ETV Bharat / sports

କ୍ରିକେଟରୁ ଉମର ଗୁଲଙ୍କ ସନ୍ୟାସ ଘୋଷଣା - ଉମର ଗୁଲଙ୍କ ସନ୍ୟାସ ଘୋଷଣା

ସମସ୍ତ ପ୍ରକାର କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ଉମର ଗୁଲ । ଫଳରେ ଭେଟରାନ ଗୁଲଙ୍କ 20 ବର୍ଷର ପେଷାଦାର କ୍ରିକେଟ କ୍ୟାରିୟରର ଅନ୍ତ ଘଟିଛି।

Umar Gul retires from all forms of cricket
କ୍ରିକେଟରୁ ଉମର ଗୁଲଙ୍କ ସନ୍ୟାସ ଘୋଷଣା
author img

By

Published : Oct 17, 2020, 9:46 PM IST

ରାୱଲପିଣ୍ଡି: ସମସ୍ତ ପ୍ରକାର କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ଉମର ଗୁଲ । ଫଳରେ ଭେଟରାନ ଗୁଲଙ୍କ 20 ବର୍ଷର ପେଷାଦାର କ୍ରିକେଟ କ୍ୟାରିୟରର ଅନ୍ତ ଘଟିଛି।

ବାଲୋଚିସ୍ତାନ ନ୍ୟାସନାଲ ଟି-20 କପ ସେମିଫାଇନାଲକୁ ଉନ୍ନିତ ହେବାରେ ବିଫଳ ହେବାପରେ କ୍ରିକେଟର ସନ୍ୟାସ ଘୋଷଣା କରିଛନ୍ତି ଗୁଲ ।

36 ବର୍ଷୀୟ ଉମର ପାକିସ୍ତାନୀ ପେସର, ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା 19 ବର୍ଷରୁ କମ ଆଇସିସି କ୍ରିକେଟ ବିଶ୍ବକପ 2002 ଟୁର୍ଣ୍ଣାମେଣ୍ଟରେ 11 ୱିକେଟ ହାସଲ କରି ଚର୍ଚ୍ଚାର ପରିସରକୁ ଆସିଥିଲେ ।

ସେ 125ଟି ପ୍ରଥମ ଶ୍ରେଣୀ ମ୍ୟାଚ, 213ଟି ଲିଷ୍ଟ ଏ ଓ 167ଟି ଅନ୍ତର୍ଜାତୀୟ ଟି-20 ମ୍ୟାଚ ଖେଳିଛନ୍ତି । ଏଥିସହିତ 987 ୱିକେଟ ସଂଗ୍ରହ କରିଛନ୍ତି । ବର୍ଷ 2003ରୁ 2016 ମଧ୍ୟରେ 237ଟି ଅନ୍ତର୍ଜାତୀୟ ମ୍ୟାଚରୁ 427 ୱିକେଟ ହାତେଇଛନ୍ତି ଗୁଲ ।

2007 ଟି-20 ବିଶ୍ବକପରେ ପାକିସ୍ତାନ ଫାଇନାଲରେ ପହଞ୍ଚିବା ସହ ଭାରତ ଟାରୁ ପରାସ୍ତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ପକ୍ଷରୁ ଉମର ଗୁଲ ସର୍ବାଧିକ ୱିକେଟ ହାସଲ କରିଥିଲେ । ତେବେ 2009 ଟି-20 ବିଶ୍ବକପ ଚମ୍ପିଆନ ହୋଇଛି ପାକିସ୍ତାନ । ଏହି ସଂସ୍କରଣରେ ମଧ୍ୟ ଗୁଲ ପ୍ରଭାବୀ ପ୍ରଦର୍ଶନ ସହ ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଥିଲେ ।

"ପ୍ରାୟ ଦୁଇ ଦଶନ୍ଧି ଧରି କ୍ଳବ, ସହର ଓ ଦେଶକୁ ପ୍ରତିନିଧିତ୍ବ କରିବାର ସୁଯୋଗ ସମ୍ମାନର କଥା । କଠିନ ପରିଶ୍ରମ, ସମ୍ମାନ, ପ୍ରତିବଦ୍ଧତା, ପ୍ରତିଜ୍ଞା ଓ ସଂକଳ୍ପବଦ୍ଧ ଶିକ୍ଷା ସହ କ୍ରିକେଟ କ୍ୟାରିୟରକୁ ଅନୁଭବ କରିଛି । ଏହି ଯାତ୍ରା ସମୟରେ ଅଗଣିତ ଲୋକଙ୍କ ସଂସ୍ପର୍ଶରେ ଆସିଛି, ଯେଉଁମାନେ ସାହାଯ୍ୟ ଓ ସହଯୋଗର ହାତ ବଢାଇଛନ୍ତି । ସାଥୀ ଖେଳାଳି ଓ ପ୍ରଂଶସକ ଓ ସମସ୍ତ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ।" ଗୁଲଙ୍କ ଏହି ଭାବୁକଭରା ଅବସରକାଳୀନ ବାର୍ତ୍ତା ପାକିସ୍ତାନ କ୍ରିକେଟ ବୋର୍ଡ(PCB) ଏକ ଅଫିସିଆଲ ଘୋଷଣାନାମରେ ପ୍ରକାଶ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.