ETV Bharat / sports

ଉତ୍ତାରଖଣ୍ଡ ପ୍ରଳୟ: ପନ୍ତ ଦେବେ ମ୍ୟାଚ ଫି', ସାହାଯ୍ୟର ହାତ ବଢାଇବାକୁ କଲେ ଅପିଲ - ମ୍ୟାଚ ଫି ଦାନ କଲେ ପନ୍ତ

ଉତ୍ତରାଖଣ୍ଡର ଜଳ ପ୍ରଳୟରେ ଧୋଇ ଯାଇଛି ଅନେକ ଧନଜୀବନ । ଏହି ବିପଦ ସମୟରେ ଦେବଭୂମୀର ପୁଅ ଋଷଭ ପନ୍ତ ବେଶ୍‌ ମର୍ମାହତ ହୋଇଛନ୍ତି । ଏହି ବିପଦ ସମୟରେ ନିଜର ମ୍ୟାଚ ଫି ସହାୟତା ରାଶି ଭାବେ ଦାନ କରିବାକୁ ନିଷ୍ପତ୍ତି ନେବା ସହ ସହାୟତା ପାଇଁ ସମସ୍ତଙ୍କୁ ଅପିଲ କରିଛନ୍ତି ।

ଉତ୍ତାରଖଣ୍ଡ ପ୍ରଳୟ: ପନ୍ତ ଦେବେ ମ୍ୟାଚ ଫିସ୍, ଲୋକଙ୍କୁ ସହାଯ୍ୟ ପାଇଁ କଲେ ଅପିଲ

author img

By

Published : Feb 8, 2021, 11:06 AM IST

Updated : Feb 8, 2021, 11:17 AM IST

ଚେନ୍ନାଇ: ଉତ୍ତରାଖଣ୍ଡର ଜଳ ପ୍ରଳୟରେ ଧୋଇ ଯାଇଛି ଅନେକ ଧନଜୀବନ । ଏହି ବିପଦ ସମୟରେ ଦେବଭୂମୀର ପୁଅ ଋଷଭ ପନ୍ତ ବେଶ୍‌ ମର୍ମାହତ ହୋଇଛନ୍ତି । ବର୍ତ୍ତମାନ ସେ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ସିରିଜ ଖେଳୁଛନ୍ତି ।

  • Deeply pained by the loss of life in Uttarakhand. Would like to donate my match fee for the rescue efforts and would urge more people to help out.

    — Rishabh Pant (@RishabhPant17) February 7, 2021 " class="align-text-top noRightClick twitterSection" data=" ">

ତେବେ ରବିବାର ସକାଳେ ଚମୋଲିରେ ହୋଇଥିବା ହିମସ୍ଖଳନ ସାରା ଦେଶକୁ ସ୍ତବ୍ଧ କରି ଦେଇଛି । ଏହି ଅଘଟଣ ଖବର ପାଇବା ପରେ ଭାରତୀୟ କ୍ରିକେଟର ଋଷଭ ପନ୍ତ ଟ୍ବିଟ କରି ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଉତ୍ତରାଖଣ୍ଡର ଜଳ ପ୍ରଳୟ ଖବରରେ ମୁଁ ଦୁଃଖିତ । ଏହି ବିପଦ ସମୟରେ ଲୋକଙ୍କୁ ଉଦ୍ଧାର ପାଇଁ ସହାୟତା ରାଶି ଭାବେ ମୁଁ ମୋର ମ୍ୟାଚ ଫି ଦେବି । ଆଉ ଅଧିକରୁ ଅଧିକ ଲୋକ ଉତ୍ତରାଖଣ୍ଡ ସହାୟତା ପାଇଁ ହାତ ବଢାନ୍ତୁ ।

ସୂଚନାଥାଉକି, ଗତକାଲି (ରବିବାର) ସକାଳ 10 ଟା 55 ମିନିଟରେ ଜୋଶିମଠର ରୈନି ଗାଁରେ ହିମସ୍ଖଳନ ଯୋଗୁଁ ଜଳ ପ୍ରଳୟ ମାଡି ଆସିଥିଲା । ଏହି ଅଘଟଣ ଘଟି ଋଷିଗଙ୍ଗା ଡ୍ୟାମ କ୍ଷତିଗ୍ରସ୍ତ ହୋଇଛି । ହଠାତ ଜଳସ୍ତର ବଢିଯିବାରୁ ଧଉଳିଗଙ୍ଗା ଓ ଅଳକାନନ୍ଦ ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଥିଲା । ତେବେ ପ୍ରକୃତିର ଏହି ତାଣ୍ଡବଲୀଳାରେ ବର୍ତ୍ତମାନ ସୁଦ୍ଧା 14 ଜଣଙ୍କ ମୃତ୍ୟୁ ଘଟିଛି ଓ 150 ଜଣ ନିଖୋଜ ଥିବା ଜଣାପଡିଛି ।

Last Updated : Feb 8, 2021, 11:17 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.