ETV Bharat / sports

ଇଟିଭି ଭାରତରେ ଜୁନିୟର ଟିମ ଇଣ୍ଡିଆର ୱିକେଟକିପର-ବ୍ୟାଟ୍ସମ୍ୟାନ ଆର୍ଯ୍ୟନ ଜୁଆଲ - ଜୁନିୟର ଟିମ ଇଣ୍ଡିଆର ଆରୟନ ଜୁଆଲ

2018-19ବର୍ଷରୁ କମ ବିଶ୍ବକପ ଚମ୍ପିଆନ ଭାରତୀୟ ଦଳର ସଦସ୍ୟ ରହିଥିବା, ୱିକେଟକିପର ବ୍ୟାଟ୍ସମ୍ୟାନ ଆର୍ଯ୍ୟନ ଜୁଆଲଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର । ଅଧିକ ପଢନ୍ତୁ...

under 19 indian cricketer aryan juyal speaks exclusively to etv bharat
ଇଟିଭି ଭାରତରେ ଜୁନିୟର ଟିମ ଇଣ୍ଡିଆର ୱିକେଟକିପର ବ୍ୟାଟ୍ସମ୍ୟାନ ଆରୟନ ଜୁଆଲ
author img

By

Published : Jun 22, 2020, 3:40 PM IST

ହାଇଦ୍ରାବାଦ: 19 ବର୍ଷରୁ କମ୍ ଭାରତୀୟ କ୍ରିକେଟ ଟିମ ଓ ଘରୋଇ କ୍ରିକେଟରେ ଉତ୍ତର ପ୍ରଦେଶର ଓପନର ବ୍ୟାଟ୍ସମ୍ୟାନ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ ଆର୍ଯ୍ୟନ ଜୁଆଲ ଇଟିଭି ଭାରତକୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଅନେକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି ।

ଆରୟନ ଜୁଆଲଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

2018-19ବର୍ଷରୁ କମ ବିଶ୍ବକପର ସ୍ମରଣୀୟ ସମୟ, ଲକଡାଉନରେ ଦୈନିକ କାର୍ଯ୍ୟସୂଚୀ, ରାହୁଲ ଦ୍ରାବିଡଙ୍କ ସହ ପ୍ରଥମ ସାକ୍ଷାତ ଓ ସିନିୟର ଟିମରେ ସ୍ଥାନ ନେଇ ମନଖୋଲି କହିଛନ୍ତି । ଏଥିସହିତ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟତୀତ ପସନ୍ଦର ୱିକେଟ କିପର ବ୍ୟାଟ୍ସମ୍ୟାନ ଓ କୋରୋନା ଭାଇରସ କାରଣରୁ ବଦଳିବାକୁ ଯାଉଥିବା କ୍ରିକେଟ ନିୟମ ନେଇ ମଧ୍ୟ ମତ ରଖିଛନ୍ତି ।

under 19 indian cricketer aryan juyal speaks exclusively to etv bharat
ଆରୟନ ଜୁଆଲ

କେମିତି ରହିଛି ଲକଡାଉନ ରୁଟିନ୍ ?

18ବର୍ଷୀୟ ଆର୍ଯ୍ୟନ କହିଛନ୍ତି, "ଲକଡାଉନ ବହୁତ ଭଲ ରହିଛି । ପରିବାର ସହ ବହୁବର୍ଷ ପରେ, ରହିବାର ଭରପୁର ସୁଯୋଗ ମିଳିଛି । ଯୋଗ, ପ୍ରାଣାୟମ କରୁଛି । ପ୍ରଥମରୁ କ୍ରିକେଟ ଖେଳିବା ବନ୍ଦ ଥିଲା, ମାତ୍ର କଟକଣା କୋହଳ ହେବାପରେ, ଏବେ କିଛି ଅଭ୍ୟାସ ଆରମ୍ଭ ହୋଇଛି । ଅଭ୍ୟାସ ଉପରେ ସଂପୂର୍ଣ୍ଣ ଧ୍ୟାନ ଦେଉଛି ଏଥିସହିତ ମାନସିକ ସ୍ଥିତିରେ ସୁଧାର ଆଣିବାକୁ ମଧ୍ୟ ସମୟ ମିଳିଲା ।"

2018 19ବର୍ଷରୁ କମ ବିଶ୍ବକପ ଟିମରେ ଚୟନ ଖବର କିପରି ମିଳିଥିଲା, ଓ କଣ ଥିଲା ମାହୋଲ ?

