ETV Bharat / sports

ବିଜୟ ହଜାରେ ଟ୍ରଫି: କେରଳକୁ 259ରନ୍‌ର ଲକ୍ଷ୍ୟ ଦେଲା ଓଡିଶା - ବିଜୟ ହଜାରେ ଟ୍ରଫି

ଆଜିଠୁ ବିଜୟ ହଜାରେ ଟ୍ରଫି ଆରମ୍ଭ ହୋଇଛି । ତେବେ ବେଙ୍ଗାଲୁରୁର ଅଲୁର ଷ୍ଟାଡିୟମରେ ଓଡିଶା ତା'ର ପ୍ରଥମ ମ୍ୟାଚରେ କେରଳକୁ 259ରନ୍‌ର ଟାର୍ଗେଟ ଦେଇଛି ।

ବିଜୟ ହଜାରେ ଟ୍ରଫି:  କେରଳକୁ 259ରନ୍‌ର ଲକ୍ଷ୍ୟ ଦେଲା ଓଡିଶା

author img

By

Published : Feb 20, 2021, 2:00 PM IST

ବେଙ୍ଗାଲୁରୁ: ଆଜିଠୁ ବିଜୟ ହଜାରେ ଟ୍ରଫି ଆରମ୍ଭ ହୋଇଛି । ଗ୍ରୁପ ସିରେ ଓଡିଶା ଦଳ ରହିଛି । ତେବେ ବେଙ୍ଗାଲୁରୁର ଅଲୁର ଷ୍ଟାଡିୟମରେ ଓଡିଶା ତା'ର ପ୍ରଥମ ମ୍ୟାଚରେ କେରଳକୁ ଭେଟିଛି । ଟସ୍‌ ଜିତି କେରଳ ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା । ଓଡିଶା ନିର୍ଦ୍ଧାରିତ ଓଭରରେ 8 ଓ୍ବିକେଟ ହରାଇ 258ରନ୍‌ କରିଛି ।

ସୂଚନାଥାଉକି, ଗ୍ରାଉଣ୍ଡ ଓଦା ଥିବାରୁ ଟସ୍‌ ବିଳିମ୍ବରେ ହୋଇଥିଲା । ଫଳରେ 45 ଓଭର କରାଯାଇଥିଲା । ଓଡିଶା ପକ୍ଷରୁ ଗୌରଭ ଚୌଧୁରୀ(57) ଓ ସନ୍ଦୀପ ପଟ୍ଟନାୟକ (66)ଅର୍ଦ୍ଧଶତକ ଇଂନିସ ଖେଳିଛନ୍ତି । କାର୍ତ୍ତିକ ବିଶ୍ବିଳା 45*, ଦେବବ୍ରତ 27, ରାଜେଶ 20, ଅଭିଷେକ 13, ଶାନ୍ତନୁ 7, ଶ୍ରୁଭାଂଶୁ 4, ସୌରଭ 9*ରନ୍‌ କରିଛନ୍ତି ।

ଜଲଜା ସକ୍ସେନା, ଏନ.ପି, ଶ୍ରୀନାଥ 2ଟି ଲେଖାଏଁ ଓ୍ବିକେଟ ନେଇଥିବାବେଳେ ସଚିନ ବେବୀ ଗୋଟିଏ ଓ୍ବିକେଟ ହାତେଇଛନ୍ତି ।

ଓଡିଶା ଚୂଡାନ୍ତ ଦଳ: ସନ୍ଦୀପ ପଟ୍ଟନାୟକ, ରାଜେଶ ଧୂପର(ଓ୍ବିକେଟକିପର), ଦେବବ୍ରତ ପ୍ରଧାନ, କ୍ରାର୍ତ୍ତିକ ବିଶ୍ବାଳ, ରାଜେଶ ମହାନ୍ତି, ଶାନ୍ତନୁ ମିଶ୍ର (ଅଧିନାୟକ), ଅଭିଷେକ ଯାଦବ, ଶୁଭ୍ରାଂଶୁ ସେନାପତି, ସୂର୍ଯ୍ୟକାନ୍ତ ପ୍ରଧାନ, ଗୌରବ ଚୌଧୁରୀ, ସୌରଭ କୋନଜିଆ

କେରଳ ଚୂଡାନ୍ତ ଦଳ: ଶ୍ରୀନାଥ, ସିଜୋମନ ଜୋସେ, ଏନ.ପି, ନିଧେଷ ଏମ ଡି, ମହମ୍ମଦ ଅଜହରୁଦ୍ଦିନ, ବିଷ୍ଣୁ ବିନୋଦ, ସଚିନ ବେବି(କ୍ୟାପଟେନ),ଜଲଜା ସକ୍ସେନା, ରବିନ, ସଞ୍ଜୁ ସାମସନ(ଓ୍ବିକେଟକିପର)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.