ETV Bharat / sports

ଅମ୍ପାୟର ଅକ୍ସେନଫୋର୍ଡଙ୍କ ଅବସର, ଗାବା ଟେଷ୍ଟ ଥିଲା ଶେଷ ମ୍ୟାଚ

author img

By

Published : Jan 28, 2021, 3:58 PM IST

Updated : Jan 28, 2021, 4:52 PM IST

ଅନ୍ତର୍ଜାତୀୟ କ୍ରିକେଟରୁ ବିରତି ନେଉଥିବା ଅକ୍ସେନଫୋର୍ଡ କହିଛନ୍ତି, ‘ଏହା ବିଶ୍ବାସ କରିବା କଷ୍ଟ ଯେ, ପାଖାପାଖି 200 ଅନ୍ତର୍ଜାତୀୟ ମ୍ୟାଚରେ ଅମ୍ପାୟର ଦାୟିତ୍ବ ତୁଲାଇଛି ।’ ଅଧିକ ପଢନ୍ତୁ...

Umpire Oxenford to retire from international cricket
ଅମ୍ପାୟର ଅକ୍ସେନଫୋର୍ଡଙ୍କ ଅବସର, ଗାବା ଟେଷ୍ଟ ଥିଲା ଶେଷ ମ୍ୟାଚ

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି ଅମ୍ପାୟର ବ୍ରୁସ ଅକ୍ସେନଫୋର୍ଡ । ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ବ୍ରୁସ ସନ୍ୟାସ ନେବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦିଆଯାଇଛି । କ୍ରିକେଟର ସମସ୍ତ ଫର୍ମାଟରେ ଅଭିଜ୍ଞତା ଦୃଷ୍ଟିରୁ ଅମ୍ପାୟାର ବ୍ରୁସଙ୍କର ଏ ଦୀର୍ଘ ସଫଳତମ କ୍ୟାରିୟର ରହିଥିଲା । ବିଶ୍ବତମାମ ସେ କ୍ରିକେଟର ତିନୋଟି ଫର୍ମାଟରେ ନିଜକୁ ସଠିକ ପ୍ରମାଣିତ କରିବା ସହ ଅଗଣିତ କ୍ରିକେଟ ପ୍ରେମୀଙ୍କ ହୃଦୟ ଜିତିପାରିଛନ୍ତି।

ବର୍ଷ 2006ରେ ଗାବାରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଟି-20 ମ୍ୟାଚରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ଅକ୍ସେନଫୋର୍ଡ । 2012 ଠାରୁ ସେ ଆଇସିସିର ଏଲିଟ ପ୍ୟାନେଲ ଅମ୍ପାୟରଙ୍କ ମଧ୍ୟରେ ନିୟମିତ ସଦସ୍ୟ ଥିଲେ । ଏଯାବତ ସେ 62ଟି ଟେଷ୍ଟ ମ୍ୟାଚକୁ ପରିଚାଳନା କରିସାରିଛନ୍ତି । ବ୍ରିସବେନରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ଶେଷ ମ୍ୟାଚରେ ସେ ଶେଷଥର ପାଇଁ ନଜର ଆସିଥିଲେ ।

ଗତ ତିନୋଟି ଆଇସିସି ପୁରୁଷ କ୍ରିକେଟ ବିଶ୍ବକପ ଓ ଗତ ତିନୋଟି ସଂସ୍କରଣର ଆଇସିସି ପୁରୁଷ ବିଶ୍ବକପରେ ସେ ଅମ୍ପାୟର ରହିଥିଲେ । 2012 ଓ 2014 ସଂସ୍କରଣର ଆଇସିସି ମହିଳା ଟି-20 ବିଶ୍ବକପରେ ମଧ୍ୟ ସେ ପରିଚାଳନା ଦାୟିତ୍ବ ନିଭାଇଥିଲେ ।

ଅମ୍ପାୟର ହେବା ପୂର୍ବରୁ ଅକ୍ସେନଫୋର୍ଡ, କୁଇନ୍ସଲ୍ୟାଣ୍ଡ ପକ୍ଷରୁ ଜଣେ ଲେଗ ସ୍ପିନର ଓ ନିମ୍ନକ୍ରମ ବ୍ୟାଟ୍ସମ୍ୟାନ ଭାବେ 8ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ପ୍ରତିନିଧିତ୍ବ କରିଛନ୍ତି । କୁଇନ୍ସଲ୍ୟାଣ୍ଡର 60 ବର୍ଷୀୟ ଭେଟେରାନ ଅମ୍ପାୟର ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଉଥିଲେ ମଧ୍ୟ ଘରୋଇ ମ୍ୟାଚରେ ନଜର ଆସିବେ ବୋଲି ଜଣାପଡିଛି ।

ଅନ୍ତର୍ଜାତୀୟ କ୍ରିକେଟରୁ ବିରତି ନେଉଥିବା ଅକ୍ସେନଫୋର୍ଡ କହିଛନ୍ତି, "ଏହା ବିଶ୍ବାସ କରିବା କଷ୍ଟ ଯେ, ପାଖାପାଖି 200 ଅନ୍ତର୍ଜାତୀୟ ମ୍ୟାଚରେ ଅମ୍ପାୟର ଦାୟିତ୍ବ ତୁଲାଇଛି । ଏହା ମୋ ପାଇଁ ସୌଭାଗ୍ୟର ବିଷୟ । ଏହି ଯାତ୍ରା ଆରମ୍ଭ କରିବା ପୂର୍ବରୁ ଏହି ଲମ୍ବା ଯାତ୍ରା ଏତେ ମାତ୍ରାରେ ସଫଳତମ ହେବାନେଇ ଆଶା ରଖିନଥିଲେ । ବିଶ୍ବର ଭିନ୍ନଭିନ୍ନ ଭାଗରୁ ଅନେକ ସୁନ୍ଦର ବ୍ୟକ୍ତିତ୍ବଙ୍କ ସହ ମିଶିବାର, ଓ ସହଯୋଗର ଏକ ଅଂଶ ହୋଇପାରିଥିବାରୁ ଅତ୍ୟନ୍ତ ଖୁସି । ଆଗକୁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ନୁହେଁ, ଅଷ୍ଟ୍ରେଲିଆ ମଧ୍ୟରେ ଘରୋଇ ମ୍ୟାଚରେ ଅମ୍ପାୟର ରହିବାକୁ ନେଇ ଖୁସି ହେବି ।"

ବ୍ରୁସଙ୍କ ଅବସରରେ ଦୀର୍ଘ ସଫଳତମ ଏହି ଯାତ୍ରା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ତାଙ୍କୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 28, 2021, 4:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.