ଉତ୍ତରରେ ଜୁଆଲ କହିଛନ୍ତି,"ଚ୍ୟାଲେଞ୍ଜର ଟ୍ରଫିର ଗୋଟିଏ ଦିନ ପରେ ବିଶ୍ବକପ ଟିମ ଘୋଷଣା ହେବାର ଥିଲା । ରାତି ତମାମ ନିଦ ହେଉନଥିଲା । ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଚେଷ୍ଟା ତ କରିଛି, ମାତ୍ର ମନରେ ଚୟନକୁ ନେଇ ଅନେକ ଉତ୍ସାହଥିଲା । ପରଦିନ 111-12ଟା ମଧ୍ୟରେ ଫୋନ ଆସିଲା, ପାସପୋର୍ଟ ସହ ଆସିବାକୁ କୁହାଯାଇଥିଲା । 5-6ଜଣ ଥିଲୁ, ସମସ୍ତ ପହଞ୍ଚିଲୁ । ସେଠାରେ ମ୍ୟାନେଜର ଟିମରେ ଚୟନ ହୋଇଥିବା ଜଣାଇଥିଲେ । ପରେ ସର୍ବପ୍ରଥମେ ଏହି ଖବର ବାପାଙ୍କୁ ଫୋନକରି ଜଣାଇଥିଲି । କାରଣ ଆଜି ମୁଁ ଯାହା ବି କିଛି ହୋଇପାରିଛି, କେବଳ ତାଙ୍କର ପରିଶ୍ରମ ପାଇଁ ହୋଇଛି।"

କୋଚ ରାହୁଲ ଦ୍ରାବିଡଙ୍କ ସାଙ୍ଗେ, ପ୍ରଥମ ଥର ସାକ୍ଷାତ କେମିତି ଥିଲା ?

2018ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଭାରତୀୟ 19ବର୍ଷରୁ କମ ଟିମର ଅଧିନାୟକ ରହିସାରିଥିବା ଆର୍ଯ୍ୟନ କହିଛନ୍ତି, "ପ୍ରଥମ ଥର ଚ୍ୟାଲେଞ୍ଜର ଟ୍ରଫି ସମୟରେ ସାକ୍ଷାତ ହୋଇଥିଲା । ପ୍ରଥମ ଥର ଲାଗିଲା କି, ମୁଣ୍ଡ ମାଟିଉପରେ ରହିଛି । ପ୍ରଥମ ଥର ଅଭ୍ୟାସ ସମୟରେ ସାମ୍ନାକୁ ଆସି, ହାତ ମିଳାଇବା ସହ ସେ କହିଥିଲେ 'ମୁଁ ରାହୁଲ' । ସେ ଏମିତି କହୁଥିଲେ, ଯେମିତି ଲାଗୁଥିଲା, ଏତେବଡ ଲୋକ ନିଜକୁ ଏମତି ପରିଚୟ ଦେଉଛନ୍ତି । ଏହାପରେ ବହୁତ ଭଲ ଲାଗିଲେ । ପରେ ଗୋଟିଏ ମାସରୁ ଅଧିକ ସମୟ ତାଙ୍କ ସହିତ ବିତାଇଛି ।"

ତାଙ୍କ ଠାରୁ ଏହା ଶିଖଛି, ଯେ ଜୀବନରେ ଜଣେ ଭଲ ମଣିଷ ହେବା ବହୁତ ଜରୁରୀ । ସାଧାରଣ, ସରଳ ଓ ଶାନ୍ତ ରହିବା ଜରୁରୀ । ଏହିସବୁ ଗୁଣ ହିଁ ଆଗକୁ ବଢିବାର ସହାୟକ ହେବ ।"

ସିନିୟର ଟିମରେ କେବେ ସୁଦ୍ଧା ସ୍ଥାନ ପାଇପାରିବେ ?

