁମ୍ବାଇ

ଦିଲ୍ଲୀ: ଜାତୀୟ ଦଳରୁ ବାଦ ପଡିବା ପରେ ବିଜୟ ହଜାରେ ଟ୍ରଫିରେ ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ'ଙ୍କ ବ୍ୟାଟରୁ ରନ୍‌ ବର୍ଷା । ଚଳିତ ବିଜୟ ହଜାରେ ଟ୍ରଫିର କ୍ବାର୍ଟର-ଫାଇନାଲ ମୁକାବିଲାରେ ମଙ୍ଗଳବାର, ସୌରାଷ୍ଟ୍ର ବିପକ୍ଷରେ 123 ବଲରୁ ମାରାଥନ 185 ରନର ଇଂନିସ ଖେଳିଛନ୍ତି ଶ । ଏହି ଇଂନିସରେ 21 ଚୌକା ଓ 7ଟି ଛକା ସାମିଲ ରହିଛି । ଫଳରେ ଅଧିନାୟକତ୍ବ ଇଂନିସ ସହ ମୁମ୍ବାଇକୁ ସେମିଫାଇନାଲରେ ପହଞ୍ଚାଇଛନ୍ତି ଶ ।

ପୃଥୀ ଶ ଓ ଜସଶ୍ବୀ ଜୟସ୍ବାଲଙ୍କ ମଧ୍ୟରେ 238 ରନର ମ୍ୟାଚ ବିଜୟୀ ଭାଗିଦାରୀ ସହାୟତାରେ ସୌରାଷ୍ଟ୍ରକୁ 9 ୱିକେଟରେ ମାତ୍‌ ଦେଇଛି ମୁମ୍ବାଇ । ଜସଶ୍ବୀ 104 ବଲରୁ 75 ରନର ଇଂନିସ ଖେଳିଥିଲେ ।

Vijay Hazare Trophy: Prithvi Shaw hits 185 as Mumbai thrash Saurashtra in quarters
ପୃଥୀ ଶ

ମୁମ୍ବାଇ ନିୟମିତ କ୍ୟାପଟେନ ଶ୍ରେୟସ ଆୟର ଓ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ବିନା ଖେଳୁଛି । ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ପାଇଁ ଉଭୟ ଖେଳାଳି ଜାତୀୟ ସ୍କ୍ବାଡରେ ରହିଛନ୍ତି ।

ସୌରାଷ୍ଟ୍ର ଅଧିନାୟକ ଜୟଦେବ ଉନଦକତ ଜସଶ୍ବୀଙ୍କୁ ମ୍ୟାଚର 35ତମ ଓଭରରେ ଆଉଟ କରିଥିଲେ । ମାତ୍ର ସେତେବେଳକୁ ବିଳମ୍ବ ହୋଇସାରିଥିଲା । 42ତମ ଓଭରରେ ମୁମ୍ବାଇ 285 ରନର ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.