ETV Bharat / sports

ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ; ବୁମରାଙ୍କ ସ୍ଥାନ ନେଇପାରନ୍ତି ଉମେଶ ଯାଦବ

author img

By

Published : Mar 3, 2021, 9:53 AM IST

ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟରେ ବୁମରାଙ୍କ ସ୍ଥାନ ନେଇପାରନ୍ତି ଉମେଶ ଯାଦବ । ଅଧିକ ପଢନ୍ତୁ...

ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ
ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ

ହାଇଦ୍ରାବାଦ: ଆସନ୍ତାକାଲି ଠାରୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ । ତେବେ ଏଥିରେ ଖେଳିବେ ନାହିଁ ଜଶପ୍ରୀତ ବୁମରା । ଦଳ ତାଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି । ଯାହା ଉମେଶ ଯାଦବ ଓ ମହମ୍ମଦ ସିରାଜଙ୍କ ପାଇଁ ବାଟ ଫିଟାଇଛି ।

ତେବେ ଯାଦବ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟ ପରଠାରୁ ଆହତ ହୋଇ ବାହାରେ ଥିବାବେଳେ ଏବେ ସେ ସୁସ୍ଥ ଅଛନ୍ତି । ଯାହା ଉପରେ ଟିମ୍‌ ଇଣ୍ଡିଆର ନଜର ରହିଛି । ବୁମରାଙ୍କ ସ୍ଥାନରେ ସେ ଖେଳି ପାରନ୍ତି ବୋଲି ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ପରୋକ୍ଷରେ ସୂଚନା ଦେଇଛନ୍ତି ।

ଉମେଶ ଭଲ ଭାବେ ପ୍ରସ୍ତୁତ ଅଛନ୍ତି । ସେ ନେଟରେ ମଧ୍ୟ ଭଲ ଅଭ୍ୟାସ କରୁଛନ୍ତି । ସେ ଫେରୁଥିବା ଦେଖି ମୁଁ ଖୁସି ବୋଲି ରାହାଣେ କହିଛନ୍ତି । ସେହିପରି ସିରାଜଙ୍କ ଠାରୁ ଯାଦବଙ୍କ ବଲ ସୁଇଂ ହେଉଥିବାରୁ ସେ ଦଳରେ ସ୍ଥାନ ପାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂଚନାଥାଉକି, ଭାରତ-ଇଂଲଣ୍ଡ ମଧ୍ୟରେ ତିନୋଟି ଟେଷ୍ଟ ସରିଥିବାବେଳେ ଭାରତ 2-1ରେ ଆଗୁଆ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.