ହାଇଦ୍ରାବାଦ: ଆଜି 14 ଫେବୃୟାରୀ ବା ଭାଲେଣ୍ଟାଇନ ଡେ । ନିଜ ନିଜ ଉପାୟରେ ଏହି ଖାସ ଦିନକୁ ପାଳନ କରୁଛନ୍ତି ପ୍ରେମୀ ଯୁଗଳ । ଆଉ ଭାରତୀୟ କ୍ରିକେଟର ଓ ଅନ୍ୟ କ୍ରୀଡାବିତମାନେ ନିଜ ନିଜର ପାର୍ଟନରଙ୍କ ସହ ଏହି ପ୍ରେମ ଦିବସ ପାଳନ କରିଛନ୍ତି । ଯାହାର ଫଟୋ ସେମାନେ ନିଜ ନିଜ ସୋସିଆଲ ଆକାଉଣ୍ଟରେ ଅପଲୋଡ କରିଛନ୍ତି ।
ତେବେ ନିକଟରେ ଏନଗେଜମେଣ୍ଟ ଶେଷ କରିଥିବା ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଭାବି ପତ୍ନୀ ନତାଶାଙ୍କ ସହ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯାହାର କ୍ୟାପସନରେ ଲେଖିଛନ୍ତି, ମୋ ଜୀବନର ଭାଲେଣ୍ଟାଇନ ।
ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇ କୃଣାଲ ପାଣ୍ଡ୍ୟା ମଧ୍ୟ ତାଙ୍କ ପତ୍ନୀଙ୍କ ସହ ଭାଲେଣ୍ଟାଇନ ପାଳନ କରିଛନ୍ତି । ସେ ସୋସିଆଲ ମିଡିଆରେ ଏକ ଫଟୋ ଅପଲୋଡ କର ଲେଖିଛନ୍ତି, ତୁମ ସହ ଜୀବନର ପ୍ରତିଟି ମୁହୁର୍ତ୍ତ ସୌନ୍ଦର୍ଯ୍ୟରେ ଭରପୂର ରହିଥାଏ । ହାପି ଭାଲେଣ୍ଟାଇନ ଡେ ।
ସେହିପରି ଭାରତୀୟ ଦଳର ହିଟ ମ୍ୟାନ ମଧ୍ୟ ତାଙ୍କ ପତ୍ନୀଙ୍କ ସହ ଏକ ଫଟୋ ଅପଲୋଡ କରି କରି ଲେଖିଛନ୍ତି, ନିଜର ସାଥୀଙ୍କୁ ଏତେ ଭଲ ପାଇବା ଦିଅ, ଯେମିତି କି କାଲି କେବେ ଆସିବ ନାହିଁ । ସେହିପରି ଦଳର ଅନ୍ୟତମ ଓପନର ଶିଖର ଧୱନ, ବ୍ୟାଡିମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ ଓ ପାରୁପଲି କାଶ୍ୟପ ନିଜ ନିଜ ପାଟନରଙ୍କ ସହ ସୋସିଆଲ ମିଡିଆରେ ଫଟୋ ଅପଲୋଡ କରିଛନ୍ତି ।