ଆର୍ଯ୍ୟନ କହିଛନ୍ତି, " କେବେ ଆଉ କଣ ହେବ ଏତ ଭଗବାନଙ୍କ ହାତରେ । ତେବେ ନିଜ ଭିତରେ ବିଶ୍ବାସ ରହିଛି, ଯେ ମୁଁ ପାରିବି । ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ସଠିକ ଦିଶାରେ ଯିବା ଓ ଉଚିତ ପରିଶ୍ରମ କରିବା । ଏହା ସବୁଠୁ ଜରୁରୀ । ବାକି କିଛି ତ ନିଜ ହାତରେ ନାହିଁ । ଯାହା ନିଜ ହାତରେ ଅଛି ତାହା କରୁଛି । ପରିଶ୍ରମ ଜାରି ରହିଛି, ସମୟ ନିଜ ହିସାବରେ ବଦଳିବାର ଅଭିଜ୍ଞତା ବି ରହିଛି । ଆଜି ଯାହା ଆପଣ ପରିଶ୍ରମ କରିଛନ୍ତି, କାଲି ଏହାର ଫଳ ଆପଣଙ୍କୁ ନିଶ୍ଚୟ ମିଳିବ ।"

ଏମ ଏସ ଧୋନିଙ୍କ ବ୍ୟତୀତ ପସନ୍ଦର ୱିକେଟ କିପର କିଏ ?

ଗତ ରଣଜୀ ଟ୍ରଫି ସିଜିନରେ କର୍ଣ୍ଣାଟକ ବିପକ୍ଷରେ 109ର ଇଂନିସ ଖେଳିଥିବା ଆର୍ଯ୍ୟନ କୁହନ୍ତି,"ଧୋନି ମୋର ପସନ୍ଦର ୱିକେଟ କିପର ବ୍ୟାଟ୍ସମ୍ୟାନ । ତାଙ୍କ ବ୍ୟତୀତ ଅନ୍ୟ ଭାରତୀୟଙ୍କ ମଧ୍ୟରେ ରିଦ୍ଧିମାନ ଶାହା ମୋର ପସନ୍ଦ । ମୁଁ ତାଙ୍କୁ ଜାତୀୟ କ୍ରିକେଟ ଏକାଡେମୀରେ ଦେଖିଥିଲି । ବିଦେଶରେ ଜସ ବଟଲର ପସନ୍ଦର ଖେଳାଳି । ସେ ଜଣ ଦକ୍ଷ ୱିକେଟ କିପର ସହ ଭଲ ବ୍ୟାଟ୍ସମ୍ୟାନ ମଧ୍ୟ ।"

କୋରୋନା ଭାଇରସ କାରଣରୁ ବଲ ଚମକାଇବା ପାଇଁ ଛେପର ବାରଣ ନିୟମକୁ କଣ ମତ ?

ଆର୍ଯ୍ୟନ ଜୁଆଲ କୁହନ୍ତି, "ବ୍ୟାଟିଂରେ ସାମାନ୍ୟ ଫାଇଦା ମିଳିବ । ନୂଆ ବଲର ରଙ୍ଗ ତିବାରୁ ଚମକିଥାଏ । ମାତ୍ର 20-25 ଓଭର ପରେ, ଛେପ କିମ୍ବା ଛାଳ ଦ୍ବାରା ଚମକାଇବାକୁ ପଡିଥାଏ । ବଲରେ ଛେପ ଲାଗିବା ଦ୍ବାରା ସିଧାସଳଖ ସ୍ପର୍ଶ ହେଉଛି । ଜଣେ ଖେଳାଳି ଯଦି ସଂକ୍ରମିତ ହୁଅନ୍ତି ତେବେ, 11 ଜଣରୁ 5ରୁ 6ଜଣ ଖେଳାଳି ସଂକ୍ରମଣର ଶିକାର ହୋଇପାରନ୍ତି । ମାତ୍ର ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେବା ଉଚିତ । ଯାହାବି ନୂଆ ନିୟମ ଆସିବ, ଏହାକୁ ପାଳନ କରିବାକୁ ହେବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.