ETV Bharat / sports

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ଉପୁଲ ଥରଙ୍ଗା

author img

By

Published : Feb 23, 2021, 4:00 PM IST

Updated : Feb 23, 2021, 4:20 PM IST

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଶ୍ରୀଲଙ୍କା କ୍ରିକେଟର ଉପୁଲ ଥରଙ୍ଗା । ଅଧିକ ପଢନ୍ତୁ...

Upul Tharanga announces retirement from international cricket
ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ଉପୁଲ ଥରଙ୍ଗା

ହାଇଦ୍ରାବାଦ: ବରିଷ୍ଠ ଶ୍ରୀଲଙ୍କା କ୍ରିକେଟର ଉପୁଲ ଥରଙ୍ଗା ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । ବାମହାତୀ ବ୍ୟାଟ୍ସମ୍ୟାନ ଥରଙ୍ଗା ଶେଷ ଥର ପାଇଁ ଶ୍ରୀଲଙ୍କା ପକ୍ଷରୁ ମାର୍ଚ୍ଚ 2019ରେ ଖେଳିଥିଲେ । ଏକଦା ସୀମିତ ଓଭର କ୍ରିକେଟରେ ଶ୍ରୀଲଙ୍କାର କ୍ରିକେଟ ଟିମର ପ୍ରମୁଖ, ନିର୍ଭରଯୋଗ୍ୟ ଓ ପ୍ରଥମ ପ୍ରସନ୍ଦ ଖେଳାଳି ଥିଲେ ଥରଙ୍ଗା ।

ତେବେ ମଙ୍ଗଳବାର ଟ୍ବିଟ ଯୋଗେଁ ଏକ ଘୋଷଣାନାମା ଜାରି କରିବା ସହ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଉଥିବା ଘୋଷଣା କରିଛନ୍ତି । ଫଳରେ 15 ବର୍ଷରୁ ଅଧିକ ସମୟ ଧରି ଥରଙ୍ଗାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଶେଷ ହୋଇଛି ।

ଅବସରକାଳୀନ ଘୋଷଣାନାମାରେ ଥରଙ୍ଗା ଲେଖିଛନ୍ତି, "ସବୁ ଭଲଜିନିଷ ଦିନେନା ଦିନେ ଶେଷ ହୋଇଥାଏ । ମୁଁ ଭାବୁଛି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ କହିବାକୁ ଏହା ଉପଯୁକ୍ତ ସମୟ । 15 ବର୍ଷରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ଖେଳକୁ ସବୁକିଛି ଦେବାକୁ ପ୍ରୟାସ କରିଛି ।"

ଏଥିସହ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ କୃତଜ୍ଞତା ଓ ପ୍ରଶଂସକ, ବନ୍ଧୁ, ପରିବାର ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଶ୍ରୀଲଙ୍କା ପାଇଁ ଥରଙ୍ଗା 31ଟି ଟେଷ୍ଟ 135ଟି ଅନ୍ତର୍ଜାତୀୟ ଏକଦିବସୀୟ ଓ 26ଟି ଟି20 ମ୍ୟାଚ ଖେଳିଛନ୍ତି । ସ୍ବଳ୍ପ ସମୟ ପାଇଁ ସେ ଶ୍ରୀଲଙ୍କାର ଅଧିନାୟକ ମଧ୍ୟ ରହିଛନ୍ତି । ଥରଙ୍ଗାଙ୍କ ଟେଷ୍ଟ କ୍ୟାରିୟର ଏତେଟା ସଫଳ ନଥିଲା, ମାତ୍ର 50 ଓଭର ଫର୍ମାଟରେ ସେ ବେଶ ସଫଳ ଥିଲେ । ବିଶ୍ବ କ୍ରିକେଟର ଜଣେ ସଫଳ ଓପନର ବ୍ୟାଟ୍ସମ୍ୟାନ ଥିଲେ । ଦିନିକିଆରେ ତାଙ୍କ ନାମରେ 235 ମ୍ୟାଚରୁ 33.74 ହାରରେ ରହିଛି 6951 ରନ । ଏଥିରେ ସାମିଲ ରହିଛି 15ଟି ଶତକ ଓ 37ଟି ଅର୍ଦ୍ଧଶତକ । ଭାରତରେ ଖେଳାଯାଇଥିବା 2011 ବିଶ୍ବକପରେ ଶ୍ରୀଲଙ୍କା ଫାଇନାଲ ଖେଳିଥିଲା ମାତ୍ର ଫାଇନାଲରେ ଭାରତ ବିଜୟୀ ହେବା ସହ ଚମ୍ପିଆନ ହୋଇଥିଲା । ଏହି ସଂସ୍କରଣ ବିଶ୍ବକପରେ ଥରଙ୍ଗା ଜିମ୍ବାୱେ ବିପକ୍ଷରେ 133 ଓ ଇଂଲଣ୍ଡ ବିପକ୍ଷରେ 102 ରନର ମାରାଥନ ଶତକୀୟ ଇଂନିସ ଖେଳିଥିଲେ ।

କ୍ରିକେଟର ଫଟାଫଟ ଫର୍ମାଟରେ 26ଟି ମ୍ୟାଚରେ ତାଙ୍କୁ ସୁଯୋଗ ମିଳିଛି ଓ ସେଥିରୁ ସେ 16.28 ହାରରେ 407 ରନ ସଂଗ୍ରହ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 23, 2021, 4:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.