ନାଗପୁର: କ୍ରିକେଟ ମୈଦାନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ। ନିଜର ଉଜସ୍ୱିନୀ ଭାଷଣ ମାଧ୍ୟମରେ ବିରୋଧିଙ୍କ ମୁହଁ ବନ୍ଦ କରିଦେଉଥିବା ଗଡକରୀ କ୍ରିକେଟ ବଲକୁ ମଧ୍ୟ ଦୋରଦାର ପ୍ରହାର କରୁଥିବା ଦେଖାଯାଇଛି। ନାଗପୁରର ଖସଦାର କ୍ରୀଡା ମହୋତ୍ସେବକୁ ଉଦ୍ଘାଟନ କରିବା ସହ ପ୍ରାୟ 10 ମିନିଟ ବ୍ୟାଟିଂ କରିଥିଲେ କେନ୍ଦ୍ରମନ୍ତ୍ରୀ ।
ନାଗପୁରରେ ଏକ କାର୍ଯ୍ୟକ୍ରମ ଅବସରରେ ଗଡକରୀଙ୍କୁ ବ୍ୟାଟ୍ସମ୍ୟାନ ରୂପେ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତାଧୀନ କେନ୍ଦ୍ର ବିଜେପି ସରକାରରେ ଗୁରୁତ୍ବପୂର୍ଣ୍ଣ ପରିବହନ ବିଭାଗ ଦାୟିତ୍ବରେ ରହିଛନ୍ତି ବିଜେପିର ଏହି ଭେଟେରାନ ନେତା ।
ଗତକାଲି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବେଡଙ୍କୁ ନାଗପୁରରେ ଓକିଲଙ୍କ ସହ କ୍ରିକେଟ ଖେଳୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ମୁଖ୍ୟ ବିଚାରପତି 30 ବଲରୁ 18 ରନର ଇଂନିସ ମଧ୍ୟ ଖେଳିଥିଲେ। ଏହି 2ଟି ଘଟଣା କ୍ରିକେଟ ପ୍ରତି ଆମ ଦେଶରେ ଥିବା ଗ୍ରହଣୀୟତାକୁ ଦର୍ଶାଉଛି।