ETV Bharat / sports

ବିଜୟ ହଜାରେ ଟ୍ରଫି: ଉନଦକତଙ୍କ କାନ୍ଧରେ ସୌରାଷ୍ଟ୍ର ନେତୃତ୍ବ ଭାର

author img

By

Published : Feb 11, 2021, 4:59 PM IST

ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ବାମହାତୀ ଦ୍ରୁତ ବୋଲର ଜୟଦେବ ଉନଦକତ ସମ୍ଭାଳିବେ ସୌରାଷ୍ଟ୍ରର ଅଧିନାୟକ ଭାର । ଅଧିକ ପଢନ୍ତୁ...

Vijay Hazare Trophy: Jaydev Unadkat to lead Saurashtra
ବିଜୟ ହଜାରେ ଟ୍ରଫି: ଉନତକତଙ୍କ କାନ୍ଧରେ ସୌରାଷ୍ଟ୍ର ନେତୃତ୍ବ ଭାର

ନୂଆଦିଲ୍ଲୀ: ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ବାମହାତୀ ଦ୍ରୁତ ବୋଲର ଜୟଦେବ ଉନଦକତ ସମ୍ଭାଳିବେ ସୌରାଷ୍ଟ୍ରର ଅଧିନାୟକ ଭାର । ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପରେ ଏବେ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛି ବିସିସିଆଇ । ଫେବ୍ରୁଆରୀ 20ରୁ ମାର୍ଚ୍ଚ 14 ପର୍ଯ୍ୟନ୍ତ ଖେଳାଯିବ ବିଜୟ ହଜାରେ ଟ୍ରଫି ।

ଦେଶର 6ଟି ସହର - ସୁରତ, ଇନ୍ଦୋର, ବେଙ୍ଗାଲୁରୁ, ଜୟପୁର, କୋଲକାତା ଓ ଚେନ୍ନାଇରେ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ଖେଳାଯିବ ।

ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ପକ୍ଷରୁ ଗୁରୁବାର ଘୋଷିତ 20 ସଦସ୍ୟ ବିଶିଷ୍ଟ ସ୍କ୍ବାଡରେ ଉନଦକତଙ୍କ ନାମ ରହିଛି ।

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଟି20 ଟୁର୍ଣ୍ଣାମେଣ୍ଟରେ ସୌରାଷ୍ଟ୍ର ଗ୍ରୁପ-ଡିର 3ନଂ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲା । ତେବେ ବିଜୟ ହଜାରେ ଟ୍ରଫିରେ ଜମ୍ମୁ-କାଶ୍ମୀର, ହରିୟାଣା, ବେଙ୍ଗଲ, ଚଣ୍ଡିଗଡ ଓ ସର୍ଭିସେସ ସହ ଦଳ ଗ୍ରୁପ ଇ ରେ ସ୍ଥାନ ପାଇଛି । ଫେବ୍ରୁଆରୀ 21ରେ କୋଲକାତାରେ ଜମ୍ମୁ-କାଶ୍ମୀର ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ସୌରାଷ୍ଟ୍ର । ବିସିସିଆଇ ପକ୍ଷରୁ ଘୋଷିତ ସୂଚୀ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟ ଆରମ୍ଭର ଗୋଟିଏ ସପ୍ତାହ ପୂର୍ବରୁ ସମସ୍ତ ଟିମର ଖେଳାଳି ନିଜର ଭେନ୍ୟୁରେ ପହଞ୍ଚିବେ । ସମସ୍ତ ଖେଳାଳି କ୍ବାରେଣ୍ଟିନରେ ରହିବା ସହ 3ଟି କୋଭିଡ-19 ଟେଷ୍ଟର ସାମ୍ନା କରିବେ । ଫେବ୍ରୁଆରୀ 13, 15 ଓ 17ରେ 3ଟି ଟେଷ୍ଟ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.